News18 Odia Digital
ନୟାଗଡ଼: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । କଡାକଡି ଯାଞ୍ଚ ସହ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡା ହେଉଛି । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁନିଫର୍ମ ନଥିବାରୁ ଜଣେ ଛାତ୍ରଙ୍କୁ ହଲ ଭିତରକୁ ଯିବାର ଅନୁମତି ମିଳିନଥିଲା । ଏହା ପରେ ସେ ନିଖୋଜ ହୋଇଯାଇଥିବାର ଅଭିଯୋଗ ଆଣିଥିଲେ ପରିବାର ଲୋକ। ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଏହି ଅଭିଯୋଗ ଆସିଛି।
ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଥିବା ପରୀକ୍ଷାର୍ଥୀ ନିଖୋଜ ଅଭିଯୋଗ ଆସିଛି। ଦଶପଲ୍ଲା ରାଧାମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରଦୀପ ନାୟକଙ୍କୁ ୟୁନିଫର୍ମ ପିନ୍ଧି ନ ଥିବାରୁ ସ୍କୁଲ ଶିକ୍ଷୟତ୍ରୀ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରିଥିଲେ। ପରୀକ୍ଷା କେନ୍ଦ୍ରକୁ ପ୍ରଦୀପ ପ୍ରବେଶ କରାଇ ଦେଇନଥିଲେ। ପରେ ପ୍ରଦୀପ ଘରକୁ ନ ଯାଇ କୁଆଡ଼େ ପଳାଇ ଯାଇଥିଲେ। ପରୀକ୍ଷା ସରିବା ପରେ ସବୁ ପିଲା ଘରକୁ ଆସିଥିବା ବେଳେ ପ୍ରଦୀପ ଆସିଥିଲେ। ଏନେଇ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।
ଚାଷୀଙ୍କ ଖାତାକୁ ଆସିବ ୧୨ହଜାର ଟଙ୍କା; ୬ହଜାର ଦେବ କେନ୍ଦ୍ର, ବାକି ଆସିବ କେଉଁଠୁ?ଖୋଜାଖୋଜି ଭିତରେ ଭୂତପଲ୍ଲୀ ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ପ୍ରଦୀପ ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ସହ ପ୍ରଦୀପଙ୍କୁ ନେଇ ପୁଲିସ ଜିମାରେ ଦେଇଥିଲେ। ପୁଲିସ ପିଲାଟିକୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।