ମହିଳାଙ୍କୁ ସ୍ୱାବଲମ୍ବୀ କଲା ମିଶନ ଶକ୍ତି: ବଡ଼ି ତିଆରି କରି ମାସକୁ ୪୦ରୁ ୫୦ ହଜାର ରୋଜଗାର

ପ୍ରଶାସନ ପକ୍ଷରୁ ସହାୟତା ମିଳିବା ପରେ ବଦଳିଯାଇଛି ବିଜୟା ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଭାଗ୍ୟ । ଗାଁରେ ବିଭିନ୍ନ ପ୍ରକାର ବଡ଼ି ତିଆରି କରି ମାସକୁ ୪୦ରୁ ୫୦ ହଜାର ଟଙ୍କା ବ୍ୟବସାୟ କରୁଛନ୍ତି ।

ମହିଳାଙ୍କୁ ସ୍ୱାବଲମ୍ବୀ କଲା ମିଶନ ଶକ୍ତି: ବଡ଼ି ତିଆରି କରି ମାସକୁ ୪୦ରୁ ୫୦ ହଜାର ରୋଜଗାର

ମହିଳାଙ୍କୁ ସ୍ୱାବଲମ୍ବୀ କଲା ମିଶନ ଶକ୍ତି: ବଡ଼ି ତିଆରି କରି ମାସକୁ ୪୦ରୁ ୫୦ ହଜାର ରୋଜଗାର

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବରଗଡ଼: ପାଇକମାଲ ବୁକୁରାମୁଣ୍ଡା ଗାଁରେ ମହିଳାଙ୍କୁ ମିଶନ ଶକ୍ତି (mission shakti) କଲା ସ୍ବାବଲମ୍ବୀ । ଗାଁର ଅନେକ ମହିଳା ଉଚ୍ଚଶିକ୍ଷା ପାଇଁ ହାଇସ୍କୁଲ (high school)ରେ ପାଦ ଦେଇନାହାନ୍ତି । ତଥାପି ଘରେ ଥାଇ କେମିତି ରୋଜଗାର କରିବେ, ସେନେଇ ଅଣ୍ଟା ଭିଡ଼ିଥିଲେ ମାଓ ଇଲାକାର ୧୦ଜଣ ମହିଳା (woman) । ୨୦୦୨ ମସିହା ମାର୍ଚ୍ଚ ୫ ତାରିଖରେ ଗାଁରେ ଗଠନ ହୋଇଥିଲା ବିଜୟା ଲକ୍ଷ୍ମୀ SHG ଗ୍ରୁପ । ଏହାପରେ ମିଶନ ଶକ୍ତି ତରଫରୁ ସ୍ବତନ୍ତ୍ର ତାଲିମ (special training), ବ୍ୟାଙ୍କରୁ ସବସିଡିରେ ଋଣ ଓ ଆର୍ଥିକ ସହାୟତା ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ସହାୟତା ମିଳିବା ପରେ ବଦଳିଯାଇଛି ବିଜୟା ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଭାଗ୍ୟ । ଗାଁରେ ବିଭିନ୍ନ ପ୍ରକାର ବଡ଼ି ତିଆରି କରି ମାସକୁ ୪୦ରୁ ୫୦ ହଜାର ଟଙ୍କା ବ୍ୟବସାୟ କରୁଛନ୍ତି  ।

ବଡ଼ି ତିଆରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ବିଜୟା ଲକ୍ଷ୍ମୀ SHG ଗ୍ରୁପ ମହିଳା । ପରିବାର ପୋଷଣରେ ସହାୟକ ହେବା ପାଇଁ ମହିଳାମାନେ ସଂକଳ୍ପ ନେଇଥିଲେ । ଆଉ ଏହି ସମୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏହି ମହିଳାମାନଙ୍କୁ ଦେଇଥିଲା ସ୍ବତନ୍ତ୍ର ତାଲିମ ଓ ଆର୍ଥିକ ସହାୟତା । ମହିଳାମାନେ କଖାରୁ ବଡ଼ି, ଅମୃତମଣ୍ଡା ବଡ଼ି, ଚାଉଳ ବଡ଼ି, ରାଶିବଡ଼ି, ଲିଆ ବଡ଼ି ତିଆରି ତାକୁ ପ୍ୟାକେଟ ଭର୍ତ୍ତି କରି ବିକ୍ରି କରି ଟଙ୍କା ରୋଜଗାର (income) କରୁଛନ୍ତି । ସେପଟେ ଆଗକୁ ମହିଳା ମାନଙ୍କୁ ଅଧିକ ତାଲିମ ଦିଆଯିବା ସହିତ ବଜାର ବ୍ୟବସ୍ଥା କରାଯିବ ଏବଂ ସମସ୍ତ ପ୍ରକାର ସରକାରୀ ସହାୟତା ମିଳିବ ବୋଲି ବରଗଡ଼ ଡିପିଏମ କହିଛନ୍ତି ।

ଏହି ଖବର ପଢ଼ନ୍ତୁ - http://Chicken Side Effects; ଚିକେନ ସହ ପ୍ଲାଷ୍ଟିକ ଖାଉନାହାନ୍ତି ତ ?
Published by:Soubhagya Mishra
First published: