ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ଗୁମର ଖୋଲିଲେ ଖୋଦ୍ ଉଚ୍ଚ ଶିକ୍ଷା ମନ୍ତ୍ରୀ
ମେରାଇନ୍ ବାୟୋ-କଲ୍ଚର୍ ଓ ବାୟୋଟେକ୍ନୋଲୋଜି କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡଃ ସାହୁ କହିଛନ୍ତି ଯେ ଏହି କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କ ସହ ମାଛ ଚାଷୀଙ୍କ ପାଇଁ ଅନୁକୂଳ ହେବ।

ବିଶ୍ଵବିଦ୍ୟାଳୟ ପରିସରରେ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଓ ଅନ୍ୟମାନେ
- News18 Odia
- Last Updated: March 6, 2021, 10:32 PM IST
ବାଲେଶ୍ୱର: ଫକୀର ମୋହନ ବିଶ୍ଵବିଦ୍ୟାଳୟ ପରିସରରେ ମେରାଇନ୍ ବାୟୋ-କଲ୍ଚର୍ ଓ ବାୟୋଟେକ୍ନୋଲୋଜି କେନ୍ଦ୍ରର ଭିତ୍ତ ପ୍ରସ୍ତର ପ୍ରସ୍ତର ସ୍ଥାପନ ଉତ୍ସବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଖୋଲି ଦେଇଛନ୍ତି ବିଶ୍ୱବିଦ୍ୟାଳୟର ଗୁମର । ୭୨ କୋଟି ଟଙ୍କା ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଥିବା କହିଛନ୍ତି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ।
ମେରାଇନ୍ ବାୟୋ-କଲ୍ଚର୍ ଓ ବାୟୋଟେକ୍ନୋଲୋଜି କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡଃ ସାହୁ କହିଛନ୍ତି ଯେ ଏହି କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କ ସହ ମାଛ ଚାଷୀଙ୍କ ପାଇଁ ଅନୁକୂଳ ହେବ। ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ର ଖୋଲିଲେ ଛାତ୍ରଛାତ୍ରୀମାନେ ବିଲୁପ୍ତ ଜୀବଜଗତ ବିଷୟରେ ଶିକ୍ଷା ଗ୍ରହଣ କରିପାରିବେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

ବିଶ୍ଵବିଦ୍ୟାଳୟ ପରିସରରେ ଡଃ ଅରୁଣ କୁମାର ସାହୁଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ସାମୁଦ୍ରିକ ଜୀବ ଜଗତ ଉପରେ ଗବେଷଣା ଓ ବିଲୁପ୍ତପ୍ରାୟ ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କାର୍ଯ୍ଯ କରିବା ଉପରେ ଗୁରୁତ୍ବ ଆରୋପ କରିବାକୁ କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଶିଳ୍ପ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂହ ରାଜପୁତ ମାମଲା: NCB ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା; ରିୟା ମୁଖ୍ୟ ଅଭିଯୁକ୍ତ
ବିଶ୍ଵବିଦ୍ୟାଳୟ ପରିସରରେ ମେରାଇନ୍ ବାୟୋ-କଲ୍ଚର ଓ ବାୟୋଟେକ୍ନୋଲୋଜି କେନ୍ଦ୍ରର ଭିତ୍ତ ପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ଅନେକ ବ୍ୟବସ୍ଥା କରାଯାଇଛି ।
‘‘ମତ୍ସ୍ୟ ଚାଷ, ଧୀବରମାନଙ୍କ ଆର୍ଥିକ ଉନ୍ନତି, ବିଭିନ୍ନ ପ୍ରକାର ବିରଳ ଓ ଲୁପ୍ତପ୍ରାୟ ମାଛ ଜାଆଁଳାର ସୁରକ୍ଷା ଓ ଶୈବାଳ ଆଦି ଅନେକ ପ୍ରକାର ସାମୁଦ୍ରିକ ଜୀବ ଜଗତ ରକ୍ଷା ସହ ପରିବେଶ ସନ୍ତୁଳିତ କରି ଜୀବନଶୈଳୀର ଭାରସାମ୍ୟ ରକ୍ଷା ପାଇଁ କେନ୍ଦ୍ର ସରକାର ଉଦ୍ୟମରତ । ଏ ଦିଗରେ ଛାତ୍ରଛାତ୍ରୀଙ୍କ ଗବେଷଣାଲବ୍ଧ ଜ୍ଞାନର ଯଥେଷ୍ଟ ଆବଶ୍ୟକତା ରହିଛି,’’ କହିଛନ୍ତି ମନ୍ତ୍ରୀ ଷଡ଼ଙ୍ଗୀ ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ ନିଜ ସବୁ କର୍ମଚାରୀଙ୍କ କରୋନା ଟିକାକରଣର ମୂଲ୍ୟ ବହନ କରିବ, ଜଣେଇଲେ ନୀତା ଅମ୍ବାନୀ
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କୁ ଉନ୍ନତ ଜ୍ଞାନକୌଶଳ ପ୍ରଶିକ୍ଷଣ ଦେବା ଓ ଚାଷୀଙ୍କ ଅଭିଜ୍ଞତାକୁ ବିଜ୍ଞାନାଗାରରେ ପରୀକ୍ଷାନିରୀକ୍ଷା କରିବା ଦ୍ଵାରା ସମାଜର ମଙ୍ଗଳ ହୋଇଥାଏ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁଧାଂଶୁ କୁମାର ପରିଡ଼ା, ସ୍ବରୂପ କୁମାର ଦାସ ଓ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।