ନାତୁଣୀ ପେଟରେ ଅଜାର ଛୁଆ ଥିବା ଘଟଣା; ଗାଁ ଲୋକେ କହିଲେ ନାବାଳିକା ମିଛ କହୁଛି..

ନାତୁଣୀ ପେଟରେ ୬୫ ବର୍ଷୀୟ ଅଜାର ଛୁଆ ଥିବା ଘଟଣା । ଗାଁ ଲୋକେ ଓ ଅଭିଯୋଗ ହୋଇଥିବା ବୃଦ୍ଧଙ୍କ ପରିବାର ଲୋକେ କହିଛନ୍ତି ନାବାଳିକା ଜଣକ ମିଛ କହିଛି ।

ନାତୁଣୀ ପେଟରେ ଅଜାର ଛୁଆ ଥିବା ଘଟଣା; ଗାଁ ଲୋକେ କହିଲେ ନାବାଳିକା ମିଛ କହୁଛି..

ନାତୁଣୀ ପେଟରେ ଅଜାର ଛୁଆ ଥିବା ଘଟଣା; ଗାଁ ଲୋକେ କହିଲେ ନାବାଳିକା ମିଛ କହୁଛି..

  • Share this:
News 18 Odia Digital

କେନ୍ଦ୍ରାପଡ଼ା: ନାତୁଣୀ ପେଟରେ ୬୫ ବର୍ଷୀୟ ଅଜାର ଛୁଆ ଥିବା ଘଟଣା । ନାବାଳିକା ମିଛ କହୁଥିବା କହିଛନ୍ତି ଗାଁ ଲୋକେ । ଗାଁ ଲୋକେ ଓ ଅଭିଯୋଗ ହୋଇଥିବା ବୃଦ୍ଧାଙ୍କ ପରିବାର ଲୋକେ କହିଛନ୍ତି ନାବାଳିକା ଜଣକ ମିଛ କହିଛି । ଡାକ୍ତରୀ ପରୀକ୍ଷା କରାଯାଉ, ଯଦି ପ୍ରମାଣିତ ହୁଏ, ତେବେ ଦଣ୍ଡ ମିଳୁ । ସେପଟେ ବୃଦ୍ଧାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପୀଡିତା ନାବାଳିକାର ପରିବାର ବୃଦ୍ଧଙ୍କୁ ମାଡ଼ ମାରିଥିଲେ । ତା ପରେ ସେ କୁଆଡେ ପଳାଇ ଯାଇଛନ୍ତି । ତାଙ୍କୁ ଖୋଜିକି ଅଣାଯାଉ ।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତରେ ଅଗଷ୍ଟ ୨୬ ତାରିଖରେ ଜଣେ ନାବାଳିକାକୁ ସମ୍ପର୍କୀୟ ଅଜା ଗର୍ଭବତୀ କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ୧୬ ବର୍ଷର ନାବାଳିକା ୭ ମାସର ଗର୍ଭବତୀ ଅଛି । ୬୫ ବର୍ଷର ଅଜା ଗର୍ଭବତୀ କରିଥିବା ଅଭିଯୋଗ ଆସିଥିଲା । ବୃଦ୍ଧ ରାଜୀବ ମଲ୍ଲିକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିବା ବୟାନ ଦେଇଥିଲେ ନାବାଳିକା । କାହାକୁ ନ ଜଣାଇବାକୁ ନାତୁଣୀକୁ ଧମକ ଚମକ ଦେଉଥିଲା ବୃଦ୍ଧ ବ୍ୟକ୍ତି । ଭୟରେ ସେ କାହାକୁ ଜଣାଇ ପାରିନଥିଲା ।

ଶରୀରରେ ପରିବର୍ତ୍ତନ ଲକ୍ଷ କରିଥିଲେ ପରିବାର ଲୋକେ । ଘରଲୋକେ ପଚାରିବାରୁ ସେ ସବୁ ସତକଥା ମାନିଥିଲା । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଅଲଟ୍ରାସାଉଣ୍ଡ କରିବା ପରେ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ରାଜୀବ କୁଆଡେ ଫେରାର ହୋଇଯାଇଥିଲା ।
Published by:Soubhagya Mishra
First published: