କଟକର ନୌବାଣିଜ୍ୟ ସଂଗ୍ରାହଳୟରେ ଜମୁଛି ଭିଡ଼; ତିଆରି ହେଉଛି ରାଜ୍ୟର ପ୍ରଥମ ମିରର୍ ଇମେଜ୍

ଦର୍ଶକଙ୍କୁ ଏକ ନୂଆ ଅନୁଭୁତି ଦେବା ପାଇଁ ରାଜ୍ୟର ଏକ ମାତ୍ର ନୌବାଣିଜ୍ୟ ସଂଗ୍ରାହଳୟରେ ପ୍ରଥମ ଥର ଲାଗି ଏକ ମିରର୍ ଇମେଜ୍ ହଲ୍ ବା ଭୁଲ୍-ଭୁଲୈୟାର ନିର୍ମାଣ ଆରମ୍ଭ ହୋଇଛି । ଏହା ଓଡ଼ିଶାର ପ୍ରଥମ ମିରର୍ ଇମେଜ୍ ହେବ ।

କଟକର ନୌବାଣିଜ୍ୟ ସଂଗ୍ରାହଳୟରେ ଜମୁଛି ଭିଡ଼; ତିଆରି ହେଉଛି ରାଜ୍ୟର ପ୍ରଥମ ମିରର୍ ଇମେଜ୍
ନୌବାଣିଜ୍ୟ ସଂଗ୍ରାହଳୟରେ ଥିବା ନୌକା ତିଆରି ସମ୍ବନ୍ଧୀୟ କଳାକୃତି
  • News18 Odia
  • Last Updated: January 26, 2021, 10:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପ୍ରାୟ ୧୦ ମାସ ଧରି ବନ୍ଦ ରହିବା ପରେ ଖୋଲିଥିବା କଟକ ସ୍ଥିତ ରାଜ୍ୟର ଏକ ମାତ୍ର ନୈବାଣିଜ୍ୟ ସଂଗ୍ରାହଳୟ ବା ମାରିଟାଇମ୍‌ ମ୍ୟୁଜିୟମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଦର୍ଶକମାନଙ୍କୁ ଚଳିତ ବର୍ଷ ନୂଆ କିଛି ଅନୁଭୁତି ଦେବା ପାଇଁ ମ୍ୟୁଜିୟମ୍ କତ୍ତୃପକ୍ଷ ବ୍ୟାପକ ଆୟୋଜନ କରିଛନ୍ତି ।

ପୂର୍ବରୁ ଏହି ମ୍ୟୁଜିୟମରେ ଥିବା ଗ୍ୟାଲେରୀର ସଂଖ୍ୟା ବୃଦ୍ଧି କରିବା ସହ ଦର୍ଶକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ବିନ୍ଦୁ କୁହାଯାଉଥିବା ଆକ୍ବାରିୟମ୍‌ ପରିସିମାକୁ ମଧ୍ୟ ବୃଦ୍ଧି କରାଯାଉଛି । ପାଞ୍ଚଟି ଆକ୍ବାରିୟମରେ ପିରାନା, କୋଇ ଫିସ୍ ଓ ଆମାଜନ୍ କ୍ରୋକୋଡାଇଲ୍‌ ଫିସ୍‌ ସମେତ ଅନେକ ପ୍ରଜାତିର ମାଛ ରଖାଯାଇଥିବା ବେଳେ ଏବେ ନୂଆ କରି ୧୦ଟି ଆକ୍ବାରିୟମ୍‌ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିରେ ଅନେକ ବିରଳ ଓ ବିଦେଶୀ ମାଛଙ୍କୁ ସ୍ଥାନ ଦିଆଯିବାର ଯୋଜନା ରହିଛି ।

ଏହା ବି ପଢ଼ନ୍ତୁ | ଅଶ୍ୱିନ୍ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ଥିଲେ’’

ଦର୍ଶକଙ୍କୁ ଏକ ନୂଆ ଅନୁଭୁତି ଦେବା ପାଇଁ ପ୍ରଥମ ଥର ଲାଗି ଏକ ମିରର୍‌ ଇମେଜର ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଛି । ଏହା ଓଡ଼ିଶାର ପ୍ରଥମ ମିରର୍‌ ଇମେଜ୍ ହେବ ବୋଲି ସଂଗ୍ରାହଳୟ ପକ୍ଷରୁ କୁହଯାଇଛି ।

ଦର୍ଶକମାନଙ୍କର ତାପମାତ୍ରା ମାପି ହାତ ସାନିଟାଇଜ୍ କରିବା ପରେ ଭିତରକୁ ଯିବାକୁ ଦିଆଯାଉଛି ।


ଏକ ବିରାଟ ହଲରେ ନିର୍ମାଣ ହେବାକୁ ଥିବା ଏହି ମିରର୍‌ ଇମେଜ୍‌ ବା “ଭୁଲ୍‌ଭୁଲଇୟା”ରେ ଛୋଟ ବଡ଼ କରି ୪୦୦ଟି ମିରର୍‌ ବା କାଚ ଲାଗିବ । ଏଥିରେ ପ୍ରବେଶ କରିବା ପରେ ଦର୍ଶକମାନେ ସେହି ହଲରେ କେବଳ ନିଜ ଛବିର ଶହଶହ ପ୍ରତିଫଳନ ଦେଖିବାକୁ ପାଇବେ । ଏହି ହଲକୁ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଅଲଗା ଅଲଗା ରହିଥିଲେ ମଧ୍ୟ ଥରେ ଏହି ଭୁଲ୍‌-ଭୁଲଇଆ ମଧ୍ୟକୁ ପ୍ରବେଶ କଲେ ଦର୍ଶକ ନିଜର ସ୍ଥିତିକୁ ଭୁଲିଯିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ସଂଗ୍ରାହଳୟ କତ୍ତୃପକ୍ଷ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋଦି ମମତାଙ୍କ ମଧ୍ୟରେ ତିକ୍ତତା ବଢ଼ିଲା; ନେତାଜୀ ଜୟନ୍ତୀପରାକ୍ରମ ଦିବସନାଦେଶ ନାୟକ ଦିବସ’?

ଦୀର୍ଘ ଦିନ ଧରି ଅଚଳ ରହିଥିବା ‘ଫୋର୍‌-ଡି ଥିଏଟର”କୁ ବି ପୁଣି ଥରେ ନୂଆ ରୂପ ଦେବା ଲାଗି ଆରମ୍ଭ ହୋଇଛି କାର୍ଯ୍ୟ । ଏକ ବିଦେଶୀ କମ୍ପାନୀକୁ ‘ଫୋର୍‌-ଡି ଥିଏଟର୍‌’କୁ ନୂଆ ରୂପ ଦେବା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ

“ନିହାତି ଭାବେ ଏତେ ଦିନ ପରେ ମ୍ୟୁଜିୟମ୍ ଖୋଲିବା ଓ ଖୋଲୁ ଖୋଲୁ ଏଠାକୁ ଆସିବା ପାଇଁ ଦର୍ଶକଙ୍କ ଭିତରେ ଆଗ୍ରହକୁ ଦେଖି ଖୁସି ଲାଗୁଛି । ଆକ୍ବାରିୟମର ସମ୍ପ୍ରସାରଣ କାର୍ଯ୍ୟ ଅଳ୍ପ ଦିନରେ ଶେଷ ହୋଇଯିବ । ମିରର୍‌ ଇମେଜର ନିର୍ମାଣ କାର୍ଯ୍ୟକୁ ଆମେ ଆସନ୍ତା ମାସ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ ରଖିଛୁ । ଏହି ମିରର୍‌ ଇମେଜ୍‌ ଲୋକଙ୍କୁ ଆକର୍ଷିତ କରିବ ବୋଲି ଆଶା କରୁଛୁ,” କହିଛନ୍ତି ମାରିଟାଇମ୍‌ ମ୍ୟୁଜିୟମ୍ମର ସହକାରୀ କ୍ୟୁରେଟର୍‌ ପବିତ୍ର ମୋହନ ପ୍ରଧାନ ।

ସଂଗ୍ରାହଳୟରେ ପିରାନା, କୋଇ ଫିସ୍ ଓ ଆମାଜନ୍ କ୍ରୋକୋଡାଇଲ୍ ଫିସ୍ ସମେତ ଅନେକ ପ୍ରଜାତିର ମାଛ ରଖାଯାଇଛି ।


ଏହି ମ୍ୟୁଜିୟମରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସୃତି ବହନ କରୁଥିବା ଅନେକ କଳାକୃତି ମଧ୍ୟ ପ୍ରଦର୍ଶିତ ହେଉଛି । ଏଥିରେ ଇଣ୍ଡୋସାନିଆର ସଂସ୍କୃତି ଓ ପରମ୍ପରା ସହ ଓଡ଼ିଶା ସଂସ୍କୃତିର ସାମଞ୍ଜସ୍ୟ ଥିବା କଳାକୃତି ମଧ୍ୟ ରହିଛି । ଏହା ବ୍ୟତୀତ ଦେଶର ଭିନ୍ନ ପ୍ରାନ୍ତରେ ବ୍ୟବହାର କରାଯାଉଥିବା ନୌକା, ନୌକା ତିଆରି ସାମଗ୍ରୀ ଓ ବିଟିଶ୍‌ ଶାସନ ସମୟରେ ନୌଯାତ୍ରା ବେଳେ ବ୍ୟବହାର କରାଯାଉଥିବା ଦୂରବୀକ୍ଷଣ ଯନ୍ତ୍ର, କମ୍ପାସ୍, ବତି ଓ ବିଭିନ୍ନ ପ୍ରକାରର ଦୃର୍ଲଭ ସାମଗ୍ରୀକୁ ମଧ୍ୟ ଏଠାରେ ସ୍ଥାନ ଦିଆଯାଇଛି । ବିଶେଷ କରି ଏଠାରେ ଥିବା ସୁନ୍ଦର ପାର୍କ ଓ ସେଥିରେ ଥିବା ଜାତି ଜାତିକା ଫୁଲ ଗଛ ଦେଖିବା ପାଇଁ ଦର୍ଶକ ମଧ୍ୟରେ ପୂର୍ବ ଭଳି ଆଗ୍ରହ ରହିଛି ।

ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ମିସା

“ମୁଁ ପୂର୍ବରୁ ଏହି ମ୍ୟୁଜିୟମ୍ କଥା ଶୁଣିଥିଲି, କିନ୍ତୁ କେବେ ଦେଖିବାକୁ ସୁଯୋଗ ପାଇ ନ ଥିଲି । ଦୁଇ ଦିନ ତଳେ ମ୍ୟୁଜିୟମ୍‌ଖୋଲିବା କଥା ଜାଣି ଆଜି ବୁଲିବାକୁ ଆସିଛି । ଏଠାରେ ଥିବା ପୁରୁଣା ସାମଗ୍ରୀଗୁଡି଼କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି,” କହିଛନ୍ତି ମ୍ୟୁଜିୟମ୍ ବୁଲିବାକୁ ଆସିଥିବା ପ୍ରଭାତୀ ଜେନା ।

ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ମିସା

୧୮୬୬ ମସିହାରେ ମହାନଦୀ କୂଳରେ ବ୍ରିଟଶମାନଙ୍କ ଦ୍ବାରା ଏହି କେନ୍ଦ୍ରଟି ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଏହା ବିଶାଳକାୟ ନୌକାଗୁଡ଼ିକର ମରାମତି କେନ୍ଦ୍ର ଭାବେ ବ୍ୟବହାର ହେଉଥିଲା । କାଳ କ୍ରମେ ଏହା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିବା ପରେ ୨୦୧୩ ମସିହାରେ ରାଜ୍ୟ ସରକାର ଏହି କେନ୍ଦ୍ରର ପୁନରୁଦ୍ଧାର କରିଥିଲେ ଓ ଏହାକୁ ରାଜ୍ୟ ନୌବାଣିଜ୍ୟ ସଂଗ୍ରାହଳୟରେ ପରିଣତ କରି ସର୍ବସାଧାରଣଙ୍କ ପାଇଁ ଖୋଲିଥିଲେ ।

ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ

କୋଭିଡ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ୧,୨୦୦ରୁ ୨,୦୦୦ ଦର୍ଶକ ଏହି ମ୍ୟୁଜିୟମ ଦେଖିବା ପାଇଁ ଏଠାକୁ ଆସୁଥିଲେ । ଏବେ ମ୍ୟୁଜିୟମ୍‌ ଖୋଲିବାର ପ୍ରଥମ ଦୁଇ ଦିନ ମଧ୍ୟରେ ପାଖାପାଖି ୬୦୦ ଦର୍ଶକ ପରିଦର୍ଶନରେ ଆସିଥିଲେ ।



ପ୍ରତି ଦର୍ଶକ ପୂର୍ବ ଭଳି ୧୦ ଟଙ୍କା ଟିକେଟ୍‌ ଧାର୍ଯ୍ୟ କରାଯାଇଥିବା ବେଳେ କୋଭିଡ଼ ଗାଇଡଲାଇନ୍‌କୁ ବି କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
Published by: Anand Shankar Thankur Das
First published: January 26, 2021, 10:14 PM IST