Jajpur: ଏଟିଏମ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହରିପୁର ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

ଆକ୍ସିସ ବ୍ୟାଙ୍କ ଏଟିଏମ

ଆକ୍ସିସ ବ୍ୟାଙ୍କ ଏଟିଏମ

  • Share this:
News 18 Odia Digital

ଯାଜପୁର: ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହରିପୁର ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଦୁର୍ବୃତ୍ତମାନେ ଏଟିଏମ ସଟର ତାଡି ମେସିନ ଭାଙ୍ଗି ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି। ଆଜି ସକାଳୁ ସ୍ଥାନୀୟ ବ୍ୟବସାୟୀ ଏଟିଏମ ମେସିନ ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ନିକଟସ୍ଥ ସିସିଟିଭି ଫୁଟେଜକୁ ଜବତ କରିଛି।

ସିସିଟିଭି ଫୁଟେଜରେ ରାତି ୧୨.୫୭ ମିନିଟରୁ ୧.୧୩ ମିନିଟ ମଧ୍ୟରେ ଏହି ଲୁଟ ହୋଇଥିବା ଜଣାପଡ଼ିଛି। ଏଥିରେ ସାର୍ଟ ପ୍ୟାଣ୍ଟ ପିନ୍ଧା ୪ଜଣ ଦୁର୍ବୁତ୍ତ ନଜରକୁ ଆସୁଛନ୍ତି। ତେବେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ଦିନ ତଳେ ଧର୍ମଶାଳା ଥାନା ନେଉଳପୁର ବଜାରରେ ଏସବିଆଇ ଏଟିଏମକୁ ସମ୍ପୂର୍ଣ୍ଣ ଭାବେ ଲୁଟି ନେଇଥିଲେ ଦୁର୍ବୁତ୍ତ।
Published by:Soumyashree Mishra
First published: