ମିଶନ ୨୦୨୪; ସାଧାରଣ ନିର୍ବାଚନ ପାଇଁ ତିନି ଦଳର ସମରସଜ୍ଜା ଆରମ୍ଭ

ସାଧାରଣ ନିର୍ବାଚନ ପାଇଁ ତିନି ଦଳର ସମରସଜ୍ଜା । ସମୟ ଗଡୁଥିବାରୁ ସଙ୍ଗଠନ ମଜବୁତ୍ ପାଇଁ ନକ୍ସା ପ୍ରସ୍ତୁତି ଆରମ୍ଭ କଲେଣି ତିନି ଦଳ ।

ମିଶନ ୨୦୨୪ : ସାଧାରଣ ନିର୍ବାଚନ ପାଇଁ ତିନି ଦଳର ସମରସଜ୍ଜା  ଆରମ୍ଭ

ମିଶନ ୨୦୨୪ : ସାଧାରଣ ନିର୍ବାଚନ ପାଇଁ ତିନି ଦଳର ସମରସଜ୍ଜା  ଆରମ୍ଭ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ୨୦୨୪ ପାଇଁ ସମରସଜ୍ଜା ଆରମ୍ଭ। ଏବେଠୁ ମୋର୍ଚ୍ଚା ସଜାଡ଼ିଲେଣି ତିନି ଦଳ। ସମୟ ଗଡୁଥିବାରୁ ସଙ୍ଗଠନ ମଜବୁତ୍ ପାଇଁ ନକ୍ସା ପ୍ରସ୍ତୁତି ଚାଲିଛି । ଛାତ୍ର, ଯୁବ ଓ ମହିଳା ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିଛି ବିଜେଡି । ସଙ୍ଗଠନ ନବକଳେବର ସହ କାୟା ବୃଦ୍ଧି କରିଛି ଶାସକଦଳ । ଶାହଙ୍କ ମନ୍ତ୍ରଣାକୁ ନେଇ ବିଜେପି କାର୍ଯକ୍ରମ ଆରମ୍ଭ କରିଥିବା ବେଳେ ଦଳକୁ ଅଧିକ ଶକ୍ତି ଦେବାକୁ ସୋମବାର ଓଡ଼ିଶା ଆସିବେ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ । ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାରୁ ଅଭିଜ୍ଞତାର ଫାଇଦା ଉଠାଇବା ଲକ୍ଷ୍ୟରେ ରାଜ୍ୟ ବିଜେପି । ପରେ ମାସ ଶେଷ ଆଡ଼କୁ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ସୁପ୍ତ କଂଗ୍ରେସ ଦିଲ୍ଲୀ କ୍ରମରୁ ମୂଳଦୁଆ ପକାଇବା ଲକ୍ଷ୍ୟରେ ରହିଛି ।

୬ ଦିନିଆ ଦିଲ୍ଲୀଗସ୍ତ ସାରି ମଙ୍ଗଳବାର ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଲାଇଫ ଟାଇମ୍ ଆଚିଭମେଣ୍ଟ ସମ୍ମାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନକୁ ସ୍ମରଣୀୟ କରିବାକୁ ବିଜେଡି କରିଛି ବ୍ୟାପକ ଆୟୋଜନ । ୨୦୧୮ରେ ଶ୍ରେଷ୍ଠ ପ୍ରଶାସକ ହୋଇ ଫେରିବା ପରେ ଯେପରି ସ୍ଵାଗତ କରାଯାଇଥିଲା ତାଠୁ ହୋଇଛି ବଡ ବ୍ୟବସ୍ଥା । ଫାଇନାଲ ଲଢେଇ ପାଇଁ ଏଇଠୁ ମୂଳଦୁଆ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଶାସକ ଦଳ ।

କୁହାଯାଉଛି ଆଗାମୀ ନିର୍ବାଚନରେ ଯୁବ ଓ ମହିଳାଙ୍କୁ ପ୍ରାଧାନ୍ୟ ମିଳିବା ସହ ଏହି ତିନି ଛାମୁଆ ସଙ୍ଗଠନ କାନ୍ଧରେ ରହିବ ଗୁରୁ ଦାୟିତ୍ୱ । ୨୦୪ ଛାତ୍ର ନେତା,୧୯୪ ଯୁବ ନେତାଙ୍କ ସହ ୩୮୭ ମହିଳାଙ୍କୁ ଦାଇତ୍ୱ ଦେଇ ଆଗାମୀ ଦିନ ପାଇଁ ମଇଦାନ ପ୍ରସ୍ତୁତ କରିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ସମ୍ମାନ ସହ ରାଜନୀତିର କିଛି ସମ୍ପର୍କ ନାହିଁ । ୨୦୨୪ ପାଇଁ ଦଳ ପ୍ରସ୍ତୁତ ଅଛି । ଯୁବ, ମହିଳା ଛାତ୍ରଙ୍କୁ ଦଳ ସବୁବେଳେ ପ୍ରାଧାନ୍ୟ ଦେଇଛି । ଆଗାମୀ ନିର୍ବାଚନରେ ବି ଏମାନେ ଆଗରେ ରହିବେ ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହଛନ୍ତି ଯେ ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ପ୍ରଭାରୀ ରାଜ୍ୟ ନେତୃତ୍ଵଙ୍କ ସହ ଆଲୋଚନା କରିବେ । ଏହା ସହ ଜିଲ୍ଲା ସଭାପତିଙ୍କ ସହ ବି କରିବେ ବିଚାର ବିମର୍ଶ । ଆଗାମୀ ନିର୍ବାଚନକୁ ଫୋକସ କରି ଯୋଜନା କରାଯାଉଛି । ଯୋଜନା ଗୁଡିକକୁ ସଫଳ କରିବା ପାଇଁ  ବଂଶଲ ଶକ୍ତି ଦେବେ ।

କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ ପରିବର୍ତ୍ତନର ହୱା ଆସୁଛି । କେନ୍ଦ୍ର ସରକାରଙ୍କ ମିଛକୁ ଲୋକେ ଜାଣି ସାରିଲେଣି । ପରିବର୍ତ୍ତନର ସ୍ୱର ବିହାରରୁ ଆସିଲାଣି । ବହୁତ୍ ଶୀଘ୍ର ପରିବର୍ତ୍ତନ ହେବ । ୨୦୨୪ ଫାଇନାଲ ଲଢେଇ ପାଇଁ ତିନି ଦଳ ଏବେଠୁ କମରକସିବା ଆରମ୍ଭ କରିଥିବା ବେଳେ ଚଳିତ ମାସରୁ ପାଣିପାଗ ବଦଳିବ ଅନୁମାନ କରାଯାଉଛି ।
Published by:Sujit Swain
First published: