ଚଣା ଏବଂ ମୁଢିରେ ବର୍ଷକୁ ରୋଜଗାର ୨୪ଲକ୍ଷ: ଉପାନ୍ତ ଅଞ୍ଚଳ ମହିଳାଙ୍କ ନିଆରା ଉଦ୍ୟମ

ଘରେ ବେକାର ବସିଥିବା ମହିଳା ଏବେ ମୁଢି ଓ ଚଣା ବିକ୍ରି କରି ବର୍ଷକୁ ୨୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଚୁଡା ଏବଂ ମୁଢିରେ ବର୍ଷକୁ ରୋଜଗାର ୨୪ଲକ୍ଷ: ଉପାନ୍ତ ଅଞ୍ଚଳ ମହିଳାଙ୍କ ନିଆରା ଉଦ୍ୟମ

ଚୁଡା ଏବଂ ମୁଢିରେ ବର୍ଷକୁ ରୋଜଗାର ୨୪ଲକ୍ଷ: ଉପାନ୍ତ ଅଞ୍ଚଳ ମହିଳାଙ୍କ ନିଆରା ଉଦ୍ୟମ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବରଗଡ଼: ମାଓ ଇଲାକାର ଅର୍ଦ୍ଧ ଶିକ୍ଷିତା ମହିଳା । ଉପାନ୍ତ ଅଞ୍ଚଳରେ ମିଶନ ଶକ୍ତି (mission shakti) କରିଛି ମହିଳାଙ୍କୁ ସ୍ୱାବଲମ୍ବୀ । ଘରେ ବେକାର ବସିଥିବା ୧୦ଜଣ ମହିଳା ଏବେ ମୁଢି ଓ ଚଣା ବିକ୍ରି କରି ବର୍ଷକୁ ୨୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଦିନଥିଲା ଅପହଞ୍ଚ ଇଲାକାରେ କାମଧନ୍ଦା ଅଭାବରୁ ଘରେ ବେକାର ବସିଥିଲେ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗାଁର ଅନେକ ଗୃହିଣୀ ମହିଳା ।

ଗୃହିଣୀଙ୍କ ମଧ୍ୟରୁ ଅନେକ ଜଣ ହାଇସ୍କୁଲରେ (high school) ପାଦ ଦେଇନାହାନ୍ତି । ମାଓ ଇଲାକାରେ କାମଧନ୍ଦା ଅଭାବ । ପରିବାର ପୋଷଣରେ କହୁ କଷ୍ଟ ଅନୁଭବ କରୁଥିଲେ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗାଁର ୧୦ଜଣ ମହିଳା । ଏମିତି ଦୁର୍ଦ୍ଦିନ ସମୟରେ ଆତ୍ମନିର୍ଭରଶୀଳ କରିଛି ମିଶନ ଶକ୍ତି । ଯେଉଁ ମହିଳା ଦିନେ ଘରେ ବେକାର ବସି ରହୁଥିଲେ । ଏବେ ଶିବଶକ୍ତି SHG ଗ୍ରୁପର ଜଣେ ଜଣେ ମହିଳା ମାସକୁ ୪୦ରୁ ୫୦ହଜାର ଟଙ୍କା ରୋଜଗାର କରୁଛନ୍ତି । ମହିଳାମାନେ ମୁଢ଼ି, ଚଣା, ବାଦାମ ପ୍ୟାକେଟରେ ଭର୍ତ୍ତି କରି ବିକ୍ରି କରିଥାନ୍ତି । ଉତ୍ପାଦିତ ସାମଗ୍ରୀ ପଦ୍ମପୁର, ପାଇକମାଲ ବ୍ଳକ ଅଞ୍ଚଳରେ ବେଶ ଚାହିଦା ରହିଛି । ବର୍ଷକୁ ୨୪ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧୦ଜଣ ମହିଳା ।

ଓଡ଼ିଶା ଜୀବିକା ମିଶନ ତରଫରୁ ୨୦୧୬ ମସିହା ଅକ୍ଟୋବର ୫ରେ ବୁକୁରାମୁଣ୍ଡା ଗାଁରେ ଗଠନ ହୋଇଥିଲା ଶିବଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ମିଶନ ଶକ୍ତି ପକ୍ଷରୁ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ୨ଲକ୍ଷ ୨୯ହଜାର ଟଙ୍କା ଓ ବ୍ୟାଙ୍କରୁ ସବସିଡି ଋଣ ପ୍ରଦାନ କରାଯାଇଥିଲା ।

ଏହି ଖବର ପଢ଼ନ୍ତୁ - http://ଚର୍ଚ୍ଚାରେ ଏହି ବିବାହ: ୮୧ ଲକ୍ଷ ନଗଦ ଟଙ୍କା ୨୩ ଲକ୍ଷର ଅଳଙ୍କାର ସହ ଶସ୍ୟଭର୍ତ୍ତି ଟ୍ରାକ୍ଟର

ମିଶନ ଶକ୍ତିର ସହାୟତା ପରେ ମାଓ ଇଲାକାର ଏହି ୧୦ଜଣ ମହିଳାଙ୍କ ବଦଳି ଯାଇଛି ଜୀବନ ଜୀବିକା । ମହିଳାମାନେ ଘରେ ଥାଇ ମୁଢ଼ି, ଚଣା, ବାଦାମ ବିକ୍ରି କରି ବର୍ଷକୁ ରୋଜଗାର କରୁଛନ୍ତି ୨୪ ଲକ୍ଷ ଟଙ୍କା । ଆଗକୁ ପ୍ରଶାସନ ପକ୍ଷରୁ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା ଏବଂ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବରଗଡ଼ ଡିପିଏମ କହିଛନ୍ତି ।
Published by:Soubhagya Mishra
First published: