ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ: ଲଙ୍କା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର !

ପ୍ରାୟ ୫ ଏକର ଜମିରେ ଲଙ୍କା ଚାଷ କରି ସଫଳ ମହିଳା ଚାଷୀ ହୋଇପରିଛନ୍ତି ମାଆ ଭୈରବି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ: ଲଙ୍କା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର !

ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ: ଲଙ୍କା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର !

  • News18 Odia
  • Last Updated :
  • Subarnapur, India
  • Share this:
News 18 Odia Digital

ସୁବର୍ଣ୍ଣପୁର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁକିଛି । ଘର କୋଣରେ ନ ରହି ସ୍ୱାବଲମ୍ବୀ (independent) ହେଉଛନ୍ତି ମହିଳା । ନିଜେ ରୋଜଗାରକ୍ଷମ ହେବାସହ ଘରର ଆର୍ଥିକ ସମସ୍ୟା (financial problem) ଦୂର କରିବାରେ ହୋଇପାରିଛନ୍ତି ସଫଳ । ସରକାରଙ୍କ ମିଶନ ଶକ୍ତି (mission shakti) ଦେଖାଇଛି ରୋଜଗାରର ବାଟ । ଲଙ୍କା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଜଟେସିଂହା ଗ୍ରାମର ମାଆ ଭୈରବି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଜଟେସିଂହା ଗ୍ରାମର ମାଆ ଭୈରବି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ।ପରିଶ୍ରମ କରି ପଡିଆ ଜମିରେ ହସାଇଛନ୍ତି ସୁନାର ଫସଲ । କ୍ଷେତସାରା ଫଳିଛି ନାଲି ଲଙ୍କା । ପ୍ରାୟ ୫ ଏକର ଜମିରେ ଲଙ୍କା ଚାଷ କରି ସଫଳ ମହିଳା ଚାଷୀ ହୋଇପରିଛନ୍ତି । ଏଥିପାଇଁ ଗାଁର ୧୦ ଜଣ ମହିଳା ପ୍ରଥମେ ମାଆ ଭୈରବି ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରିଥିଲେ । ଏହାପରେ ମିଶନ ଶକ୍ତି ସହାୟତାରେ ଦୁଇ ଲକ୍ଷ ଟଙ୍କା ଋଣ ଆଣି ଏଠାରେ ଲଙ୍କା ଚାଷ କରିଥିଲେ ।

ଅଣ ଜଳସେଚିତ ଏହି ପଡିଆ ଜମିରେ ଧାନ ଚାଷ କରି ପରିବାର ଲୋକ ମରୁଡି ଜନିତ କ୍ଷତିର ସମ୍ମୁଖୀନ ହେଉଥିଲେ । ପରେ ନିଜସ୍ୱ ଜମିରେ କୂପ ଖୋଳି ଆରମ୍ଭ କରିଥିଲେ ଲଙ୍କା ଚାଷ । କମ୍ ପାଣିରେ ଏହି ଚାଷ ହେଉଥିବା ବେଳେ ଏହାଦ୍ୱାରା ମହିଳା ମାନେ ବେଶ୍ ଲାଭବାନ ହେଉଥିବା କହିଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରେ ବିକ୍ରି ହେଉଛି ଏହି ଉନ୍ନତ ମାନର ଲଙ୍କା । କ୍ୱିଣ୍ଟାଲ ପ୍ରତି ୨୨ ରୁ ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଏହା ବିକ୍ରି ହେଉଛି । ମାତ୍ର ୪ ମାସ ମଧ୍ୟରେ ଲଙ୍କା ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ନେଇ ମହିଳା ମାନେ ଆଶା ରଖିଛନ୍ତି । ସେପଟେ ସ୍ୱାବଲମ୍ବୀ ପାଇଁ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଯାଉଛି ବୋଲି ଅଧିକାରୀ କହିଛନ୍ତି ।

ମିଶନ ଶକ୍ତି ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ସ୍ୱାବଲମ୍ବୀ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।

ଏହି ଖବର ପଢ଼ନ୍ତୁ -  ଶ୍ରୀମନ୍ଦିର ପରମ୍ପରା ବେଶ ସ୍ୱତନ୍ତ୍ର: ଶାଢ଼ୀ ବାନ୍ଧିବା ନେଇ ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ନିୟମାବଳୀ

ରିପୋର୍ଟ- ସତ୍ୟବାନ ପୁରୋହିତ
Published by:Soubhagya Mishra
First published: