ବାଲେଶ୍ୱର ଉପନିର୍ବାଚନ: BJDର ରଣନୀତି ପାଇଁ ମନ୍ତ୍ରୀ ପ୍ରତାପ ଜେନା ଆରମ୍ଭ କଲେ ଗୋଟି ଚାଳନା

ପ୍ରାର୍ଥୀତ୍ୱ ପାଇଁ ଆଶାୟୀ ନେତାଙ୍କ ସଂଖ୍ୟା ବଢ଼ିବା ଯୋଗୁଁ BJD ପାଇଁ ସମସ୍ୟା ବଢ଼ିଥିବା ପରି ଲାଗୁଛି । ଜିଲ୍ଲାରେ ଡେରା ପକାଇଥିବା ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଅନେକ ନେତା ଓ କର୍ମୀଙ୍କ ସହ ମାରାଥନ ମିଟିଂ କରୁଛନ୍ତି ।

ବାଲେଶ୍ୱର ଉପନିର୍ବାଚନ: BJDର ରଣନୀତି ପାଇଁ ମନ୍ତ୍ରୀ ପ୍ରତାପ ଜେନା ଆରମ୍ଭ କଲେ ଗୋଟି ଚାଳନା
ବାଲେଶ୍ୱରରେ ମନ୍ତ୍ରୀ ପ୍ରତାପ ଜେନା
  • News18 Odia
  • Last Updated: September 23, 2020, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଘୋଷଣା ହୋଇନି ବାଲେଶ୍ୱର ସଦର ଉପନିର୍ବାଚନ ତାରିଖ, ହେଲେ ଦଳୀୟ ରାଜନୀତି ସରଗରମ ହୋଇଉଠିଛି । ବାଲେଶ୍ୱର ଜିଲ୍ଲାର ରାଜନୈତିକ ଉଷ୍ଣତା ଭିତରେ ଶାସକ ଦଳ ବିଜେଡିର ରଣନୀତି ପାଇଁ ଅଣ୍ଟା ଭିଡ଼ିଛନ୍ତି ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ।

ଗୋଟିଏ ପଟେ ବଢୁଛି ବିଜେଡି ଅଶାୟୀଙ୍କ ସଂଖ୍ୟା । ଏକାଧିକ ନାମକୁ ନେଇ ବଢ଼ିଚାଲିଛି ଚର୍ଚ୍ଚା । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଫିଲ୍ମ ଷ୍ଟାର ଅରିନ୍ଦମ ଓ ପୂର୍ବତନ ବିଧ୍ୟାୟକ ଜୀବନ ପ୍ରଦୀପ ଦାଶଙ୍କ ପରେ ଏବେ ଭୋଗରାଇ ବିଧ୍ୟାୟକ ଅନନ୍ତ ଦାସଙ୍କ ପରିବାର ଓ ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନଙ୍କ ନାମକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବୁଧବାର ଦିନ ଉପନିର୍ବାଚନକୁ ନେଇ ବିଜେଡି ମାରାଥନ ମିଟିଂ ଆରମ୍ଭ କରିଛି । ମଙ୍ଗଳବାର ଠାରୁ ଜିଲ୍ଲାରେ ଡେରା ପକାଇଛନ୍ତି ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା । ଜିଲ୍ଲାର ବରିଷ୍ଠ ନେତା, ବିଧ୍ୟାୟକ ଓ ଅଶାୟୀଙ୍କ ସହିତ ମନ୍ତ୍ରୀ କରିଛନ୍ତି ରୁଦ୍ଧଦ୍ୱାର ବୈଠକ । ବାଲେଶ୍ୱର ସର୍କିଟ ହାଉସରେ ପ୍ରତାପ ଜେନାଙ୍କ ବୈଠକରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ବିଧାୟକ ଅଶ୍ୱିନୀ ପାତ୍ର, ଅନନ୍ତ ଦାସ, ନିତ୍ୟାନନ୍ଦ ସାହୁ, ପର୍ଶୁରାମ ଧଡ଼ା ଓ ସୁଧାଂଶୁ ପରିଡ଼ା ଉପସ୍ଥିତ ଥିଲେ । ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧ୍ୟାୟକ ଜୀବନ ପ୍ରଦୀପ ଦାଶ ମଧ୍ୟ ଉପସ୍ଥିତ ଥିଲେ ଏହି ଆଲୋଚନାରେ ।

ପ୍ରତାପ ଜେନାଙ୍କ ସହ ମିଟିଂ ପାଇଁ ଆସୁଛନ୍ତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ


ଜିଲ୍ଲାର ଯୁବା, ମହିଳା ଓ କିଛି ବରିଷ୍ଠ ନେତାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ପ୍ରତାପ ଜେନା । ଆଗାମୀ ନିର୍ବାଚନରେ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ପୂରା ଦିନ ଚାଲିଥିଲା ସରଗରମ ଆଲୋଚନା । ହିପରି ଜିଲ୍ଲାର କିଛି ଅନ୍ୟ ଦଳର ବରିଷ୍ଠ ନେତାଙ୍କ ସହିତ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଏଥି ସହିତ ଗୁରୁବାର ଦିନ ପଞ୍ଚାୟତ ସ୍ତରର ନେତା ଓ କର୍ମୀଙ୍କ ସହିତ ମଧ୍ୟ ଆଲୋଚନା କରିପାରନ୍ତି ଜେନା ।

କଂଗ୍ରେସର ପ୍ରଥମ ପସନ୍ଦ ପିସିସି ସଭାପତି ତଥା ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ବରିଷ୍ଠ ନେତା ସୁର ରାଉତରାୟ ଏ ନେଇ ଗଣମାଧ୍ୟମରେ ଏକ ପ୍ରକାର ମୋହର ଲଗାଇଛନ୍ତି । କଂଗ୍ରେସ ଦଳ ନବଜ୍ୟୋତିଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା ସୁର କହିଛନ୍ତି ।

ବିଜେପିର ନୂଆ ଉପନିର୍ବାଚନ ସଂଯୋଜକ ଦାୟିତ୍ୱ ନେଇଥିବା ସ୍ବର୍ଗତ ବିଧାୟକ ମଦନ ମୋହଲ ଦତ୍ତଙ୍କ ପୁତ୍ର ମାନସ ଦତ୍ତ ବିଭିନ୍ନ ପଞ୍ଚାୟତରେ ବୁଲି ପ୍ରାକ୍‌-ନିର୍ବାଚନ ସଭା ଆରମ୍ଭ କରିଦେଇଛନ୍ତି । ଦଳୀୟ ମହଲରେ ଚର୍ଚ୍ଚା ଯେ ବିଜେପି ମାନସଙ୍କୁ ନେଇ ସାମ୍ନା କରିପାରେ ଉପନିର୍ବାଚନ ।

ମନ୍ତ୍ରୀ ପ୍ରତାପ ଜେନାଙ୍କ କହିଛନ୍ତି ଯେ ଜିଲ୍ଲାର ସମସ୍ତ ବିଧାୟକ ଓ ୨୦୧୯ରେ ବିଧ୍ୟାୟକ ପ୍ରାର୍ଥୀମାନଙ୍କ ସହିତ ଆଲୋଚନା କରାଯାଉଛି । ଆଗାମୀ ନିର୍ବାଚନକୁ ନେଇ ମିଟିଂରେ ରଣନୀତି ପ୍ରସ୍ତୁତି ହେବ । ଏଥିପାଇଁ ଜିଲ୍ଲାର ଆଗଧାଡ଼ିର ନେତାଙ୍କ ସହିତ ଆଲୋଚନା ହେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ନିଷ୍ପତ୍ତି ହୋଇନି ।

‘‘ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଦଳ ଯେଉଁ ପ୍ରାର୍ଥୀ ବାଛିବ ତାଙ୍କ ପାଇଁ ସମସ୍ତେ ଏକ ହୋଇ କାମ କରିବେ,’’ କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ | ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର; ୟୁନିଟ୍‌ ପିଛା ୨୦ ପଇସା ମହଙ୍ଗା ହେବ

ଏହା ବି ପଢ଼ନ୍ତୁ | ଡ୍ରଗ୍ସ ମାମଲାରେ NCB ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲି ଖାନଙ୍କୁ ସମନ ପଠାଇଲା

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି , ‘‘ବାଲେଶ୍ୱର ପାଇଁ ପାଞ୍ଚ ଜଣ ଓ  ତିର୍ତ୍ତୋଲରେ ପାଇଁ ଛଅ ଜଣଙ୍କ ନାମ ସିଲେକ୍ଟ ହୋଇଛି । ସେଥିରେ ଜଣେ ମହିଳା ଓ ଦୁଇ ଜଣ ଯୁବକ ଅଛନ୍ତି । ତେବେ ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସୋନିଆ ଗାନ୍ଧି ନେବେ । ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଏଆଇସିସିକୁ ପଠାଯାଇଛି । ନବଜ୍ୟୋତି ବାଲେଶ୍ୱରରୁ ପ୍ରାର୍ଥୀ ହେବା ନିଶ୍ଚିତ ।’’



ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଦୁଇଟି ଯାକ ଆସନକୁ ନିଜ କବଜାରେ ରଖିବାକୁ ମାନସମନ୍ଥନ କରୁଛି ଦଳ । ‘‘ଠିକ ସମୟରେ ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦୁଇ ଦିନ ତଳେ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ପୁଅଙ୍କୁ ଉପନିର୍ବାଚନ ସଂଯୋଜକ ଭାବରେ ନିୟୁକ୍ତି ଦିଆଯାଇଛି । ବାଲେଶ୍ବରବାସୀଙ୍କ ମନୋଭାବ ବିଧାୟକଙ୍କ ପରିବାର ସହ ଆଜି ବି ଅଛି । କାର୍ଯ୍ୟକର୍ତ୍ତାମାନେ ବୁଲୁଛନ୍ତି  । ସେଠିକାର ଲୋକ ବିଜେପି ସହିତ ଅଛନ୍ତି  । ବିଜେପି ପାଇଁ ସେ ନିର୍ବାଚନ ମଣ୍ଡଳୀ ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ରହିଛି,’’ କହିଛନ୍ତି ମହାପାତ୍ର ।
Published by: Anand Shankar Thankur Das
First published: September 23, 2020, 11:52 PM IST
corona virus btn
corona virus btn
Loading