ଯୁଦ୍ଧକାଳୀନ ଭିତ୍ତିରେ ଚ଼ାଲିଛି ପ୍ରଭୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ କାମ; ଜାଗର ପୂର୍ବରୁ ଶେଷ ହେବ

ଏବେଠୁ ଝଲସିଲାଣି, ଜାଗରକୁ ଝଟକିବ । ପ୍ଳାନ୍‌ ‘ଏ’ ଶେଷ ହେବା ପରେ ପ୍ଲାନ୍‌ ‘ବି’ ଆରମ୍ଭ ହୋଇ ଜାଗର ପୂର୍ବରୁ ସୌନ୍ଦର୍ଯ୍ୟକରଣ କାମ ସରିବ । ଆଉ ସେତେବେଳକୁ ଶ୍ରୀକ୍ଷେତ୍ର ଭଳି ଚ଼ମକିବ ଏକାମ୍ର କ୍ଷେତ୍ର ।

ଯୁଦ୍ଧକାଳୀନ ଭିତ୍ତିରେ ଚ଼ାଲିଛି ପ୍ରଭୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ କାମ; ଜାଗର ପୂର୍ବରୁ ଶେଷ ହେବ
ବିନ୍ଦୁ ସାଗର ପୁଷ୍କରିଣୀ ବେଢ଼ାରେ ସେଲ୍ଫି ନେଉଥିବା ଜଣେ ଯୁବତୀ
  • News18 Odia
  • Last Updated: January 6, 2020, 12:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର:  ସରକାରୀ, ମନ୍ଦିର ଓ ଏଏସଆଇ ଜମିରୁ ଜବର ଦଖଲ ହଟିବା ପରେ ନୂଆ ରୂପ ପାଇଛି ଲିଙ୍ଗରାଜ ମନ୍ଦିର ପରିସର । ଯୁଦ୍ଧ କାଳୀନ ଭିତିରେ କାମ ହେଉଥିବାରୁ ଜାଗର ପୂର୍ବରୁ  ତାହା ସରିଯିବ । ସାମାଜିକ  ନ୍ୟାୟ ଓ  ଭିନ୍ନକ୍ଷମ ଶସକ୍ତୀକରଣ  ମନ୍ତ୍ରୀ ଅଶୋକ ପଣ୍ଡା, ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର ମନ୍ଦିର ପରିସର ବୁଲି ଦେଖିବା ପରେ ସେବାୟତ ଓ ପୋଲିସ ପ୍ରଶାସନ ସହ ଆଲୋଚନା କରି ଏହି ନିଷ୍ପତି ନେଇଛନ୍ତି ।

ମନ୍ଦିର ପରିସର ବୁଲି ଦେଖୁଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ୟମାନେ


ଚାକାଚକ୍ ହୋଇଛି ଦେବୀ ପାଦହରା ପୁଷ୍କରିଣୀ । ଫୁଲ କୁଣ୍ଡ ସହ ଚାରିଆଡେ ସବୁଜ ବଳୟ । ବିଭିନ୍ନ ଗଛ ଉପରେ ରତ୍ନଖଚିତ ଆଲୋକ ମାଳା । ଚୌକି ବି ପଡିଛି । ଯିଏ ବି ଏ ବାଟ ଦେଇ ଅତିକ୍ରମ କରୁଛି, ସିଏ କିଛି ସମୟ ଅଟକି ଯାଉଛି । ସେଲ ଫି ନେଉଛି । କେହି କେବେ କଳ୍ପନା କରିନଥିବ କି ମନ୍ଦିର ମାଳିନୀର ଦୃଶ୍ୟ ଏଭଳି ଚମକିବ । କାଲି ଯେଉଁଠି ଗଳି କନ୍ଦି ରାସ୍ତା, ଆବର୍ଜନା, ହୋ ହଲ୍ଲା ଓ ନାରାବାଜି ଥିଲା, ଆଜି ସେଠି ରାସ୍ତା ପ୍ରଶସ୍ତ । ସବୁ କିଛି ଶୃଙ୍ଖଳିତ ଭାବରେ ଚାଲିଛି । ଯାହାକୁ ନେଇ ଶ୍ରଦ୍ଧାଳୁ ପୁରା ଖୁସ୍ ।

‘ଏବେଠୁ ଟିକେ ଝଲସୁଛି, ଜାଗରକୁ ଝଟକିବ । ପ୍ଳାନ ‘ଏ’ ଶେଷ ପରେ ‘ବି’ ଆରମ୍ଭ ହୋଇ ଜାଗରକୁ ସୌନ୍ଦର୍ଯ୍ୟକରଣ କାମ ସରିବ । ଆଉ ସେତେବେଳକୁ ଶ୍ରୀକ୍ଷେତ୍ର ଭଳି ଚମକିବ ଏକାମ୍ର କ୍ଷେତ୍ର । ଥାନା, ଅଭ୍ୟର୍ଥନା କକ୍ଷ, ହୋଟେଲ, ବଜାର, ଭଜନ ମଣ୍ଡପ ମାଟିରେ ମିଶିବା ପରେ ନୂଆ ରୂପ ପାଇଛି ଏକାମ୍ର କ୍ଷେତ୍ର । ଗ୍ୟାରେଜ୍‌ ଛକକୁ ସଂଯୋଗ କରୁଥିବା ମନ୍ଦିର ସମୁଖ ରାସ୍ତାକୁ ସିଲ୍‌ କରି କେବଳ ପଥଚାରୀ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ସ୍ବତନ୍ତ୍ର ଭାବରେ ଚପଲ ଷ୍ଟାଣ୍ଡ ବି ହୋଇଛି । ଏ କାମ ଖୁବ ଜଲ୍‌ଦି ସରିବ ବୋଲି କହିଛନ୍ତି ସାମାଜିକ  ନ୍ୟାୟ ଓ  ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

ଏକାମ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆବର୍ଷ ଭେଟି ବାବଦରେ ୫ କୋଟିର ପ୍ୟାକେଜ୍‌ ଘୋଷଣା କରିଥିଲେ । ୨ଟି ପ୍ରତିଷ୍ଠାନ ପାଇଁ ୫ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ ନବୀନ । ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପର ନୂଆ କୋଠା ପାଇଁ ସହାୟତା ଓ ଲିଙ୍ଗରାଜ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ।

ଲିଙ୍ଗରାଜ ମନ୍ଦିରର ଫୋଟ ଉଠାଉଛନ୍ତି ଶ୍ରଦ୍ଧାଳୁ


ନୂଆ କୋଠାରେ ରହିବ ୱାଚ୍‌ ଟାୱାର । ପୂର୍ବରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରର ବିକାଶ ଓ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏକାମ୍ର କ୍ଷେତ୍ର ଯୋଜନାରେ ୬୬ ଏକର ଜମିରେ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ବିନ୍ଦୁସାଗର ପୁନରୁଦ୍ଧାର ସହ ଐତିହାସିକ ପୁଷ୍କରିଣୀର ପୁନରୁଦ୍ଧାର ହେବ । କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିର ପରିସରର ମଧ୍ୟ ବିକାଶ ହେବ ।

ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ଓ ପାର୍କିଂର ସୁବିଧା କରାଯିବ । ଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହିପରି ଲିଙ୍ଗରାଜ ମନ୍ଦିରରେ ଉଚ୍ଛେଦ ହେଲେ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ସରକାର । ଉଚ୍ଛେଦ ବେଳେ ଜୀବିକା ହରାଉଥିବା ଉଠା ଦୋକାନୀଙ୍କୁ ମିଳିବ ୩୦ ହଜାର ଟଙ୍କାର ସହାୟତା । ୨ଟି କିସ୍ତିରେ ଏହି ସହାୟତା ମିଳିବ। ଏହାସହ ଉଠା ଦୋକାନୀଙ୍କୁ ଭେଣ୍ଡିଙ୍ଗ ଜୋନ୍‌ରେ ଥଇଥାନ କରାଯିବ । ପକ୍କାଘର ଓ ସ୍ଥାୟୀ ଦୋକାନ ଉଚ୍ଛେଦ ହେଲେ ବର୍ଷକ ଯାଏ ମାସିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ ।

ପୂର୍ବରୁ ମଧ୍ୟ ସ୍ଥାୟୀ ଓ ଉଠା ଦୋକାନୀଙ୍କ ପାଇଁ ସତନ୍ତ୍ର କ୍ୟାକେଜ ଘୋଷଣା କରାଯାଇଥିଲା । କ୍ୟାବିନ୍‌ ଏବଂ ଚାଳ ଘର ଦେକାନୀଙ୍କ ପାଇଁ ୧୦ ହଜାର ଓ ଛାତ ଥିବା ଦୋକାନୀଙ୍କ ପାଇଁ ସହାୟତ ଘୋଷଣା କରାଯାଇଥିଲା । ଉଠା ଦୋକାନୀଙ୍କ ପାଇଁ ମଧ୍ୟ ଭେଣ୍ଡି ଜୋନ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ । ପୂର୍ବରୁ ସଚ୍ଚିବାଳୟରେ ଲିଙ୍ଗରାଜ ପୀଠର ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକ ଡିଜାଇନି ମଧ୍ୟ ତିଆରି ହୋଇଥିଲା । ଯେଉଁ ବ୍ଲୁ ପ୍ରିଣ୍ଟ ଆଧାରରେ ସରକାରୀ ଜମି, ମନ୍ଦିର,ଏଏସ୍‌ଆଇ ଜମି ଉପରୁ ହଟିଥିଲା ଜବର ଦଖଲ । ବିନ୍ଦୁ ସାଗର, କେଦାର ଗୌରୀ, କୋଟି ତୀର୍ଥ, ଗଙ୍ଗା ଯମୁନା ମନ୍ଦିର ପୁସ୍କରିଣୀକୁ ମଧ୍ୟ ପରିଷ୍କାର କରିବା ନିମନ୍ତେ ପ୍ୟାକେଜ୍‌ରେ ବ୍ୟବସ୍ଥା କରାଯାଇଥିଲା  ।

ରାତିରେ ଲିଙ୍ଗରାଜ ମନ୍ଦିରର ଦୃଶ୍ୟ


ସୌନ୍ଦର୍ଯ୍ୟକରଣକୁ ଦେଖି ଶ୍ରଦ୍ଧାଳୁ ଖୁସି ଅଛନ୍ତି । ‘ଏଭଳି ସୌନ୍ଦର୍ଯ୍ୟକରଣ ପୂର୍ବରୁ କେବେ ନ ଥିଲା କି ଏଭଳି ହେବ ବୋଲି ବିଶ୍ବାସ ନ ଥିଲା । ଏଭଳି ପରିଷ୍କାର ଓ ଚକାଚକ୍ ଦେଖିଲେ ବିଦେଶକୁ ଆସିଲା ଭଳି ଲାଗୁଥିବା କହିଛନ୍ତି ରାଜଧାନୀ ବାସିନ୍ଦା ଗୋରୀ ମିଶ୍ର’ ।
Published by: Sibanava Panda
First published: January 6, 2020, 12:15 PM IST
corona virus btn
corona virus btn
Loading