ମିଶନ ମିଲେଟ୍‌: ମାଣ୍ଡିଆ ଦେଉଛି ରୋଜଗାର ଆତ୍ମ ନିର୍ଭରଶୀଳ ହେଉଛନ୍ତି ଗାଁ ମହିଳା

ମିଶନ ଶକ୍ତି ଯୋଗୁ ବଦଳିଛି ମହିଳାଙ୍କ ଜୀବନଶୈଳୀ । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବଢ଼ିଛି ଆଦର । ମହିଳାଙ୍କୁ ଦେଇଛି ରୋଜଗାର ।

ମିଶନ ମିଲେଟ୍‌: ମାଣ୍ଡିଆ ଦେଉଛି ରୋଜଗାର ଆତ୍ମ ନିର୍ଭରଶୀଳ ହେଉଛନ୍ତି ଗାଁ ମହିଳା

ମିଶନ ମିଲେଟ୍‌: ମାଣ୍ଡିଆ ଦେଉଛି ରୋଜଗାର ଆତ୍ମ ନିର୍ଭରଶୀଳ ହେଉଛନ୍ତି ଗାଁ ମହିଳା

  • News18 Odia
  • Last Updated :
  • Malkangiri, India
  • Share this:
News 18 Odia Digital

ମାଲକାନାଗିରି: ମାଣ୍ଡିଆ ଦେଉଛି ରୋଜଗାର । ମିଲେଟ୍ (millet) ମିଶନ ହେବା ପରେ ଏବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ିଛି । ମାଲକାନଗିରି (malkanagiri) ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀରେ ଦେଖିବାକୁ ମିଳିଛି ଏମିତି ଚିତ୍ର । ବ୍ୟାଙ୍କରୁ ଋଣ ନେଇ ଏବେ ଆତ୍ମ ନିର୍ଭରଶୀଳ ହେଉଛନ୍ତି ଗାଁର ମହିଳା।

ମିଶନ ମିଲେଟ୍‌ 

ଦେହକୁ ଭଲ, ଭାରି ସ୍ବାଦିଷ୍ଟ । ଏଥିପାଇଁ ଏବେ ସବୁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବଢ଼ିଛି ଆଦର । ମହିଳାଙ୍କୁ ଦେଇଛି ରୋଜଗାର । ସ୍ନାକ୍ସ ଆଇଟମ ଠାରୁ ଆରମ୍ଭ କରି ରସଗୋଲା, ଲଡୁ, ମଣ୍ଡା, କାକରା, ପୁରୀ, ପକୁଡ଼ି । ଏମିତି କି ମାଣ୍ଡିଆ ଚା’ରୁ ମିଲ୍ସ ସେକ୍‌ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ସତ୍ୟ ଶାନ୍ତି ଏସଏଚଜିର (shg) ସଦସ୍ୟାମାନେ ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି । ଏହାର ଆଦର ବଢୁଥିବାରୁ ଅଧିକ ଅର୍ଡର ବି ଆସୁଛି । ଘର କାମ ସାରି ଘରେ ବସି ରହୁଥିବା ମହିଳାଙ୍କ ହାତ ଏବେ ଖାଦ୍ୟ ପ୍ରସ୍ତୁତିରେ ପୁରା ବ୍ୟସ୍ତ ।

ମାଲକାନଗିରି, କୋରାପୁଟ, କନ୍ଧମାଳରେ ଅଧିକ ମାତ୍ରାରେ ଏହି ମାଣ୍ଡିଆ ଚାଷ ହୋଇଥାଏ । ବିଶେଷକରି ଆଦିବାସୀ ଅଞ୍ଚଳର ଲୋକେ ମାଣ୍ଡିଆକୁ ଜାଉ କରି ଖାଇଥାନ୍ତି । ହେଲେ ସରକାରଙ୍କ ମିଲେଟ ମିଶନ ପରେ ବଢିଛି ମାଣ୍ଡିଆର ଚାହିଦା । ଶରୀର ପାଇଁ ସ୍ୱାସ୍ଥ୍ୟକର ଏହି ଖାଦ୍ୟ ଖାଇବା ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ସତ୍ୟ ଶାନ୍ତି ଏସଏଚଜିର ମହିଳାମାନଙ୍କ ପାଖକୁ ବାହାରୁ ଆସୁଛି ଅର୍ଡର । ଯାହା ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ସହ ଆଗକୁ ବଢ଼ିବାର ରାହା ଯୋଗାଇଛି ।

ମିଶନ ଶକ୍ତି ଯୋଗୁ ବଦଳିଛି ମହିଳାଙ୍କ ଜୀବନଶୈଳୀ । ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ଆଦିବାସୀ ଅଞ୍ଚଳର ମହିଳା ।

ରିପୋର୍ଟ- ମହେନ୍ଦ୍ର ପାଣିଗ୍ରାହୀ
Published by:Soubhagya Mishra
First published: