ବାଲେଶ୍ୱର: ଆକାଶରୁ ହଠାତ୍ ଖସିଲା ‘କ୍ଷେପଣାସ୍ତ୍ର’; ସମୁଦ୍ରରେ ମାଛ ମାରୁଥିବା ଲୋକେ ଭୟଭୀତ ହେଲେ

ଏହି ଚାଳକବିହୀନ ଏୟାରକ୍ରାଫ୍ଟଟି କିଛି ସମୟ ଆକାଶରେ ଉଡ଼ିବା ପରେ ଖସି ପଡ଼ିଥିଲା । ସମୁଦ୍ରରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ବେଳେ ଏହାକୁ ଖସି ପଡ଼ୁଥିବା ଦେଖିବାକୁ ପାଇଥିଲେ । ସେମାନେ ତାକୁ କୂଳକୁ ଆଣିଥିଲେ ।

ବାଲେଶ୍ୱର: ଆକାଶରୁ ହଠାତ୍ ଖସିଲା ‘କ୍ଷେପଣାସ୍ତ୍ର’; ସମୁଦ୍ରରେ ମାଛ ମାରୁଥିବା ଲୋକେ ଭୟଭୀତ ହେଲେ
ମାନବବିହୀନ ଏୟାରକ୍ରାଫ୍ଟ ‘ବଂଶୀ’କୁ ଘେରି ଠିଆ ହୋଇଛନ୍ତି ଲୋକେ ।
  • News18 Odia
  • Last Updated: August 18, 2020, 7:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ତାଳପଦା ମୁହାଣ ନିକଟରେ ସମୁଦ୍ର କୂଳ ନିକଟରେ କେତେକ ଲୋକ ମାଛ ଧରୁଥିବା ବେଳେ ହଠାତ ଆକାଶରୁ ଖସି ପଡ଼ିଥିଲା ଏକ କ୍ଷେପଣାସ୍ତ୍ର । ଏହାକୁ ଦେଖି ମତ୍ସ୍ୟଜୀବୀମାନେ ଡରି ଯାଇଥିଲେ । ଏହି କ୍ଷେପଣାସ୍ତ୍ରଟିର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ପରୀକ୍ଷା ହୋଇଥିଲା ବୋଲି ସୂଚନା ମିଳିଛି ।

କୁହାଯାଉଛି ଯେ ଏହା ଥିଲା ବାଲେଶ୍ବର ଜିଲ୍ଲାରେ ଥିବା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିବା ମାନବବିହୀନ ଏୟାରକ୍ରାଫ୍ଟ ‘ବଂଶୀ’ । ଏହି ଏୟାରକ୍ରାଫ୍ଟ ସମୁଦ୍ର କୂଳ ତାଳପଦା ମୁହାଣ ନିକଟରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ସୋମବାର ମଧ୍ୟାହ୍ନରେ ଏହି ଚାଳକବିହୀନ ଏୟାରକ୍ରାଫ୍ଟ ‘ବଂଶୀ’ର ଉତ୍‌କ୍ଷେପଣ କରାଯାଇଥିବାର ସୂଚନା ମିଳିଛି । ଏହା କିଛି ସମୟ ଆକାଶରେ ଉଡ଼ିବା ପରେ ଖସି ପଡ଼ିଥିବା ଜଣାପଡ଼ିଛି । ସମୁଦ୍ର କୂଳର ତାଳପଦା ନିକଟରେ ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ବିମାନଟି ଖସି ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନେ ଏହି ବିମାନଟିକୁ ଦେଖିବା ପରେ ତାକୁ କୂଳକୁ ଆଣିଥିଲେ ।

ବଂଶୀକୁ ଦେଖିବାକୁ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ପ୍ରବଳ କୌତୁହଳ ଥିଲା ।


ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ମଧ୍ୟ ହୋଇଥିଲା । କିଛି ଲୋକ ଏହି ବିମାନ ଉପରେ ବସି ଫଟୋ ଉଠାଇବା ମଧ୍ୟ ଦେଖିବାକୁ ମିଳିଥିଲା । କିଛି ସମୟ ପରେ ପ୍ରତିରକ୍ଷା ବିଭାଗ ତରଫରୁ ଅଧିକାରୀମାନେ ପହଞ୍ଚି ବିମାନଟିକୁ ଉଦ୍ଧାରକରି ଚାନ୍ଦିପୁରକୁ ନେଇ ଯାଇଥିଲେ ।

‘‘ଆମେ ସମୁଦ୍ର ମଧ୍ୟରେ ପ୍ରାୟ ୧୫ କିଲୋମିଟର ମଧ୍ୟରେ ମାଛ ମାରୁଥିଲୁ । ଏହି ସମୟରେ ବହୁତ ଜୋରରେ ଏକ ନିଆଁ ପିଣ୍ଡୁଳା ଆମର ଅତି ନିକଟରେ ସମୁଦ୍ରରେ ପଡ଼ିଥିଲା । ପିଣ୍ଡୁଳାଟି ପଡିବା ପରେ କିଛି ସମୟ ପାଇଁ ସମୁଦ୍ର ଅଶାନ୍ତ ହୋଇ ଯାଇଥିଲା । ପରେ ମୁଁ ଓ ମୋ’ର ଚାରି ଜଣଙ୍କ ସାଥୀ ମିଶି ସେଇଟାକୁ ଉଦ୍ଧାର କରି କୂଳକୁ ଆଣିଥିଲୁ,’’ କହିଛନ୍ତି ମତ୍ସ୍ୟଜୀବୀ ରଘୁନାଥ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ‘ବଂଶୀ’ର ଉତ୍‌କ୍ଷେପଣ କରାଯାଇଥିଲା ।


ସେହି କ୍ଷେପଣାସ୍ତ୍ରଟିରେ ଚାରିଟି ଗ୍ୟାସ ଟାଙ୍କି ଓ କିଛି ସେନ୍ସର ଲାଗିଥିଲା ବୋଲି ସେ କହିଛନ୍ତି । ‘‘ସୌଭାଗ୍ୟ ବଶତଃ ଆମ ଉପରେ ସେହି ରକେଟଟି ପଡ଼ି ନ ଥିବାରୁ ଆମେ ବଞ୍ଚି ଯାଇଥିଲୁ,’’ କହିଛନ୍ତି ରଘୁନାଥ ।

‘ବଂଶୀ’ ଚାଳକବିହୀନ ଏୟାରକ୍ରାଫ୍ଟକୁ କ୍ଷେପଣାସ୍ତ୍ର ପରୀକ୍ଷାରେ ଟାର୍ଗେଟ୍‌ ଭାବେ ବ୍ୟବହାର କରାଯାଇଥାଏ ବୋଲି କହିଛନ୍ତି ଜଣେ ଅଧିକାରୀ । ଏହାର ଲମ୍ବ ୨.୮୪ ମିଟର ଓ ଓଜନ ୭୩ କିଲୋଗ୍ରାମ ହୋଇଥିବା ବେଳେ ଏହାର ଗତି ଘଣ୍ଟା ପ୍ରତି ୨୦୦ କିଲୋମିଟର ରହିଛି । ଏହି ଏୟାରକାଫ୍ଟକୁ ପ୍ରଥମେ ଉଡ଼ାଣ କରାଯାଏ ଓ ଏହାକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ଛଡ଼ା ଯାଇଥାଏ । ଗତ ସପ୍ତାହରେ ମଧ୍ୟ ଏହି ଏୟାରପ୍ରାଫ୍ଟକୁ ପରୀକ୍ଷା କରାଯାଇଥିଲା । ତେବେ ପୂର୍ବରୁ ଅନେକ ଥର ‘ବଂଶୀ’ର ସଫଳ ପରୀକ୍ଷଣ ହୋଇଛି । ଗତ ସପ୍ତାହରେ ହୋଇଥିବା ପରୀକ୍ଷା ମଧ୍ୟ ସଫଳ ହୋଇଥିବାର ଖବର ମିଳିଛି ।

ଏହା ବି ପଢ଼ନ୍ତୁ | ଡ୍ରିମ୍-୧୧ IPLର ନୂତନ ଟାଇଟଲ୍ ସ୍ପୋନସର୍ ହେଲା; ୨୨୨ କୋଟି ଟଙ୍କାରେ କିଣିଲା ଏହି ଅଧିକାର

ଏହା ବି ପଢ଼ନ୍ତୁ | ମଧ୍ୟ ପ୍ରଦେଶରେ କେବଳ ମଧ୍ୟ ପ୍ରଦେଶବାସୀଙ୍କୁ ସରକାରୀ ଚାକିରି ମିଳିବ, କହିଲେ CM ଶିବରାଜ ସିଂ ଚୌହାନ

ଏହି ସଦ୍ୟ ପରୀକ୍ଷା ନେଇ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ବେଳେ ବେଳେ ପାଣିପାଗର ହଠାତ ପରିବର୍ତ୍ତନ ପରୀକ୍ଷଣକୁ ବିଫଳ କରିଦେଇଥାଏ ।



‘‘ବଂଶୀକୁ ପୂର୍ବରୁ ବହୁ ବାର ପରୀକ୍ଷା କରଯାଇଛି । ଅନେକ ଥର ପରୀକ୍ଷାରେ ବଂଶୀ ସଫଳ ହୋଇଛି । ଗତ ସପ୍ତାହରେ ମଧ୍ୟ ପରୀକ୍ଷା କରାଯାଇଥିଲା । ଚଳିତ ଥର କାହିଁକି ଖସିଛି ତାହାକୁ ନେଇ ବୈଜ୍ଞାନିକ ଯାଞ୍ଚ କରୁଛନ୍ତି । ଯାଞ୍ଚ ପରେ ଜଣା ପଡ଼ିବ,’’ କହିଛନ୍ତି ଜଣେ ଅଧିକାରୀ ।
Published by: Anand Shankar Thankur Das
First published: August 18, 2020, 7:18 PM IST
corona virus btn
corona virus btn
Loading