ଗଜପତି ଜିଲ୍ଲା ଗସ୍ତରେ ଆସିଲେ ରାଷ୍ଟ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ; କଲେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଓ ଜଳଶକ୍ତି ବିଭାଗ ରାଷ୍ଟ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ। ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକ ପରେ ସାମ୍ବାଦଜିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।

ଗଜପତି ଜିଲ୍ଲା ଗସ୍ତରେ ଆସିଲେ ରାଷ୍ଟ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ

ଗଜପତି ଜିଲ୍ଲା ଗସ୍ତରେ ଆସିଲେ ରାଷ୍ଟ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ

  • Share this:
News18 Odia Digital

ପାରଳାଖେମୁଣ୍ଡି: ନୀତି ଆୟୋଗଙ୍କ ଦ୍ବାରା ନିର୍ଦ୍ଧାରିତ ଆକାଂକ୍ଷୀ ଜିଲ୍ଲାଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇ ଦେଇଥିବା ଅର୍ଥ ସଠିକ ଭାବେ କାର୍ଯ୍ୟକାରୀ ହୋଇଛି କି ନାହିଁ ଓ ଲୋକେ ଏହାର ସୁଫଳ ପାଇଛନ୍ତି କି ନାହିଁ ତାହାର ସମୀକ୍ଷା ପାଇଁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଓ ଜଳଶକ୍ତି ବିଭାଗ ରାଷ୍ଟ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ। ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକ ପରେ ସାମ୍ବାଦଜିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।

“ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଯେଭଳି ଉନ୍ନୟନ କାର୍ଯ୍ୟ ଚାଲିଛି ତାହାକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। କିଛି ଯୋଜନାରେ ଜିଲ୍ଲା ପ୍ରଶାସନ ବହୁତ ଭଲ କାମ କରିଛନ୍ତି। କିନ୍ତୁ ଆଉ କେତେକ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଯେଉଁ ସବୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ସେଥିପାଇଁ ତାହା କାର୍ଯ୍ୟକାରୀ କରିବାରେ ଅସୁବିଧା ହୋଇଥିବା ଜଣାପଡ଼ିଛି। ତେବେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଏହାର ସମାଧାନ ହେବ ଓ ଲୋକଙ୍କ ନିକଟରେ କିଭଳି ସରକାରୀ ଯୋଜନା ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ହେବାର ଆବଶ୍ୟକତା ରହିଛି,” କହିଥିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ।

ଲୋକଙ୍କୁ ବୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ପର୍ଯ୍ୟାପ୍ତ ଟଙ୍କା ରହିଛି। କେବଳ ଖର୍ଚ୍ଚ କରିବା ଆବଶ୍ୟକ। ତଥାପି ଏଯାଏଁ ଜିଲ୍ଲାରେ ମାତ୍ର ୪୬ ପ୍ରତିଶତ ଲୋକଙ୍କ ନିକଟରେ ହିଁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରିଛି। ସମୟ ବହୁତ କମ୍ ରହିଛି। ତେଣୁ ଅନ୍ୟମାନଙ୍କ ନିକଟରେ କିଭଳି ଶୀଘ୍ର ଏହା ପହଞ୍ଚିବ ତାହା ଉପରେ କାର୍ଯ୍ୟ କରିବା ଆବଶ୍ୟକ।

ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଜୋରଦାର ପ୍ରୟାସ କରିବା ସହ ଲୋକଙ୍କୁ ସ୍ବଚ୍ଛ ପାନୀୟ ଦେବା ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସମୟରେ ସେ ଆହୁରି କହିଛନ୍ତି ଯେ, ସରକାର ଶତ ପ୍ରତିଶତ ସଫଳତା ପାଇବା ତଥ୍ୟ ଦେଇପାରନ୍ତି ଓ ଘୋଷଣା ମଧ୍ୟ କରିନ୍ତି। କିନ୍ତୁ ଯେତେ ସମୟ ଯାଏଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ସମ୍ପର୍କରେ ତୃତୀୟ ପକ୍ଷ ନିରୀକ୍ଷଣ କରି ସନ୍ତୋଷ ପ୍ରକାଶ ନକରିଛନ୍ତି ସେତେ ସମୟ ଯାଏଁ କେନ୍ଦ୍ର ସରକାର ଏହା ଘୋଷଣା କରିବ ନାହିଁ ବୋଲି କହିଛନ୍ତି। ମନ୍ତ୍ରୀ ସିଧାସଳଖ ନକହିଲେ ମଧ୍ୟ ପରୋକ୍ଷରେ ସମୀକ୍ଷା ବୈଠକରେ ଜିଲ୍ଲା ପ୍ରଶାସନ ଯେଉଁ ତଥ୍ୟ ରଖିଛି ତାହାକୁ ନେଇ ସେ ସନ୍ଦେହ ପ୍ରକାଶ କରିଥିବା ସ୍ପଷ୍ଟ ହୋଇଛି।

ଏହି ଅବସରରେ ସେ ସ୍ଥାନୀୟ ବିଶ୍ବନାଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଦଳିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଲେ ରାଜ୍ୟ ସରକାରଙ୍କ ମୁଖା ଆପେ ଖୋଲି ଯିବ ବୋଲି ଗୁରୁମନ୍ତ୍ର ଦେଇଥିଲେ। ସଦ୍ୟ ସମାପ୍ତ ନିର୍ବାଚନରେ ବିଜୟ ଲାଭ କରିଥିବା ଦଳୀୟ ଜନ ପ୍ରତିନିଧୀଙ୍କୁ ମଧ୍ୟ ସମ୍ବର୍ଦ୍ଦିତ କରିଥିଲେ।
Published by:Lipina Das
First published: