ବିବାହର ପ୍ରତିଶୃତି ଦେଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ କଲା ପଡୋଶୀ ଯୁବକ; ଆଠ ମାସର ଗର୍ଭବତୀ

ଅଭିଯୋଗକୁ ଖଣ୍ଡନ କରି ଅଭିଯୁକ୍ତ କହିଛି ଯେ ସେ ତାମିଲନାଡ଼ୁରେ ଥିଲା ଓ ଏହି ଘଟଣାରେ ତାର ଆଦୌ ସମ୍ପୃକ୍ତି ନାହିଁ

ଅଭିଯୋଗକୁ ଖଣ୍ଡନ କରି ଅଭିଯୁକ୍ତ କହିଛି ଯେ ସେ ତାମିଲନାଡ଼ୁରେ ଥିଲା ଓ ଏହି ଘଟଣାରେ ତାର ଆଦୌ ସମ୍ପୃକ୍ତି ନାହିଁ

ଅଭିଯୋଗକୁ ଖଣ୍ଡନ କରି ଅଭିଯୁକ୍ତ କହିଛି ଯେ ସେ ତାମିଲନାଡ଼ୁରେ ଥିଲା ଓ ଏହି ଘଟଣାରେ ତାର ଆଦୌ ସମ୍ପୃକ୍ତି ନାହିଁ

  • Share this:
ବ୍ରହ୍ମପୁର: ପୁଣି ଗଞାମ ଜିଲ୍ଲା ଗାଙ୍ଗପୁର ଥାନା ଇଲାକାରେ ଘଟିଯାଇଛି ଆଉ ଏକ ଲଜ୍ଜାଜନକ ଘଟଣା । ବିବାହର ପ୍ରତିଶୃତି ଦେଇ ଜଣେ ନାବାଳିକା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଆଠ ମାସର ଗର୍ଭବତୀ କରିଛି ଖୋଦ୍‌ ତାଙ୍କ ପଡୋଶୀ ଯୁବକ ।

 

ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ୍‌ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି ଅଭିଯୁକ୍ତ ଯୁବକକୁ ଗିରଫ୍‌ କରିବାରେ ସକ୍ଷମ ହୋଇଛି ।

 

ବାର ବର୍ଷର ଛାତ୍ରୀଟି ଯେ ଆଠ ମାସର ଗର୍ଭ ଧାରଣ କରି ସାରିଛି, ଏ କଥା ଜାଣି ତା ପରିବାରର ହୋଶ୍‌ ଉଡ଼ି ଯାଇଥିଲା । ପ୍ରଥମେ ସାହିରେ ନ୍ୟାୟ ପାଇବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଥାନାର ଦ୍ଵାରସ୍ଥ ହୋଇଥିଲେ ସେମାନେ ।

 

ପୋଲିସ୍‌କୁ ନିରିହା ନାବାଳିକା ଜଣକ କହିଛି ଯେ ସେଇ ଗ୍ରାମର ମଙ୍ଗୁଳୁ ନାୟକ ତାକୁ ମିଥ୍ୟା ପ୍ରତିଶୃତି ଦେଇ ତା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ଆଠ ମାସର ଗର୍ଭବତୀ ହେବା ପରେ ମଙ୍ଗୁଳୁକୁ ବିବାହ ପାଇଁ କହିବାରୁ ସେ ସିଧା ମନା କରିଦେଲା । ଗାଙ୍ଗପୁର ଥାନାରେ ଘଟଣା ପହଁଚି଼ବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତ ମଙ୍ଗୁଳୁ ନାୟକ ବିରୋଧରେ ଯଥେଷ୍ଟ ପ୍ରମାଣ ପାଇବା ପରେ ତାକୁ ଗିରଫ କରାଯାଇଥିଲା ।

 

ଅଭିଯୁକ୍ତ ମଙ୍ଗୁଳୁକୁ ଗିରଫ କରିବା ପରେ ଉଭୟଙ୍କୁ ଭଞ୍ଜନଗର ମେଡିକାଲ୍‌ ନେଇ ପୋଲିସ୍‌ ସେମାନଙ୍କର ଡାକ୍ତରି ମାଇନା କରିଥିଲା ।

 

ଏହି ଘଟଣା ନେଇ ସାରା ଜିଲ୍ଲାରେ ହଇଚ଼ଇ ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତ ମଙ୍ଗୁଳୁ ନାୟକ ଓ ତାର ପରିବାର ଏହି ଅଭିଯୋଗକୁ ସମ୍ପୂର୍ଣରୂପେ ଖଣ୍ଡନ କରିଛନ୍ତି । ମଙ୍ଗୁଳୁ କହିଛି ଯେ ସେ ତାମିଲନାଡ଼ୁରେ ଥିଲା ଓ ଏହି ଘଟଣାରେ ତାର ସମ୍ପୃକ୍ତି ଆଦୌ ନାହିଁ । ପୋଲିସ୍‌ କହିଛି ଯେ ଏବେ ଅନୁସନ୍ଧାନ ଚ଼ାଲିଛି ।
First published: