ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଧିକ ଶକ୍ତିଶାଳୀ ମିସାଇଲ୍ MR-SAMର ସଫଳ ପରୀକ୍ଷଣ ହେଲା

ପୂର୍ବରୁ ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷ୍ୟମତା ୭୦ କିଲୋମିଟର ଥିବା ବେଳେ ଚଳିତ ପରୀକ୍ଷାରେ ଏହାକୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଧିକ ଶକ୍ତିଶାଳୀ ମିସାଇଲ୍ MR-SAMର ସଫଳ ପରୀକ୍ଷଣ ହେଲା
MR-Sam ଯେପଣାସ୍ତ୍ରର ପରୀକ୍ଷଣ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: December 23, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ବାଲେଶ୍ବର ସହର ନିକଟସ୍ଥ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ସଫଳତାର ସହ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ମଧ୍ୟମ ରେଞ୍ଜର ଭୂମିରୁ ଆକାଶକୁ ଉତ୍କ୍ଷେପିତ ହେଉଥିବା କ୍ଷେପଣାସ୍ତ୍ରର (Medium Range Surface to Air Missile ବା MR-SAM) ପରୀକ୍ଷଣ ହୋଇଛି । ଅପରାହ୍ଣ ୩:୫୫ ମିନିଟରେ ଏହି ପରୀକ୍ଷା କରାଯାଇଥିଲା ।

କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । MR-SAMକୁ ପୂର୍ବରୁ ବହୁ ବାର ପରୀକ୍ଷା କରାଯାଇଥିଲେ ମଧ୍ୟ ଏଥିରେ ଅଧିକ ଲକ୍ଷ୍ୟଭେଦ କ୍ଷମତା ତଥା ଦିଗ ଓ ବେଗ ଉପରେ ଅଧିକ ବିକାଶ କରାଯାଇ ଏହି ସଦ୍ୟ ପରୀକ୍ଷା କରାଯାଇଛି ।

ଏହା ବି ପଢ଼ନ୍ତୁ | ଆସନ୍ତା ସପ୍ତାହରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଭାରତରେ ପ୍ରୟୋଗ ପାଇଁ ମିଳିପାରେ ଅନୁମତି

ପୂର୍ବରୁ ଏହି କ୍ଷେପଣାସ୍ତ୍ର ଇସ୍ରାଏଲର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଥିଲା । ହେଲେ ଚଳିତ ଥର MR-SAMରେ ସ୍ବଦେଶୀ ଜ୍ଞାନ କୌଶଳ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି । ମିସାଇଲରେ ବ୍ୟବହାର କରାଯାଇଥିବା ଇଞ୍ଜିନ୍‌ ସହିତ ସ୍ବତନ୍ତ୍ର ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଶଂ ଖଞ୍ଜା ଯାଇଛି । ଏହି ପ୍ରକ୍ରିୟାକୁ ପରୀକ୍ଷା ପରେ ତର୍ଜମା କରାଯାଉଥିବା ଜଣାପଡ଼ିଛି । ଏହି ମିସାଇଲର ଆଉ ଏକ ପର୍ଯ୍ୟାୟ ପରୀକ୍ଷଣ ଗୁରୁବାର ଦିନ ହେବା ନେଇ DRDO ପ୍ରସ୍ତୁତି କରୁଥିବା ଜଣା ପଡ଼ିଛି ।

ଏହି ମିସାଇଲରେ ସ୍ବତନ୍ତ୍ର ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଶଂ ଖଞ୍ଜା ଯାଇଛି ।


‘‘କ୍ଷେପଣାସ୍ତ୍ରର ପରୀକ୍ଷଣ ପୂର୍ବରୁ ସୁରକ୍ଷାକୁ ଆଖିରେ ରଖି ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଏଥି ପାଇଁ ପ୍ରଶାସନ ପକ୍ଷରୁ ତିନୋଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଥିଲା । ଲୋକେ କୋଭିଡ ନିୟମ ମାନି ଏଠାରେ ରହିଥିଲେ । ସମସ୍ତଙ୍କୁ କ୍ଷତିପୂରଣ ଦିଆଯାଇଛି,’’ କହିଛନ୍ତି ITRର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ।

ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ

ସ୍ଥଳ ଭାଗରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା MR-SAM ମାଧ୍ୟମରେ ଯୁଦ୍ଧ ଯାହାଜ, ହେଲିକେପ୍ଟର, ନୌଜାହାଜ ଓ ବାଲିଷ୍ଟିକ୍‌ ମିସାଇଲକୁ ଟାର୍ଗେଟ୍‌ କରାଯାଇ ପାରିବ । ତେବେ ଏହି ପରୀକ୍ଷା ପ୍ରଥମେ ବଂଶୀ କୁ ଲଞ୍ଚ କରାଯିବା ପରେ ଏହି ମିସାଇଲ ତାକୁ ଟାର୍ଗେଟ କରିଥିଲା । ଏହାର ଓଜନ ୨୭୫ କିଲୋଗ୍ରାମ ଓ ଏହାର ଲମ୍ବ ସାଢ଼େ ୪ ମିଟର । ଏଥିରେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ବୋଲି ITR ପକ୍ଷରୁ କୁହାଯାଇଛି ।

ପୂର୍ବରୁ MR-SAMର ଲକ୍ଷ୍ୟଭେଦ କ୍ଷ୍ୟମତା ୭୦ କିଲୋମିଟର ଥିବା ବେଳେ ଚଳିତ ପରୀକ୍ଷାରେ ଏହାକୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଉତକ୍ଷେପଣ ପରେ ମିସାଇଲକୁ କଣ୍ଟ୍ରୋଲ ରୁମ୍‌ରୁ ତଥ୍ୟ ପ୍ରେରଣ କରାଯିବା ସହିତ ମିସାଇଲ ମାଧ୍ୟମରେ ଲକ୍ଷ୍ୟସ୍ଥଳର ଫଟୋ ଓ ଭିଡ଼ିଓ ମଧ୍ୟ କଣ୍ଟ୍ରୋଲ ରୁମ୍‌ରେ ସଂଗ୍ରହ କରାଯାଇ ପାରିବ ।

ଏହା ବି ପଢ଼ନ୍ତୁ | ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ

ଏହି ପରୀକ୍ଷଣ ପାଇଁ ସୁରକ୍ଷା ଦୃଷ୍ଟିରୁ ୩,୭୨୩ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲା DRDO । ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଲୋକଙ୍କୁ ବ୍ୟାପକ ସୁବିଧା ଯୋଗାଇ ଦିଆଯାଇଥିଲା ।  ଏହି ପରୀକ୍ଷା ପାଇଁ ୩ ନମ୍ବର ଲଞ୍ଚପ୍ୟାଡ଼ର ଅଢ଼େଇ କିଲୋମିଟର ପରିଧି ମଧ୍ୟରେ ଥିବା ତୁଣ୍ଡରା, କୁସୁମୁଳି, ଜୟଦେବକସବା ପାହି, ଖଡ଼ୁପାହି ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ଏଥିରେ କ୍ଷତିଗ୍ରସ୍ଥ ଗ୍ରାମବାସୀଙ୍କୁ ପ୍ରତିରକ୍ଷା ବିଭାଗ ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ପୋଲିସ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ  ସମେତ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ମଧ୍ୟ ସ୍ଥାନାନ୍ତରୀକରଣ ସମୟରେ ଉପସ୍ଥିତ ରହିଥିଲେ ।



‘‘ପ୍ରତ୍ୟେକ ସ୍ଥାନାନ୍ତରିତ ବ୍ୟକ୍ତିକୁ ମୁଣ୍ଡ ପିଛା ୩୦୦ ଟଙ୍କା ଦିଆଯାଇଥିଲା । ଖାଦ୍ୟ ପାଇଁ ୧୦୦ ଟଙ୍କା, ଘର ତାଲା ପକାଇବା ଓ ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ୬୦ ଟଙ୍କା ଦିଆ ଯାଇଥିଲା । ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ କ୍ଷତିପୂରଣ ଦେଇଛି DRDO । ଆମେ ଏଠାରେ ରହିବା ଦ୍ୱାରା ମିସାଇଲ୍‌ ପରୀକ୍ଷଣ ସମୟରେ କୌଣସି ଅଘଟଣ ଘଟିଲେ ଆମର ପରିବାର ଓ ଆମେ ସେଥିରୁ ବର୍ତ୍ତି ପାରିବୁ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ବିକ୍ରମ କର ।
Published by: Anand Shankar Thankur Das
First published: December 23, 2020, 11:58 PM IST
corona virus btn
corona virus btn
Loading