News 18 Odia Digital
ନୟାଗଡ: ଆହାର ଦେଲା ରୋଜଗାର, ନୟାଗଡ଼ ଜିଲ୍ଲାରେ ଆହାର କେନ୍ଦ୍ର ଖାଦ୍ୟ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ନୟାଗଡ଼ ମୁନିସିପାଲିଟିର (municipality) ମାଆ ଗାୟତ୍ରୀ ଏବଂ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳା ଆହାର କେନ୍ଦ୍ର ଖାଦ୍ୟ ପ୍ରସ୍ତୁତ ଦାୟିତ୍ଵ ହାତକୁ ନେଇ ସଶକ୍ତିକରଣ ହୋଇ ପାରିଛନ୍ତି । ମହିଳାଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଜିଲ୍ଲା ପ୍ରଶାସନ ।
ମିଶନ ଶକ୍ତି (mission shakti) ନାରୀ ହାତକୁ ବଢ଼ାଇଛି ଶକ୍ତି, ମହିଳାଙ୍କୁ ଦେଖାଇଛି ରୋଜଗାର ବାଟ, ଉଦ୍ୟୋଗରେ ପାଦ ଥାପିଛନ୍ତି ମହିଳା, ଆହାର କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ ଠାରୁ ଆରମ୍ଭ କରି ଖାଦ୍ୟ ବଢିବା ପର୍ଯ୍ୟନ୍ତ କାମ ଲାଗିଥିବା ନୟାଗଡ଼ ମୁନିସିପାଲିଟିର କିଛି ମହିଳାମାନେ ଏବେ ଚର୍ଚ୍ଚାରେ । କାର୍ଯ୍ୟ କରୁଥିବା ସମସ୍ତ ମହିଳା ହେଉଛନ୍ତି ଗୃହିଣୀ, ଆଗକୁ ବଢିବା ପାଇଁ ଉତ୍ସାହିତ ଥିବା ଏହି ମହିଳାମାନେ ନିଜେ ସ୍ବାବଲମ୍ବୀ ହେବା ପାଇଁ ହାତକୁ ହାତ ମେଲାଇଛନ୍ତି । ୨୦ ଜଣ ମହିଳା ମାଆ ଗାୟତ୍ରୀ ଏବଂ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ (shg group) ଗଠନ କରି ଆହାର କେନ୍ଦ୍ରର ଖାଦ୍ୟ ପ୍ରସ୍ତୁତ ଦାୟିତ୍ଵ ହାତକୁ ନେଇଛନ୍ତି । ମହିଳାମାନେ ନିଜେ ଖାଦ୍ୟ food) ପ୍ରସ୍ତୁତ କରି ଲୋକଙ୍କୁ ପରସୁଛନ୍ତି ।
ମିଶନ ଶକ୍ତି ଜାରିଆରେ ବଡ଼ି ପାମ୍ପଡରୁ ବ୍ୟବସାୟ ଆରମ୍ଭ କରିଥିବା ମାଆ ଗାୟତ୍ରୀ ଏବଂ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଗତ ଦୁଇ ବର୍ଷ ହେଲା ଜିଲ୍ଲାର ଆହାର କେନ୍ଦ୍ର ଗୁଡ଼ିକର ଖାଦ୍ୟ ପ୍ରସ୍ତୁତ ଦାୟିତ୍ଵ ହାତକୁ ନେଇଛନ୍ତି, ରବିବାରକୁ ଛାଡ଼ି ପ୍ରତିଦିନ ରଣପୁର ,ଖଣ୍ଡପଡା, ଦଶପଲ୍ଲା, ଓଡ଼ଗାଁ NAC ଏବଂ ନୟାଗଡ଼ ମୁନିସିପାଲିଟିର ଆହାର କେନ୍ଦ୍ରର ୨୩ ଶହ ଜଣ ଲୋକଙ୍କ ପାଇଁ ଭାତ, ଡାଲମା ଖଟା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଏମାନଙ୍କୁ ମିଳୁଛି ମାସକୁ ପାରିଶ୍ରମିକ ବାବଦରେ ୫୫ ହଜାର ଟଙ୍କା ।
ଏହି ଖବର ପଢ଼ନ୍ତୁ -
http://Delivery boy: ନୂଆ ଓଡ଼ିଆ ସିନେମା 'ଡେଲିଭରୀ ବୟ'ର ରିଲିଜ୍ ଡେଟ୍ ଘୋଷଣାସେପଟେ ମହିଳାମାନେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ଵ ନେବା ପରେ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ପରଷିବାରେ କାର୍ଯ୍ୟରେ ଆସିଛି ବଡ ପରିବର୍ତ୍ତନ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ କେବଳ ବଡ଼ି ପମ୍ପାଡ ଧୂପ କାଠି କାମରେ ନିୟୋଜିତ ନରହି ଉଦ୍ୟୋଗରେ ସାମିଲ ହେବା ପାଇଁ ସରକାରଙ୍କ ଲକ୍ଷ ରହିଥିବା ଜିଲ୍ଲାପାଳ କହିଛନ୍ତି,
ରିପୋର୍ଟ- ନବକିଶୋର ମିଶ୍ର ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।