News18 Odia Digital
ସୁନ୍ଦରଗଡ଼ / ରାଉରକେଲା / ଭୁବନେଶ୍ୱର: ଜଣେ ୧୩ ବର୍ଷୀୟା ବାଳିକାକୁ ଦୁଇ ଜଣ ପୋଲିସ ଅଧିକାରୀଙ୍କ ସହ ଅନ୍ୟ ଦୁଇ ଜଣ ବ୍ୟକ୍ତି ମିଶି ଗଣ ଦୁଷ୍କର୍ମ କରିବା ପରେ ସେ ଗର୍ଭବତୀ ହେବାରୁ ବେଆଇନ୍ ଭାବେ ତା’ର ଗର୍ଭପାତ କରାଇବା ଅଭିଯୋଗ ଆସିବା ପରେ ତଦନ୍ତ ଆଗେଇ ଚାଲିଛି । ମାଲକାନଗିରି ପରେ ଏବେ ସୁନ୍ଦରଗଡ଼ରେ ରକ୍ଷକ ରୂପରେ ଥାଇ ବି ବାସ୍ତବରେ ଭକ୍ଷକ ସାଜିଥିବା ପୋଲିସର ଖାକି ୟୁନିଫର୍ମରେ ଲାଗିଛି ଛିଟା ।
ସୁନ୍ଦରଗଡ଼ ରାୟେବଗାରେ ଏହି ନାବାଳିକାଙ୍କୁ ଦୁଇ ଜଣ ପୋଲିସ ବାବୁଙ୍କ ସହ ମୋଟ ଚାରି ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ଖୋଦ୍ ସୁନ୍ଦରଗଡ଼ ଏସ୍.ପି. ସୌମ୍ୟା ମିଶ୍ର । ଦୁଷ୍କର୍ମ ପରେ ନାବାଳିକାଙ୍କର ଦୁଇ ଦୁଇ ଥର ଗର୍ଭପାତ କରାଯାଇଥିବା ଜଣାପଡ଼ିଛି । ବୀରମିତ୍ରପୁର ଥାନାର ଦୁଇ ପୋଲିସ ବାବୁଙ୍କ ସହ ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା ।
ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖ ସଂଖ୍ୟାରେ ବୀରମିତ୍ରପୁର (Biramitrapur) ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯାଇଥିଲା ନାବାଳିକାଙ୍କ ଗର୍ଭପାତ । ସଠିକ ଭାବେ ଗର୍ଭପାତ ହୋଇ ନ ଥିବାରୁ ଆଉ ଥରେ ଆରଜିଏଚ (RGH) ରେ କରାଯାଇଥିଲା ଗର୍ଭପାତ । ନାବାଳିକାଙ୍କ ବୟାନ ଆଧାରରେ ରାୟେବଗା ଥାନାରେ ଦୁଇ ଜଣ ପୋଲିସ ଅଧିକାରୀ, ଜଣେ ଡାକ୍ତର ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ପୀଡ଼ିତା ନାବାଳିକାଙ୍କୁ ନିଜ ହେପାଜତରେ ରଖିଛି ସିଡବ୍ଲୁସି ((Child welfare Committee, CWC)।

ସୁନ୍ଦରଗଡ଼ ଏସ୍.ପି. ସୌମ୍ୟା ମିଶ୍ର
‘‘ବୀରମିତ୍ରପୁର ଥାନାର ଭାରପ୍ରାପ୍ତ ଅଧିକାରୀ ମୋତେ ୧୪ ତାରିଖ ରାତିରେ ଫୋନ୍ କରି କହିଥିଲେ ଯେ ଜଣେ ବାଳିକାକୁ ରାସ୍ତାରେ ଏକା ବୁଲୁଥିବା ବେଳେ ଉଦ୍ଧାର କରାଯାଇଛି । ତାକୁ କେଉଁଠି ରଖିବେ ବୋଲି ସେ ପଚାରିଲାରୁ ମୁଁ ତାଙ୍କୁ ଝିଅଟିକୁ ଆଣି ଆମ ଚାଇଲ୍ଡଲାଇନ୍ ଆଶ୍ରୟସ୍ଥଳରେ ରଖାଇବାକୁ କହିଲି । ହେଲେ ତା’ ପର ଦିନ ଅର୍ଥାତ ଜୁନ୍ ୧୫ ସନ୍ଧ୍ୟାରେ ସେ ତାକୁ ଆଣି ସେଠି ରଖାଇଲେ । ରିପୋର୍ଟରେ ଲେଖିଲେ ଯେ ଝିଅଟିକୁ ବୀରମିତ୍ରପୁର ହସପିଟାଲରେ ଚିକିତ୍ସାରେ ରଖାଯାଇଥିଲା । ଚାଇଲ୍ଡଲାଇନରେ ଆମ କର୍ମଚାରୀମାନେ ଝିଅଟି ସହ କଥାବାର୍ତ୍ତାରୁ ଜାଣିଲେ ଯେ ସେ ଗର୍ଭବତୀ ଥିଲା ଓ ତାକୁ ପୋଲିସ ଡାକ୍ତରଖାନାକୁ ନେଇ ତା’ ଅନିଚ୍ଛା ସତ୍ତ୍ୱେ ଗର୍ଭପାତ କରାଇଛି,’’ କହିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷ ରାମ ଚନ୍ଦ୍ର ବେହେରା ।
ସିଡବ୍ଲୁସି ସଦସ୍ୟା ହସୀନା ବେଗମ୍ କହିଛନ୍ତି: ‘‘କାଉନସେଲିଂ ସମୟରେ ଝିଅଟି ପ୍ରଥମେ କହିଥିଲା ଯେ ଯେଉଁ ପୁଅ ପିଲାଟି ସହ ସେ ସମ୍ପୃକ୍ତ ଥିଲା ସେ ତା’ ସହ ଖରାପ କାମ କରିଥିଲା । ପରେ ସେ ଅନ୍ୟ କଥା ବି କହିଛି । ସେ ପୋଲିସ ଉପରେ ବି ଆରୋପ ଲଗେଇଛି । କହିଛି ଯେ ତା’ ସହିତ ସେମାନେ କରିଛନ୍ତି ।’’
‘‘ଏହି ମାମଲାରେ ଆମର ତଦନ୍ତ ଚାଲିଛି । ଅଧିକାରୀମାନେ ପୂରା ମାମଲାକୁ ଦେଖୁଛନ୍ତି । ଏହାର ରିପୋରେଟ ଆସିଲେ ଆମେ ଦୋଷୀମାନଙ୍କ ବିରୋଧରେ ଆଇନ ଅନୁସାରେ ଆକ୍ସନ୍ ନେବୁ,’’ କହିଛନ୍ତି ସୁନ୍ଦରଗଡ଼ ଏସ୍.ପି. ସୌମ୍ୟା ମିଶ୍ର (Sundargarh SP Soumya Mishra)। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ ପୀଡ଼ିତା ନାବାଳିକାର ସୁରକ୍ଷା ଓ ତା’ର ପଢ଼ାଲେଖା ବିଷୟରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବ ।
କିଛି ସପ୍ତାହ ତଳେ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଜଣେ ମହିଳାଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ତା’ପରେ ତାଙ୍କର ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛି ବିଜେପି ମହିଳା ମୋର୍ଚ୍ଚା ।
ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲାଟିକ୍ ଟକ୍ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲାମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲାଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲାଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛିସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲାଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।