ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ୱାମୀଙ୍କ ସହ ମନ୍ତ୍ରୀ ଅତନୁ ସବ୍ୟସାଚୀ; ଫଟୋ ଭାଇରାଲ୍
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ହକି ବିଶ୍ଵକପରେ ଯୋଗ ଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ନିମନ୍ତ୍ରଣ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି ନବୀନଙ୍କ କ୍ୟାବିନେଟ ମନ୍ତ୍ରୀ। ଏହି କ୍ରମରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ୱାମୀଙ୍କୁ ଭେଟି ହକି ବିଶ୍ଵକପରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ତେବେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇ ବି ସରଳ ଜୀବନ ଶୈଳୀକୁ ନେଇ ଚର୍ଚ୍ଚା।
ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ୱାମୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ବେଶ୍ ଜଣା ଶୁଣା । ମନ୍ତ୍ରୀଙ୍କ ସହ ଭେଟ ଘାଟ ସମୟରେ ଏଭଳି କିଛି ଚିତ୍ର ଏହା ବୟାନ କରୁଥିଲା। ଅତ୍ୟନ୍ତ ଶାନ୍ତ ସ୍ୱଭାବର ମଣିଷ ଭାବେ ନିମନ୍ତ୍ରଣ କରୁଥିବା ବେଳେ ବେଶ ପୋଷାକ ବି ସମ୍ପୂର୍ଣ ନିଆରା ଥିଲା। କେବଳ ଲୁଙ୍ଗି ପିନ୍ଧି ନିମନ୍ତ୍ରଣ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରୁଥିବା ବେଳେ ହସ ହସ ମିଯାଜରେ ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେଉଛି। ତାଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯାଇଥାଏ। ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ହୋଇ ବି ସାଧାରଣ ଲୋକ ଭାବେ ଜୀବନ ଶୈଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବୁଧବାର ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ମନ୍ତ୍ରୀମାନେ ନିମନ୍ତ୍ରଣ କରିଥିବା ବେଳେ ଗୁରବାର ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି। ମନ୍ତ୍ରୀ ତୁଷାର କାନ୍ତି ବେହେରା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଭେଟିଥିବା ବେଳେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖୁବିନ୍ଦର ସିଂ ସୁଖୁଙ୍କୁ ଭେଟିଛନ୍ତି ମନ୍ତ୍ରୀ ସମୀର ଦାସ। ମନ୍ତ୍ରୀ ପ୍ରତାପ ଦେବ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତଙ୍କୁ ଭେଟିଥିବା ବେଳେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କୁ ଭେଟି ନିମନ୍ତ୍ରଣ ପ୍ରଦାନ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗତକାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ , ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ ପାତ୍ର, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି। ହକି ବିଶ୍ଵକପରେ ଯୋଗ ଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ନେଇ ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଥିଲା। ସେହି କ୍ରମରେ ମନ୍ତ୍ରୀ ମାନେ ବିଭିନ୍ନ ରାଜ୍ୟ ଗସ୍ତ କରିଛନ୍ତି। ହକି ବିଶ୍ଵକପ ପରି ପ୍ଲାଟ ଫର୍ମରେ ସମସ୍ତଙ୍କୁ ଏକାଠି କରିବାକୁ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।