ଭୁବନେଶ୍ୱରରେ ଚାଞ୍ଚଲ୍ୟ: ମହିଳା DSPଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌, କାନ ଫୁଲ ଓ ଚୁଡ଼ି ଲୁଟିଲେ ଦୁର୍ବୃତ୍ତ

DSP ତନୁଜା ମହାନ୍ତି ସକାଳେ ନିଜ ବାସଭବନ ସାମନାରେ ଝାଡ଼ୁ କରିସାରି ଠିଆହୋଇଥିବା ବେଳେ ଗୋଟେ ବାଇକରେ ଦୁଇ ଜଣ ଯୁବକ ଆସି ପହଞ୍ଚିଥିଲେ । ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ସେମାନେ ତାଙ୍କ ଠାରୁ ସୁନାଗହଣା ଲୁଟି ଚାଲିଗଲେ ।

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ମହିଳା DSPଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌, କାନ ଫୁଲ ଓ ଚୁଡ଼ି ଲୁଟିଲେ ଦୁର୍ବୃତ୍ତ
ଡିଏସପିଙ୍କ ଘର ସାମନାରେ ଘଟିଗଲା ଏହି ଲୁଟ୍ କାଣ୍ଡ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଅପରାଧ ଜଗତରେ ଆଜି ଆଉ ଏକ ଆଶ୍ଚର୍ଯ୍ୟଜନକ ନୂଆ ପୃଷ୍ଠା ଯୋଡ଼ିହୋଇଛି । ସ୍ପଷ୍ଟ ଦିବାଲୋକରେ ମହିଳା ଡିଏସପି (ଭିଜିଲାନ୍ସ) ତନୁଜା ମହାନ୍ତିଙ୍କ ଠାରୁ ତାଙ୍କ ଘର ସାମନାରୁ ସୁନା ଗହଣା ଲୁଟ୍ କରିନେଇଛନ୍ତି ଲୁଟେରାମାନେ । ତାହା ବି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ।

ତନୁଜା ମହାନ୍ତିଙ୍କ ଠାରୁ ତାଙ୍କ ସୁନା ଚେନ୍‌, କାନ ଫୁଲ ଓ ଦୁଇ ହାତରୁ ସୁନା ଚୁଡ଼ି ନେଇଯାଇଛନ୍ତି ଦୁଇ ଜଣ ଦୁର୍ବୃତ୍ତ । ଏହି ଘଟଣା ଘଟିଛି ଭୁବନେଶ୍ୱରର ୟୁନିଟ୍‌-୩ରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଉପରେ ଥିବା ଡିଏସପିଙ୍କ ବାସଭବନ ସାମନାରେ । ଏହି ଘଟଣାକୁ ଭୁବନେଶ୍ୱରରେ ଲୁଟେରାମାନଙ୍କ ଦୁଃସାହସର ଚରମ ସୀମା ବୋଲି ଅନେକ କହିବା ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ତନୁଜା ମହାନ୍ତି ଆଜି ସକାଳେ ପାଖାପାଖି ସାଢ଼େ ୬ଟା ବେଳେ ନିଜ ବାସଭବନ ସାମନାରେ ଝାଡ଼ୁ କରିସାରି ଠିଆହୋଇଥିବା ବେଳେ ଗୋଟେ ବାଇକରେ ଦୁଇ ଜଣ ଯୁବକ ଆସି ସେଠାରେ ପହଞ୍ଚିଥିଲେ । ତନୁଜାଙ୍କ ସ୍ୱାମୀ ଗଣମାଧ୍ୟମକୁ ଦେଇଥିବା ବିବୃତି ଅନୁସାରେ ଯୁବକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବାଇକରୁ ଓହ୍ଲେଇ ତନୁଜାଙ୍କ ପାଖକୁ ଆସି ତାଙ୍କୁ ତାଙ୍କ ନାଁ ପଚାରିଥିଲା ଓ ତାଙ୍କ ଆଡ଼କୁ କଥା ହେବା ପାଇଁ ନିଜ ମୋବାଇଲ ଫୋନ୍‌ ବଢ଼େଇଦେଇଥିଲା ।

ଘଟଣା ପରେ ଡିଏସପି ତନୁଜା ମହାନ୍ତିଙ୍କୁ ଭେଟିଛନ୍ତି ପୋଲିସ୍ ଅଧିକାରୀମାନେ ।


‘‘ସେ (ଲୁଟେରା ଯୁବକ) ନିଜ କାନରେ ମୋବାଇଲ୍‌ ଫୋନ୍‌ ଲଗେଇ କଥା ହେଉଁ ହେଉଁ ପଚାରିଲା ‘ମାଡାମ୍‌ ଆପଣଙ୍କ ନାଆଁଟା କଣ?’ । ତା’ପରେ ସେ ନିଜ ଫୋନ୍‌ ବଢ଼େଇ ଦେଲା କଥା ହେବା ପାଇଁ । ହେଲେ ସେ (ତନୁଜା) ‘ନା, ନା, ମୋ’ର କିଛି କହିବାର ନାହିଁ’ ବୋଲି କହି ଗେଟ୍‌ ବନ୍ଦ କରି ଆଣୁଥିଲେ । ଏତିକି ଭିତରେ ସେ (ଯୁବକ) ଗେଟକୁ ଠେଲିଦେଇ ଭିତରକୁ ପଶିଗଲା ଓ ତାଙ୍କ ଚେନଟିକୁ ସ୍ନାଚିଂ କଲା,’’ କହିଛନ୍ତି ତନୁଜାଙ୍କ ସ୍ୱାମୀ ।

‘‘ମିସେସ୍‌ ପାଟି କଲାରୁ ମୁଁ ଘର ଭିତରୁ ଆସି ପହଞ୍ଚିଲି । ମିସେସ୍‌ ତା’ କଲରଟାକୁ ଧରିନେଇଥାନ୍ତି । ସେ ଭିଡ଼ିହୋଇକି ଚାଲିଯିବା ଭିତରେ, ମୋତେ ଦେଖିକି ବୋଧେ ସେ ଭିଡ଼ିହୋଇକି ବାହାରକୁ ପଳେଇଯାଉଥିଲା, ହଠାତ୍‌ ବୁଲିପଡ଼ିକି ପକେଟରୁ ଗୋଟେ ବନ୍ଧୁକ କାଢ଼ି ଦେଖାଇଲା । ମୋତେ କହିଲା ‘ଭିତରକୁ ଯାଆ, ନହେଲେ ମାରିଦେବି’ । ସେ ଖରାପ ଭାଷା ବ୍ୟବହାର କଲା । କହିଲା ମାଇକିନାକୁ ବି ମାରିଦେବି,’’ ସେ କହିଛନ୍ତି ।

ଡିଏସପିଙ୍କ ବାସଭବନ ଭୁବନେଶ୍ୱରର ୟୁନିଟ୍-୩ରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଉପରେ ଅଛି ।


ତନୁଜାଙ୍କ ସ୍ୱାମୀ କିଛି ଗୋଟାଏ ହାତରେ ପାଇ ସେ ଯୁବକକୁ ଆକ୍ରମଣ କରିବାକୁ ଭାବିବା ଭିତରେ ସେ ଯୁବକ କହିଲା ଯେ ହଲଚଲ୍‌ ହେଲେ ସେ ଗୁଳି ମାରିଦେବ । ତେଣୁ ତନୁଜା ନିଜ ଗଳାରୁ ସେତେବେଳେ ଛିଣ୍ଡିଯାଇଥିବା ସୁନା ଚେନ୍‌ ଓ ନିଜ ଦୁଇ କାନରୁ କାନ ଫୁଲ ଓ ଦୁଇ ହାତରୁ ସୁନା ଚୁଡ଼ି ବାହାର କରି ତାକୁ ଦେଇଦେଲେ ବୋଲି କହିଛନ୍ତି ତାଙ୍କ ସ୍ୱାମୀ । ତା’ ପରେ ସଙ୍ଗେ ସଙ୍ଗେ ସେ ଯୁବକ ଓ ବାଇକରେ ଅପେକ୍ଷା କରିଥିବା ତା’ ସାଥୀ ସେଠୁ ପଳେଇଗଲେ ।

ଏହା ବି ପଢ଼ନ୍ତୁ: ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ନୟାଗଡ଼ରେ ୫ ବର୍ଷର ଝିଅ ପରୀକୁ ମାରି ଟୁକୁଡ଼ା ଟୁକୁଡ଼ା କରି ଫିଙ୍ଗିଲେ ଦୁର୍ବୃତ୍ତ; ତଦନ୍ତ ଜାରି

ତନୁଜାଙ୍କ ସ୍ୱାମୀ ଖାରବେଳ ନଗର ଥାନାରେ ଏହି ଘଟଣା ବିଷୟରେ ଏକ ଏତାଲା ଦେଇଛନ୍ତି । କମିଶନରେଟ୍‌ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରିଛି । ମୋଟର୍‌ ସାଇକେଲରେ ଯାଉଥିବା ଯୁବକମାନଙ୍କୁ ଅଟକାଇ ପୋଲିସ୍‌ ଚେକିଂ କରୁଛି । ଲୁଟେରା ଦୁଇ ଜଣଙ୍କୁ ଜଲଦି ଧରାଯିବ ବୋଲି କହିଛନ୍ତି ଜଣେ ପୋଲିସ୍‌ ଅଧିକାରୀ ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 26, 2020, 1:45 PM IST
corona virus btn
corona virus btn
Loading