News18 Odia Digital
ଭୁବନେଶ୍ବର: ଚର୍ଚ୍ଚାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶେର ଦାସ। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁନା କଳସ ଦାନ କରିବାକୁ ନେଇ ମନ୍ତ୍ରୀ ନବ ଦାସ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।
ମନ୍ତ୍ରୀ ନବ ଦାସ ଦାନ କରିଥିବା ସୁନା କଳସରେ ୭୦୦ ଗ୍ରାମ ସୁନା ବ୍ୟବହାର କରାଯାଇଥିବା ବେଳେ ୫ କେଜି ରୂପା ମଧ୍ୟ ଏଥିରେ ବ୍ୟବହାର ହୋଇଛି। ଏହି ସୁବର୍ଣ୍ଣ କଳସର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଥିଲେ। ଶନି ଅଭିଷେକ କରିବାବେଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା।
ଏହି ଖବର ବି ପଢ଼ନ୍ତୁ: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟୁରିଷ୍ଟ ବସ୍; ୨ ମୃତ, ଅନେକ ଆହତଭାଇରାଲ ହେଉଥିବା ଭିଡିଓରେ ନବଦାସ ନିଜ ପରିବାର ସହ ଶନି ଶିଙ୍ଗନାପୁର ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ନଜର ଆସିଥିଲେ। କୁହାଯାଉଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗ୍ରହ ରିଷ୍ଟ ଖଣ୍ଡନ ନିମନ୍ତେ ଏହି ପୂଜାର୍ଚ୍ଚନା କରିଛନ୍ତି।
ପ୍ରକାଶ ଥାଉକି ଦାନ ଦେଇଥିବା ବ୍ୟକ୍ତିଙ୍କ ନାଁକୁ ମନ୍ଦିର ପ୍ରଶାସନ ଗୋପନ ରଖିଛି। ତେବେ ଏଭଳି ଦାନ ନେଇ ନବ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ୨୦ ବର୍ଷ ପରେ ଶନି ଅମାବାସ୍ୟା ପଡ଼ିଥିବାକୁ ଏହି ଦାନ କରାଯାଇଥିବା ସୂଚନା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।