ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି: ବେତ ତିଆରି ସାମଗ୍ରୀ ବିକି ସ୍ୱାବଲମ୍ବୀ
- News18 Odia
- Last Updated :
- Mayurbhanj, India
News 18 Odia Digital
ମୟୁରଭଞ୍ଜ: ଦିନ ଥିଲା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ସାନରାଇକାଳୀର ମହିଳାମାନେ ବେରୋଜଗାର ଥିଲେ । ଜଙ୍ଗଲରୁ ବାଉଁଶ (bamboo) ଆଣି ବିଭିନ୍ନ ସାମଗ୍ରୀ ତିଆରି କରୁଥିଲେ । କିନ୍ତୁ ସେଥିରୁ ଲାଭବାନ (profitable) ହୋଇପାରୁନଥିଲେ । ହେଲେ ମିଶନ ଶକ୍ତି (mission shakti) ମହିଳାଙ୍କୁ ଦେଇଛି ନୂଆ ପରିଚୟ । ୧୦ରୁ ଅଧିକ ମହିଳା ହରଗୌରୀ ପ୍ରଡ୍ୟୁସର ନାମକ ଗ୍ରୁପ ଗଠନ କରି ତିଆରି କରୁଛନ୍ତି ବେତରେ ବିଭିନ୍ନ ସାମଗ୍ରୀ । ଆଉ ମିଶନ ଶକ୍ତି ମାଧ୍ୟମରେ ବିକ୍ରି କରି ହୋଇଛନ୍ତି ସ୍ବାବଲମ୍ବୀ ।
କିଏ ବେତରେ କୁଲା ତିଆରି କରୁଛି ତ ଆଉ କିଏ ଟୋକେଇ ପୁଣି କିଏ ତିଆରି କରୁଛି ଖଟିଆ । ଦିନ ଥିଲା ଏହି ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ସିମିତ ରହିଥିଲେ । ହେଲେ ମିଶନ ଶକ୍ତି ସହଯୋଗର ହାତ ବଢ଼ାଇବା ପରେ ଏବେ ଏମାନେ ହୋଇପାରିଛନ୍ତି ସ୍ବାବଲମ୍ବୀ । ବାଉଁଶରେ ୩୦ରୁ ଅଧିକ ପ୍ରକାରର ବିଭିନ୍ନ ସାମଗ୍ରୀ ତିଆରି କରି ବାରିପଦା (baripada) ଓରମାସ ଷ୍ଟଲରେ ବିକ୍ରି କରିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ପଠାଉଥିବା କହିଛନ୍ତି ।
ପ୍ରଥମେ ବ୍ୟାଙ୍କରୁ ୧୦ ହଜାର ଟଙ୍କା ଋଣ ଆଣି ନିଜ ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ହରଗୌରୀ ପ୍ରଡ୍ୟୁସର ଗ୍ରୁପ ତିଆରି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଦିନକୁ ଦିନ ବେତ ତିଆରି ସାମଗ୍ରୀର ଚାହିଦା ବଢ଼ୁଥିବାରୁ ରୋଜଗାର ମଧ୍ୟ ଭଲ ହେଉଥିବା ମହିଳାମାନେ କହିଛନ୍ତି । ବିଶେଷକରି ବେତରେ ତିଆରି ଟେବୁଲ ଲ୍ୟାମ୍ପ ସହ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀର ଚାହିଦା ଅଧିକ ରହୁଥିବାରୁ ସେସବୁକୁ ଅଧିକ ମାତ୍ରାରେ ତିଆରି କରାଯାଉଥିବା ମହିଳାମାନେ କହିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ଅସଲି ଡବା, ଷ୍ଟିକରରେ ନକଲି ମୋବିଲ୍: ୧୨ ଶହ ଲିଟର ମୋବିଲ୍ ଜବତ.. ଜଣେ ଗିରଫPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।