ମିଶନ ୨୦୨୪; ଓଡ଼ିଶାରେ ବିଜେପିର ସଫଳତା ପାଇଁ ମନ୍ତ୍ର ଦେବେ ଜେପି ନଡ୍ଡା

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଜନତା ପାର୍ଟି ମିଶନ ୧୨୦ ନେଇ ୨୦୨୪ ନିର୍ବାଚନରେ ଓହ୍ଲାଇବ ।

ମିଶନ ୨୦୨୪; ଓଡ଼ିଶାରେ ବିଜେପିର ସଫଳତା ପାଇଁ ମନ୍ତ୍ର ଦେବେ ଜେପି ନଡ୍ଡା

ମିଶନ ୨୦୨୪; ଓଡ଼ିଶାରେ ବିଜେପିର ସଫଳତା ପାଇଁ ମନ୍ତ୍ର ଦେବେ ଜେପି ନଡ୍ଡା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଜନତା ପାର୍ଟି ମିଶନ ୧୨୦ ନେଇ ୨୦୨୪ ନିର୍ବାଚନରେ ଓହ୍ଲାଇବ । ଗୁରବାର ସକାଳେ ଜେପି ନଡ୍ଡାଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରେ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ । ପରେ ବିରାଟ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାର୍ଟି କାର୍ଯ୍ୟାଳୟକୁ ଆସିବେ । ରାଜ୍ୟ କାର୍ଯ୍ୟାଳୟରୁ ଜନତା ମଇଦାନ ଯିବେ । ସେଠାରେ ଦିନ ୧୧ଟା ବେଳେ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତ ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି । ସେଠାରେ ଜେପି ନଡ୍ଡା ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ସମ୍ବୋଧିତ କରିବେ । ତାପରେ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ ରହିଛି । ଯେଉଁଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟୟରେ ବୈଠକ କରିବେ ।

ଏହା ସହ ସାଙ୍ଗଠନିକ ବୈଠକ ମଧ୍ୟ ହେବ । ସେହିଦିନ ରାତିରେ ପୁରୀ ଗସ୍ତ କରିବେ ଜେପି ନଡ୍ଡା । ୩୦ ତାରିଖ ସକାଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ସେଠାରୁ ସିଧାସଳଖ ଭଦ୍ରକ ଧାମନଗର ଯିବେ । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ ଜେପି ନଡ୍ଡା । ଧାମନଗରରୁ ଫେରିବା ପରେ ଦିନ ୧୧ ଟା ବେଳେ ୭ ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକ ବି ଜନତା ମଇଦାନରେ ହେବ, ଯାହା କି ସଂଯୁକ୍ତ ମୋର୍ଚ୍ଚାର ସମାବେଶ ହେବ । ସେହି ଦିନ ସନ୍ଧ୍ୟାରେ ହିଁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ଜେପି ନଡ୍ଡାଙ୍କ ଓଡ଼ିଶା ଆସିବା ନେଇ ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବା ରାଜ୍ୟ ବିଜେପି ପୁରାପୁରି ପ୍ରସ୍ତୁତ । ଦଳର କାର୍ଯ୍ୟକର୍ତ୍ତା ବହୁତ ଉତ୍ସାହିତ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୁରୁବାର ଦିନ ପ୍ରାୟ ୧୧ ଟା ୪୦  ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଜନତା ମଇଦାନରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରିବେ । ୨୦୨୪ ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ । ସେନେଇ ରଣନୀତି ପ୍ରସ୍ତୁତ ହେବ । କେଉଁ ପ୍ରସଙ୍ଗକୁ ଦଳ ଅସ୍ତ୍ର କରି ନିର୍ବାଚନ ରଣକ୍ଷେତ୍ରରେ ଓହ୍ଲାଇବ । ଏହାକୁ ନେଇ ଦଳୀୟ ନେତାଙ୍କୁ ନଡ୍ଡା ମାନସମନ୍ଥନ କରିବେ । ରାଜ୍ୟର ସବୁ ପଞ୍ଚାୟତରୁ କର୍ମୀମାନେ ଆସିବେ ବୋଲି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ କହିଛନ୍ତି । ଏହାକୁ ନେଇ ଆଜି ଜନତା ମଇଦାନରେ ହେବାକୁ ଥିବା ସଭାସ୍ଥଳୀକୁ ବୁଲି ଦେଖିଛନ୍ତି ପୁରନ୍ଦଶ୍ୱରୀ ।

୨୦୨୪ ନିର୍ବାଚନରେ ଓଡ଼ିଶାରେ ଦୁଇ ପାକ୍ଷିକ ଲଢେଇ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟବାସୀ ବିଜେପିକୁ ଓଡ଼ିଶାରେ ବିରୋଧୀ ଦଳ ଭୂମିକାରେ ବସାଇଛନ୍ତି । ସେଥିପାଇଁ ବିଜେପି ଲଢେଇ କରିବା ପାଇଁ ପ୍ରସ୍ତୁତ । ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କର ପ୍ରବାସ ଯୋଜନା ଚାଲିଛି । ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସେହି କ୍ରମରେ ଓଡିଶା ଗସ୍ତରେ  ଆସୁଛନ୍ତି । ଭାରତୀୟ ଜନତା ପାର୍ଟିର ଏ ହେଉଛି ସାଙ୍ଗଠନିକ ବୈଠକ । ତାକୁ ନେଇ ଦଳୀୟ  କାର୍ଯ୍ୟକତା ବେଶ ଉତ୍ସାହିତ । ଜନତା ମଇଦାନରେ ଦୁଇ ଦିନ ଧରି ଦଳର ପଞ୍ଚାୟତ ସ୍ତରର ନେତାଙ୍କ ଏବଂ ଛାମୁଆ ସଙ୍ଗଠନର ନେତାଙ୍କ ସହ କରିବେ ଆଲୋଚନା । ଜେପି ନଡ୍ଡା ଓଡ଼ିଶାଙ୍କୁ ଦଳୀୟ ନେତା ଶକ୍ତି ଜଗାଇବ । ବିଜେଡି ଏକ ରାଜନୈତିକ ଦଳ । ସେମାନେ ତାଙ୍କ କାର୍ଯ୍ୟକ୍ରମ କରିବେ । ବିଜେପି କାହାର କାର୍ଯ୍ୟକ୍ରମ ନେଇ ଭୟଭୀତ ନୁହେଁ । ଦଳ ତାର ପୁର୍ବ ପ୍ରସ୍ତୁତି ଅନୁସାରେ କାର୍ଯ୍ୟକ୍ରମ କରୁଛି । ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ ବିଜେପିର ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ।

୨୦୨୪ ନିର୍ବାଚନ ପାଇଁ ବିଜେପି ତାର କାମ ଆରମ୍ଭ କରିଦେଇଛି। ପଞ୍ଚାୟତର ତ୍ରିଦେଵଙ୍କୁ ଅସ୍ତ୍ର କରି ଦଳ ରଣନୀତି ପ୍ରସ୍ତୁତ କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତକାଳରେ ତ୍ରିଦେବଙ୍କୁ ଗୁରୁମନ୍ତ୍ର ଦେବେ । ପଞ୍ଚାୟତ ଶକ୍ତି କେନ୍ଦ୍ରର ପଞ୍ଚାୟତ ପ୍ରମୁଖ, ପଞ୍ଚାୟତ ସହ ପ୍ରମୁଖ ଏବଂ ପଞ୍ଚାୟତ ପ୍ରଭାରୀ, ସହରି ଶକ୍ତି କେନ୍ଦ୍ରର ପମୁଖଙ୍କ ସହ ଆଲୋଚନା କରି ୨୪ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ । ଆଗାମୀ ନିର୍ବାଚନର ରଣକୌଶଳ କଣ ହେବ । କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ମଇଦାନକୁ ଓହ୍ଲାଇବ । ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ଯେଉଁ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛି ବିଜେପି । ଆସନ୍ତାକାଲି ତାର ଭିତ୍ତିପ୍ରସ୍ତର ପଡିବ ବୋଲି ପୃଥିରାଜ ହରିଚନ୍ଦନ କହିଛନ୍ତି ।
Published by:Soubhagya Mishra
First published: