ପୁରୀ: ସିଗାରେଟ ଖାଇ ପଇସା ଦେବା ବଦଳରେ ଦୋକାନକୁ ଖଣ୍ଡାରେ ହାଣିଲା ଦୁର୍ବୃତ୍ତ

'ଭାଇ ତାକୁ ଅଟକାଇବାରୁ ସେ ହାଣିବାକୁ ଉଦ୍ୟମ କରିବା ବେଳେ ସାଇଡ଼ ହୋଇଯିବାରୁ ଖଣ୍ଡାର ଚୋଟଟି ବାମହାତ କାଣି ଆଙ୍ଗୁଠିରେ ବାଜିଥିଲା । ରକ୍ତ ଜୁଡୁବୁଜୁ ଅବସ୍ଥାରେ ଭାଇ ଚିତ୍କାର କରିଥିଲେ ।'

ପୁରୀ: ସିଗାରେଟ ଖାଇ ପଇସା ଦେବା ବଦଳରେ ଦୋକାନକୁ ଖଣ୍ଡାରେ ହାଣିଲା ଦୁର୍ବୃତ୍ତ
ଆତଙ୍କ ଖେଳାଇଥିବା ଅଭିଯୁକ୍ତ ବିକି ନାୟକ
  • News18 Odia
  • Last Updated: August 29, 2020, 4:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ନିକଟରେ ବଡଦାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମେଡିକାଲ ଛକ ନିକଟରେ କୁମ୍ଭାର ପଡ଼ାର ୪୨ ବର୍ଷୀୟ କାଳିଆ ବେହେରାଙ୍କର ଏକ ଚା ପାନ ଦୋକାନ ରହିଛି । ଏହି ଦୋକାନରେ ତାଙ୍କ ୩୨ ବର୍ଷୀୟ ସାନ ଭାଇ ମାନସ ବେହେରା ମଧ୍ୟ ତାଙ୍କୁ ସହଯୋଗ କରନ୍ତି । ନରେନ୍ଦ୍ରକୋଣ ଅଞ୍ଚଳର ୨୮ ବର୍ଷୀୟ ଯୁବକ ବିକି ନାୟକ ଦୋକାନରୁ ସିଗାରେଟ୍ ନେଇ ଟାଣିବା ପରେ ପଇସା ମାଗିବାରୁ ଖଣ୍ଡା ବୁଲାଇ ଖେଳାଇ ଥିଲା ଆତଙ୍କ। ପୁଣି ଦୋକାନୀ କାଳିଆକୁ ମଧ୍ୟ ଖଣ୍ଡାରେ ହାଣି ଏକ ଘଣ୍ଟା ଧରି ସେଠାରେ ତାର ଆତଙ୍କ ରାଜ ଚାଲାଇଥିଲା ।

"ଡାକ୍ତରଖାନା ଛକର ବଡଦାଣ୍ଡରେ ରହିଛି ମୋର ଚା ଓ ପାନ ଦୋକାନ । ଦୋକାନରେ ସହଯୋଗ କରିବା ପାଇଁ ବେଳେବଳେ ସାନ ଭାଇ ମାନସ ବେହେରା ବି ସହଯୋଗ କରେ । ଅଗଷ୍ଟ ୨୨ ଶନିବାର ଦିନ ଅପରାହ୍ନରେ ଦୋକାନରେ ନରେନ୍ଦ୍ର କୋଣର ୨୮ ବର୍ଷୀୟ ଯୁବକ ବିକି ନାୟକ ପହଞ୍ଚି ଥିଲା । ମାନସକୁ ସିଗାରେଟ ମାଗି ନେଇ ଦୋକାନ ଆଗରେ ଟାଣିଥିଲା । ସିଗାରେଟରେ କେତେବି ଲାଭ । ବିକିକୁ ସିଗାରେଟ ଟଙ୍କା ମାଗିବାରୁ ସେ ମୂଲଚାଲ ଆରମ୍ଭ କଲା । ହେଲେ ସିଗାରେଟ ଟଙ୍କା ଦେବା ବଦଳରେ ମୂଲଚାଲ କଣ କରୁଛୁ ବୋଲି ବିକିକୁ କହିବା ପରେ ସେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକାଇଲା । ପଇସା କଣ ମାଗୁଛୁ ବୋଲି କହି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏହା ପରେ 'ରହ ତତେ ଦେଉଛି' କହି ଘରକୁ ପଳାଇ ଯାଇଥିଲା,'' କାହିଛନ୍ତି ଦୋକାନୀ କାଳିଆ ବେହେରା

ଆହତ ହୋଇଥିବା ଦୋକାନୀ କାଳିଆ ବେହେରା


"ବିକି ଗଣ୍ଡଗୋଳ କରି ପଳାଇବା ପରେ ପୁଣି ଏକ ଘଣ୍ଟା ପରେ ଦୋକାନ ଆଗରେ ପହଞ୍ଚି ଥିଲା । ହେଲେ ତା ହାତରେ ଥିଲା ଏକ ଖଣ୍ଡା । ଦୋକାନରେ ଥିବା ବିସ୍କୁଟ ଓ ମିକ୍ସଚରକୁ ଫୋପଡାବା ସମେତ ଦୋକାନକୁ ହାଣିଥିଲା । 'ମୋତେ ଏଥର ଚିହ୍ନି ବୋଲି' ମୋ ଉପରକୁ ଖଣ୍ଡା ଉଠାଇଥିଲା । ସେଠାରେ ତୁରନ୍ତ ବଡ଼ ଭାଇ କାଳିଆ ପହଞ୍ଚିଥିଲେ । ଭାଇ ତାକୁ ଅଟକାଇବାରୁ ସେ ହାଣିବାକୁ ଉଦ୍ୟମ କରିବା ବେଳେ ସାଇଡ ହୋଇଯିବାରୁ ଖଣ୍ଡାର ଚୋଟଟି ବାମହାତ କାଣି ଆଙ୍ଗୁଠିରେ ବାଜିଥିଲା । ରକ୍ତ ଜୁଡୁବୁଜୁ ଅବସ୍ଥାରେ ଭାଇ ଚିତ୍କାର କରିଥିଲେ । ତା ପରେ ଆମେ ଦୁଇ ଭାଇ ମିଶି ବିକିକୁ ଧରି ନିସ୍ତୁକ ଛେଚିବାକୁ ବାଧ୍ୟ ହେଲୁ । ତା ପରେ ସେ ନିୟନ୍ତ୍ରଣକୁ ଆସିଥିଲା । ମାଡ଼ ମରାମରିରେ ସେ ରକ୍ତାକ୍ତ ହୋଇପଡିବାରୁ ତାକୁ ନିକଟସ୍ଥ ଟ୍ରାଫିକ ପୋଷ୍ଟ ଫାଣ୍ଡିକୁ ନେଇ ବସାଇଥିଲୁ,'' କହିଛନ୍ତି ମାନସ ବେହେରା ।

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ



ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚିଥିଲା । ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଆଗ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିଲା । ତେବେ କାଳିଆ ପକ୍ଷରୁ ଏକ ଏତାଲା ଦିଆଯାଇଥିବା ବେଳେ ଅଭିଯୁକ୍ତ ବିକି ମଧ୍ୟ ଆଉ ଏକ ଏତାଲା ଦେଇଛି ଓ ଉଲ୍ଲେଖ କରିଛି କି କାଳିଆ ଆଗ ତାକୁ ଚାପୁଡା ମାରିଥିଲା । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ବିକି ଆକ୍ରମଣ କରିଥିଲା । ତେବେ ଉଭୟ ପକ୍ଷଙ୍କ ବୟାନ ନିଆଯାଇଛି ଓ ଘଟଣାର ତଦନ୍ତ ଚାଲିଛି," କହିଛନ୍ତି କୁମ୍ଭାରପଡା ଥାନା ଅଧିକାରୀ କୁଳମଣୀ ସେଠୀ ।
Published by: Jagdish Barik
First published: August 29, 2020, 4:27 PM IST
corona virus btn
corona virus btn
Loading