ଅଜଣା ସୂତ୍ରରୁ ବିଜେଡି.. ବିଜେପି ଓ କଂଗ୍ରେସକୁ ଆସୁଛି କୋଟିକୋଟି ଟଙ୍କା

ଅଜଣା ସୂତ୍ରରୁ  କଂଗ୍ରେସକୁ ସର୍ବାଧିକ ୧୭୮ କୋଟି ଟଙ୍କା ଆସିଥିବା ବେଳେ ବିଜେପିକୁ ଆସିଛି ୧୦୦ କୋଟି ଟଙ୍କା । ଆଞ୍ଚଳିକ ଦଳ ଭାବେ ବିଜେଡିକୁ  ୬୭ କୋଟି ଆସିଛି ବୋଲି ADR ରିପୋର୍ଟ ରେ କୁହାଯାଇଛି ।

ଅଜଣା ସୂତ୍ରରୁ ବିଜେଡି.. ବିଜେପି ଓ କଂଗ୍ରେସକୁ ଆସୁଛି କୋଟିକୋଟି ଟଙ୍କା

ଅଜଣା ସୂତ୍ରରୁ ବିଜେଡି.. ବିଜେପି ଓ କଂଗ୍ରେସକୁ ଆସୁଛି କୋଟିକୋଟି ଟଙ୍କା

  • Share this:
News 18 Odia Digital

ଭୁବନେଶ୍ୱର; ଆସିଲା ADR ରିପୋର୍ଟ । ଅଜଣା ସୂତ୍ରରୁ ରାଜନୈତକ ଦଳକୁ ଆସିଛି ଟଙ୍କା । ୨୦୨୦-୨୧ ରେ ଜାତୀୟ ଦଳ କଂଗ୍ରେସକୁ ସର୍ବାଧିକ ୧୭୮ କୋଟି ଟଙ୍କା ଆସିଥିବା ବେଳେ ବିଜେପିକୁ ଆସିଛି ୧୦୦ କୋଟି ଟଙ୍କା । ଆଞ୍ଚଳିକ ଦଳ ଭାବେ ବିଜେଡିକୁ  ୬୭ କୋଟି ଆସିଛି । ଏହି ରିପୋର୍ଟକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି ।

ଆଞ୍ଚଳିକ ଦଳ ଭାବେ YSR କଂଗ୍ରେସକୁ ସର୍ବାଧିକ ୯୬ କୋଟିର ଅର୍ଥ ମିଳିଛି । DMKକୁ ୮୦ କୋଟି ଟଙ୍କା ମିଳିଥିବା ବେଳେ ଓଡ଼ିଶାର ଶାସକ ଦଳ ବିଜେଡି କୁ ୬୭ କୋଟି ଆସିଛି । ୨୦୨୦ -୨୧ ବର୍ଷର ADR ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ୨୦୨୦ ବର୍ଷରେ ବିଜେପିର ଆୟ କରିଛି  ମୋଟ ୭୫୨ କୋଟି । କଂଗ୍ରେସର ଆୟ ରହିଛି ୨୮୫ କୋଟି ଟଙ୍କା । ୨୦୨୦ -୨୧ ବର୍ଷର ADR ରିପୋର୍ଟରୁ ଏହି ତଥ୍ୟକୁ ନେଇ ଜୋର୍ ଧରିଛି  ରାଜନୈତିକ ବୟାନବାଜି । ବିଜେପି କହିଛି ଯେଉଁ ସୂତ୍ରରୁ ଅର୍ଥ ଆସୁଛି ତାଲିକା ଅଛି । କିନ୍ତୁ  ଆୟର ସ୍ୱଚ୍ଛତା ରଖୁ ନାହାନ୍ତି କଂଗ୍ରେସ ଓ ବିଜେଡି । କଂଗ୍ରେସ କିନ୍ତୁ ଏହି ତଥ୍ୟକୁ ଗ୍ରହଣ କରିବାକୁ ନାରାଜ । ଏ ତଥ୍ୟ ନେଇ ବିଜେଡି ବି କୌଣସି ପ୍ରତିକ୍ରିୟା ରଖିନାହି । ବିଶେଷଜ୍ଞଙ୍କ ମତରେ ନୂଆ ନିୟମ ଆଧାରରେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ଅର୍ଥ ସଂଗ୍ରହ କରୁଛନ୍ତି ରାଜନୀତିକ ଦଳ । ଯେଉଁଥିରେ ଦାତାତଙ୍କ ତଥ୍ୟ ନଥାଏ । ରାଜନୈତିକ ଦଳ କିଏ କେତେ ଅର୍ଥ ଦେଲା ତାହା ଜଣାଇବାକୁ ଚାହୁଁଛି ADR । ରାଜନୈତିକ ସମୀକ୍ଷକଙ୍କ ମତରେ  ଶାସନରେ ଥିବା ଦଳଙ୍କ ନିକଟକୁ ବିଭିନ୍ନ ଉତ୍ସରୁ ଆସିଥାଏ ଅର୍ଥ । କେତେ ଅର୍ଥ କେଉଁ ଉତ୍ସ ରୁ ମିଳୁଛି ସେଥିରେ ସ୍ୱଚ୍ଛତା ରହିବା ଆବଶ୍ୟକ ।

୨୦୨୦-୨୧ ରେ ବିଭିନ୍ନ ଜାତୀୟ ଦଳକୁ ଅଜଣା ସୂତ୍ରରୁ ୪୨୬ କୋଟି ମିଳିଥିବା ବେଳେ ଆଞ୍ଚଳିକ ଦଳ ମାନଙ୍କୁ ମିଳିଛି ୨୬୩ କୋଟି । ଏଡ଼ିଆରର ଅଡିଟ ରିପୋର୍ଟ ସମ୍ପର୍କରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଅଜଣା ତଥ୍ୟ ବୋଲି ଯଦି କୁହାଯାଉଛି ତେବେ ତାହା ଉପରେ ଅନୁସନ୍ଧାନ କରାଯିବା ଦରକାର । ମିଥ୍ୟା ପ୍ରଚାର ପାଇଁ କେନ୍ଦ୍ରରେ ଏକ ସରକାର ଅଛନ୍ତି । CBI ଯାଞ୍ଚ କରାଉଛନ୍ତି, ହେଲେ ଫଳ କିଛି ବାହାରୁ ନାହିଁ । ଏଡିଆର ରିପୋର୍ଟ ଉପରେ ମୋର ବିଶ୍ୱାସ ରହିଛି କିନ୍ତୁ ଅଜଣା ତଥ୍ୟ ଉପରେ ବିଶ୍ୱାସ ନାହିଁ । ଏଡିଆର ରିପୋର୍ଟ ନେଇ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି  ବିଜେପି ତା ଫଣ୍ଡରେ ସୁଧାର ଆଣିଛି । ପାଟିର କାର୍ଯ୍ୟକର୍ତ୍ତା ଠାରୁ ଆଜୀବନ ସହଯୋଗ ନିରୀହ ହିସାବରେ ଆଣିଛି । ଯେଉଁ ମାନଙ୍କ ପାଖରୁ ଆଣିଛି ସେମାନଙ୍କ ତାଲିକା ଅଛି‌ । କଂଗ୍ରେସ ଶାସନ କ୍ଷମତାରେ ନଥାଇ ବି ୧୭୮କୋଟି ଟଙ୍କା ପାଇଛି । ଏକମାତ୍ର କାରଣ ହେଉଛି କଂଗ୍ରେସ ଏଭଳି ଦଳ ଯେଉଁମାନେ ଦୁର୍ନୀତି କରି ରୋଜଗାର କରନ୍ତି । ଏ ହେଉଛି ତାର ନମୂନା । ଆଜି ମଧ୍ୟ ସେକଥା ଜାରି ରହିଛି । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳକୁ ୬୭କୋଟି ଟଙ୍କା ପାଇବା ରାଜନୈତିକ ଦଳ ମାନେ ଆର୍ଥିକ ସ୍ବଚ୍ଛତା ରଖୁନଥିବା ଦର୍ଶାଉଛି ।ଏଥିରୁ ଜଣା ପଡୁଛି କେଉଁ ଭଳି ଭାବେ ଶାସନ ଚାଲିଛି । ଇଲେକ୍ସନ ୱାଚ ଉପଦେଷ୍ଟା ସହଦେବ ସାହୁ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ଗଣତାନ୍ତ୍ରିକ ସଂସ୍କାର ଆଣିବା ପାଇଁ ଏଡିଆର ଗଠନ କରାଯାଇଛି ।

ରାଜନୈତିକ ଦଳଗୁଡିକ ଚାହୁଁଛନ୍ତି ତାଙ୍କ ଦଳକୁ କିଏ ଟଙ୍କା ଦେଲା ତାହା ଲୋକ ନ ଜାଣନ୍ତୁ । ରାଜନୈତିକ ଦଳଗୁଡିକ କେଉଁଠୁ କେତେ ଟଙ୍କା ଆଣୁଛନ୍ତି । କିପରି ଆଣୁଛନ୍ତି । କିଏ ରାଜନୈତିକ ଦଳଗୁଡିକୁ କେତେ ଅର୍ଥ ଦେଉଛନ୍ତି । ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଏଡ଼ିଆର ଏହି ରିପୋର୍ଟ ପ୍ରକାଶ କରିଛି । ଏବେ ନୂଆ ନିୟମ ଆଧାରରେ ଏଲେକ୍ଟଟ୍ରୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକ ନିଜ ଦଳ ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି । ଏହି ବଣ୍ଡରେ କିଏ ଟଙ୍କା ପାଇବ ତାଙ୍କ ନାଁ ନ ଥାଏ । ଏହାକୁ ନେଇ ଏଡିଆର ଜଣାଇବାକୁ ଚାହୁଁଛି କିଏ କେତେ ଟଙ୍କା ଦେଲା, କାହାକୁ ଦେଲା ତାହା ଲୋକ ଜାଣନ୍ତୁ । ଏଡିଆର କାମ କିଭଳି ଅଜଣା ସୋର୍ସରୁ ଟଙ୍କା ଆସୁଛି ତାହା ଲୋକଙ୍କୁ ଜଣାଇବା ।
Published by:Soubhagya Mishra
First published: