News18 Odia Digital
ନୂଆ ଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଏପ୍ରିଲ୍ ମାସ ଅନେକ ଚ୍ୟାଲେଞ୍ଜରେ ଭର୍ତ୍ତି ରହିବ । ସାଧାରଣ ଲୋକଙ୍କ ପକେଟ ଉପରେ ଅଧିକ ବୋଝ ପଡ଼ିବ । ଗୋଟିଏ ପଟେ ପେଟ୍ରୋଲ୍ ଓ ଡିଜେଲର ଦର ବୃଦ୍ଧି ଯୋଗୁଁ ଜୀବିକା ନିର୍ବାହ କରିବା ଅନେକ ଲୋକଙ୍କ ପାଇଁ କଷ୍ଟପ୍ରଦ ହୋଇପଡ଼ିଥିବା ବେଳେ ଏପ୍ରିଲ୍ ୧ ତାରିଖରୁ ଦୁଗ୍ଧ (milk), ଏୟାର୍ କଣ୍ଡିସନର୍ (AC), ଫ୍ୟାନ୍ (fan), ଟିଭି (TV) ଓ ସ୍ମାର୍ଟଫୋନର (smartphone) ଦାମ୍ ବଢ଼ିଛି ।
ଏହା ଛଡ଼ା ବିମାନ ଭଡା (air fare price hike), ଟୋଲ୍ ଟ୍ୟାକ୍ସ ଓ ବିଦ୍ୟୁତ ଶୁଳ୍କ ବି ବୃଦ୍ଧି ପାଇଛି । ଏହି ସବୁ ସେବା ପାଇଁ ଆପଣଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ । ଆସନ୍ତୁ ଜାଣିବା ଏପ୍ରିଲ ୧ ତାରିଖରୁ କ’ଣ କ’ଣ ମହଙ୍ଗା ହୋଇଛି ଓ ଏଥି ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡି଼ବ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲାଏପ୍ରିଲ ୧ରୁ ଦୁଗ୍ଧ ମୂଲ୍ୟ ୩ ଟଙ୍କା ବଢ଼ିଲାଦୁଗ୍ଧର ମୂଲ୍ୟ ବୃଦ୍ଧି କରିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି । କ୍ଷୀରର ମୂଲ୍ୟ ଲିଟର୍ ପିଛା ୫୫ ଟଙ୍କା ହେବା ଉଚିତ ବୋଲି କୃଷକମାନେ କହିଥିଲେ । କିନ୍ତୁ ବ୍ୟବସାୟୀମାନେ କହିଛନ୍ତି ଯେ ସେମାନେ କ୍ଷୀରର ମୂଲ୍ୟ ମାତ୍ର ୩ ଟଙ୍କା ବୃଦ୍ଧି କରିବେ । ବର୍ଦ୍ଧିତ ମୂଲ୍ୟ ଏପ୍ରିଲ୍ ୧ରୁ ଲାଗୁ ହୋଇଛି । ଅର୍ଥାତ୍ ଏପ୍ରିଲ୍ ୧ରୁ ଆପଣ ଲିଟର କ୍ଷୀର ପିଛା ୪୯ ଟଙ୍କାରେ କ୍ଷୀର ପାଇବେ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ରଏପ୍ରିଲ ୧ରୁ ଟିଭି ମହଙ୍ଗା ହୋଇଛିଏପ୍ରିଲ୍ ୧, ୨୦୨୧ରୁ ଟେଲିଭିଜନର ଦାମ୍ (TV price hike) ୨,୦୦୦ରୁ ୩,୦୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହା ବି ସେତିକି ବେଳେ ହେଉଛି ଯେତେବେଳେ ଗତ ଆଠ ମାସ ମଧ୍ୟରେ ଟିଭିର ଦାମ୍ ୩,୦୦୦ରୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଟିଭି ନିର୍ମାତାମାନେ ମଧ୍ୟ ଟିଭିକୁ PLI ଯୋଜନାରେ ଆଣିବାକୁ ଦାବି କରିଛନ୍ତି । ୧ ଏପ୍ରିଲ୍ ୨୦୨୧ରୁ ଟିଭିର ଦାମ୍ ଅତି କମରେ ୨,୦୦୦ ଟଙ୍କାରୁ ୩,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇଛି ।
ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ଓଡ଼ିଶା ସରକାର; କାରଣ ବେକାବୁ କରୋନାଏସି, ଫ୍ରିଜ୍ ଓ କୁଲର୍ ମହଙ୍ଗା ହେଉଛିଯଦି ଆପଣ ଏସି (air conditioner - AC) କିଣିବାକୁ କିମ୍ବା ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଫ୍ରିଜ୍ କରିବା କଥା ଭାବୁଛନ୍ତି, ତେବେ ଆପଣଙ୍କୁ ଏକ ବଡ଼ ଝଟକା ଲାଗିପାରେ । ଏପ୍ରିଲ୍ ଠାରୁ ଏସି କମ୍ପାନୀଗୁଡିକ ଦର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । କଞ୍ଚା ମାଲର ମୂଲ୍ୟ ବୃଦ୍ଧି ହୋଇଥିବାରୁ କମ୍ପାନୀଗୁଡିକ ଏସିର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏସି ତିଆରି କରୁଥିବା କମ୍ପାନୀଗୁଡିକ ଦାମକୁ ୪ରୁ ୬ ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଅର୍ଥାତ୍ ୟୁନିଟ୍ ପିଛା ଏସିର ମୂଲ୍ୟ ୧,୫୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବୃଦ୍ଧି ହେଉଛି ।
ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲାକାର୍ କିଣିବା ମହଙ୍ଗା ହେବଯଦି ଆପଣ ଏକ କାର୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏପ୍ରିଲରେ ଆପଣଙ୍କୁ ଏଥି ପାଇଁ ଅଧିକ ଦାମ୍ ଦେବାକୁ ପଡ଼ିପାରେ । ଜାପାନର କମ୍ପାନୀ ନିସାନ୍ (Nissan) ନିଜ କାରର ମୂଲ୍ୟ ବୃଦ୍ଧି ଘୋଷଣା କରିସାରିଛି । ନିସାନ୍ ଏହାର ଦ୍ୱିତୀୟ ବ୍ରାଣ୍ଡ୍ ଡାଟସୁନର ଦାମ୍ ବୃଦ୍ଧି କରିବାକୁ ଘୋଷଣା କରିଛି ।
ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁନିସାନର କାର୍ ବ୍ୟତୀତ ଏପ୍ରିଲ ୧ରୁ ରେନାଲ୍ଟ କିଗର୍ (Renault Kiger), ଯାହା ଏବେ ଦେଶର ସବୁଠାରୁ ଶସ୍ତା କମ୍ପାକ୍ଟ ଏସ୍.ୟୁ.ଭି. ରହିଛି, ତାହା ମହଙ୍ଗା ହେବାକୁ ଯାଉଛି । କୃଷି ଉପକରଣ ଉତ୍ପାଦନକାରୀ ଏସକର୍ଟ ଲିମିଟେଡର ଏସକର୍ଟ ଏଗ୍ରି ମେସିନାରୀ ବିଭାଗ ବି କହିଛି ଯେ ଏପ୍ରିଲ୍ ମାସରୁ ଟ୍ରାକ୍ଟରର ଦାମ୍ ବୃଦ୍ଧି କରୁଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱବିଦ୍ୟୁତ୍ଓଡ଼ିଶା ଓ ବିହାରରେ ବିଜୁଳି ଦର ବୃଦ୍ଧି ହୋଇଛି । ଏହି ଦୁଇ ରାଜ୍ୟର ଲୋକଙ୍କୁ ଏପ୍ରିଲ୍ ମାସରୁ ବିଦ୍ୟୁତ୍ ପାଇଁ ଅଧିକ ବିଲ୍ ଦେବାକୁ ପଡିବ । ବିହାରରେ ଏପ୍ରିଲ୍ ୧ରୁ ନୂଆ ଦର ଲାଗୁ ହେବ, ଆଉ ଓଡ଼ିଶାରେ ଅପ୍ରିଲ୍ ୪ରୁ ନୂଆ ଦର ଲାଗୁ ହୋଇଛି । ଓଡ଼ିଶାରେ ଘରୋଇ ବ୍ୟବହାର କ୍ଷେତ୍ରରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ଦେୟ ଥିଲା ୨ ଟଙ୍କା ୭୦ ପଇସା । ଏଣିକି ଏହା ବୃଦ୍ଧି ପାଇ ହେଲା ୩ ଟଙ୍କା । ସେହି ପରି ୫୦ରୁ ୨୦୦ ୟୁନିଟ୍ ଯାଏଁ ଦେୟ ଥିଲା ୪ ଟଙ୍କା ୫୦ ପଇସା । ଏହା ବୃଦ୍ଧି ପାଇ ହୋଇଛି ୪ ଟଙ୍କା ୮୦ ପଇସା । ଓଡ଼ିଶା ସରକାର ଏହି ଦର ବୃଦ୍ଧିକୁ ରୋକିବା ପାଇଁ ଉଦ୍ୟମ କରୁଥିବା କଥା କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତଏପ୍ରିଲରୁ ବିମାନ ଯାତ୍ରା ମହଙ୍ଗା ହେଉଛିଯଦି ଆପଣ ବିମାନ ଯୋଗେ ଅଧିକାଂଶ ସମୟରେ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ଏକ ଝଟକା ମିଳିବାକୁ ଯାଉଛି । ନିକଟରେ ଘରୋଇ ବିମାନ ଭଡାର ନିମ୍ନ ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ୍ ୧ରୁ ବିମାନ ସୁରକ୍ଷା ଶୁଳ୍କ (Aviation Security Fees, ASF) ମଧ୍ୟ ବୃଦ୍ଧି ହୋଇଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶା ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କରଏପ୍ରିଲ ୧ରୁ ଘରୋଇ ବିମାନ ପାଇଁ ବିମାନ ସୁରକ୍ଷା ଶୁଳ୍କ ୨୦୦ ଟଙ୍କା ହୋଇଛି । ପୂର୍ବରୁ ଏହା ୧୬୦ ଟଙ୍କା ଥିଲା । ଆନ୍ତର୍ଜାତୀୟ ବିମାନ ବିଷୟରେ କହିବାକୁ ଗଲେ ସେଗୁଡିକର ଶୁଳ୍କ $୫.୨ରୁ $୧୨କୁ ବୃଦ୍ଧି ପାଇଛି । ଏପ୍ରିଲ୍ ୧, ୨୦୨୧ରୁ ଜାରି ହେଉଥିବା ଟିକେଟ୍ ଉପରେ ଏହି ନୂଆ ହାର ପ୍ରଯୁଜ୍ୟ ହୋଇଛି ।
ଏକ୍ସପ୍ରେସୱେରେ ଯାତ୍ରା କରିବା ମହଙ୍ଗା ହେବଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ (Agra-Lucknow Expressway) ଯାତ୍ରା କରିବା ମହଙ୍ଗା ହୋଇଛି । ଉତ୍ତର ପ୍ରଦେଶ ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ ବୋର୍ଡ ୨୦୨୧-୨୨ ବର୍ଷ ପାଇଁ ନୂଆ ଦର ଅନୁମୋଦନ କରିଛି । ଅତି କମରେ ୫ ଟଙ୍କା ଓ ସର୍ବାଧିକ ୨୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ହୋଇଛି । ଏହି ନୂଆ ଦର ଏପ୍ରିଲ୍ ୧ରୁ ଲାଗୁ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।