୪୮ ଘଣ୍ଟା ଭିତରେ ଉଦ୍ଧାର ହେଲେ ହିନ୍ଦୋଳ ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା

ପୁସିଙ୍ଗ କାର୍ଡ଼ ଛପାଇବାକୁ ଯାଇ ମଙ୍ଗଳବାର ଅପରାହ୍ନରୁ ନିଖୋଜ ଥିଲେ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା। ୪୮ ଘଣ୍ଟା ଭିତରେ ତାଙ୍କର ସନ୍ଧାନ ମିଳିଲା। କେଉଁ ପରିସ୍ଥିତିରେ ସୁବ୍ରତ ନିଖୋଜ ହେଲେ ନା କେହି ଅପହରଣ କରି ନେଇଥିଲେ ସେନେଇ ପୋଲିସ ପଚରାଉଚରା ଜାରି ରଖିଛି।

୪୮ ଘଣ୍ଟା ଭିତରେ ଉଦ୍ଧାର ହେଲେ ହିନ୍ଦୋଳ ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା

୪୮ ଘଣ୍ଟା ଭିତରେ ଉଦ୍ଧାର ହେଲେ ହିନ୍ଦୋଳ ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା

  • Share this:
News18 Odia Digital

ଢେଙ୍କାନାଳ: ମିଳିଲେ ନିଖୋଜ ହିନ୍ଦୋଳ ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଦୁଇ ଦିନ ହେଲା ନିଖୋଜ ଥିଲେ ସେ। ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ଗାଁରୁ ଗୁରୁବାର ଦିନ ତାଙ୍କୁ ଉଦ୍ଧାର କରାଯାଇଥିଲା।

ଢେଙ୍କାନାଳ ହିନ୍ଦୋଳ ବ୍ଲକ ଜୋନ ନମ୍ବର ୧ର ନୂଆଗାଁ ପଞ୍ଚାୟତର ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସୁବ୍ରତ ବେହେରା ଛିଡ଼ା ହୋଇଥିଲେ। ଗତ ମଙ୍ଗଳବାର ଅପରାହ୍ନରେ ନିଜର ପୁସିଂ କାର୍ଡ଼ ଛପାଇବା କହି ଘରୁ ସ୍ଥାନୀୟ ନିମବାହାଳି ଛକ ନିକଟରେ ଥିବା ସାଙ୍ଗ ଦୋକାନକୁ ଯାଇଥିଲେ। ସେଠାରେ ପୁସିଂ କାର୍ଡ଼ ଛପାଇବା ପାଇଁ ବରାଦ ଦେବା ପରେ କିଛି ସମୟ ପରେ ଆସିବାକୁ କହି ସେଠାରୁ ଚାଲି ଯାଇଥିଲେ।

ପରେ ଘର ଲୋକ ଫୋନ କରିବାରୁ ପନ୍ଦର ମିନିଟ ପରେ ଯାଉଛି ବୋଲି ମଧ୍ୟ କହିଥିଲେ। କିନ୍ତୁ ଏଥିରେ ବିଳମ୍ବ ହେବାରୁ ତାଙ୍କୁ ପୁନଶ୍ଚ ଫୋନ କରିବା ପରେ ତାଙ୍କ ଫୋନ ସୁଇଚ୍ ଅଫ ଆସିଥିଲା ବୋଲି ତାଙ୍କ ବାପା କହିଥିଲେ।

୪୮ ଘଣ୍ଟା ଭିତରେ ତାଙ୍କର ସନ୍ଧାନ ମିଳିଲା। କେଉଁ ପରିସ୍ଥିତିରେ ସୁବ୍ରତ ନିଖୋଜ ହେଲେ ନା କେହି ଅପହରଣ କରି ନେଇଥିଲେ ସେନେଇ ପୋଲିସ ପଚରାଉଚରା ଜାରି ରଖିଛି।

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ସଡଙ୍ଗୀ ଗୁରୁବାର ଦିନ କଣ୍ଟାବଣିଆ ଥାନାରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଥାନାରେ ଉପସ୍ଥିତ ଥିବା ସୁବ୍ରତଙ୍କ ବାପା ଟିଭୁ ବେହେରାଙ୍କ ପାଖକୁ ଏକ ଅଜଣା ଫୋନ କଲ ଆସିଥିଲା। ଯେଉଁଥିରେ ନିଖୋଜ ପୁଅ ସୁବ୍ରତ ନିଜେ ସଦରଥାନା ଭାପୁର ଛକ ନିକଟରେ ଛିଡ଼ା ହୋଇଥିବା ବାପାଙ୍କୁ ସୂଚନା ଦେଇଥିଲେ। ସେଠାକୁ ଆସି ତାଙ୍କୁ ନେଇ ଯିବାକୁ ବାପାଙ୍କୁ କହିବା ପରେ ପୋଲିସର ଏକ ଟିମ ତାଙ୍କ ବାପାଙ୍କୁ ନେଇ ଭାପୁର ନିକଟକୁ ଯାଇ ସୁବ୍ରତଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ସଦରଥାନା ଅନ୍ତର୍ଗତ ଝାରଗାଡିଆ ଫାଣ୍ଡିରେ ରଖି ଅଧିକ ପଚରାଉଚରା କରାଯାଇଥିଲା।

ପ୍ରାଥମିକ ତଦନ୍ତ ପରେ କଣ୍ଟାବଣିଆ ପୋଲିସ ଆଖପାଖ ଅଞ୍ଚଳରୁ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଟକ ଯୁବକମାନଙ୍କ ବାବଦରେ ପୋଲିସ ସବିଶେଷ ତଥ୍ୟ ଦେଇନଥିବା ବେଳେ ଏଥିରେ କୌଣସି ରାଜନୈତିକ ଶତ୍ରୁତା ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।
Published by:Lipina Das
First published: