ସାଧାରଣ ଲୋକଙ୍କୁ ଝଟକା! ଡିସେମ୍ବରରେ ମହଙ୍ଗା ହେଲା କ୍ଷୀର, ଚିନି ଓ ଚା' ପତି; ଚେକ୍ କରନ୍ତୁ ଦାମ୍

ସାଧାରଣ ଲୋକଙ୍କ ରୋଷେଇ ଘର ସାମଗ୍ରୀର ଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ପନିପରିବା ଓ ଡାଲି ପରେ ଚିନି, କ୍ଷୀର ଓ ଚା ପତିର ଦରରେ ମଧ୍ୟ ବୃଦ୍ଧି ଘଟିଛି ।

ସାଧାରଣ ଲୋକଙ୍କୁ ଝଟକା! ଡିସେମ୍ବରରେ ମହଙ୍ଗା ହେଲା କ୍ଷୀର, ଚିନି ଓ ଚା' ପତି; ଚେକ୍ କରନ୍ତୁ ଦାମ୍
ଡିସେମ୍ବରରେ ମହଙ୍ଗା ହେଲା କ୍ଷୀର, ଚିନି ଓ ଚା ପତି
  • News18 Odia
  • Last Updated: December 7, 2020, 3:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସାଧାରଣ ଲୋକଙ୍କ ରୋଷେଇ ଘର ସାମଗ୍ରୀର ଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ପନିପରିବା ଓ ଡାଲି ପରେ ଚିନି, କ୍ଷୀର ଓ ଚା' ପତିର ଦରରେ ବୃଦ୍ଧି ଘଟିଛି । ଉପଭୋକ୍ତା ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୩୦ ନଭେମ୍ବରରେ ଦେଶର ଖୁଚୁରା ବଜାରରେ ଚିନିର ହାରାହାରି ମୂଲ୍ୟ ୩୯.୬୮ ଟଙ୍କା ଥିଲା । ଯାହା ୭ ଡିସେମ୍ବରରେ ୪୩ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଖୋଲା ଚା ଦରରେ ପ୍ରାୟ ୧୧.୫୭ ପ୍ରତିଶତ ବୃଦ୍ଧି ଘଟିଛି । ଚା ପତିର ଦର ୨୩୮.୪୨ ରୁ ୨୬୬ ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ବ୍ୟତୀତ କ୍ଷୀରର ଦାମ୍ ମଧ୍ୟ ପ୍ରାୟ ୭ ପ୍ରତିଶତ ବୃଦ୍ଧି ପାଉଛି । କ୍ଷୀରର ମୂଲ୍ୟ ଲିଟର ପିଛା ୪୬.୭୪ ରୁ ୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ଟମାଟୋ ଦାମ୍ ମଧ୍ୟ ଆକାଶଛୁଆଁ
ଆଜିକାଲି ଟମାଟୋର ଚାହିଦା ମଧ୍ୟ ବଢ଼ୁଛି । ୩୦ ନଭେମ୍ବର ଠାରୁ ଟମାଟୋ ୭ ଡିସେମ୍ବର ପର୍ଯ୍ୟନ୍ତ ୩୭.୮୭ ପ୍ରତିଶତ ମହଙ୍ଗା ହୋଇଛି । ଖୁଚୁରା ବଜାରରେ ଟମାଟୋର ମୂଲ୍ୟ ଆଜି କିଲୋଗ୍ରାମ ପିଛା ପ୍ରାୟ ୪୯.୮୮ ଟଙ୍କାରେ ପହଞ୍ଚିଛି । ଯାହା ୩୦ ନଭେମ୍ବରରେ କିଲୋଗ୍ରାମ ପିଛା ୩୬.୧୮ ଟଙ୍କାରେ ବିକ୍ରି ହେଉଥିଲା ।

ତୈଳ ଦରରେ ମିଳିଲା ରିଲିଫ୍
ଏହା ବ୍ୟତୀତ ଖାଇବା ତେଲର ଦରରେ ହ୍ରାସ ଘଟିଛି । ଖଜୁରୀ ତେଲର ମୂଲ୍ୟ ୧୦୨ ରୁ ୯୨ ଟଙ୍କାକୁ ଖସି ଆସିଛି । ଏହା ବ୍ୟତୀତ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ୧୨୪ ରୁ ୧୨୩ ଟଙ୍କାକୁ ଖସି ଆସିଛି । ଗ୍ରାଉଣ୍ଡନାଟ୍ ତେଲ ୧୫୬ ରୁ ୧୪୫ ଓ ସୋରିଷ ତେଲ ମଧ୍ୟ ଲିଟର ପିଛା ୧୩୫ ରୁ ୧୩୨ ଟଙ୍କାକୁ ଖସି ଆସିଛି । ଏଥି ସହିତ ସୋୟା ତେଲର ଦର ୬ ପ୍ରତିଶତ ବୃଦ୍ଧି ପାଇଛି ।

ଶସ୍ତା ହେଲା ଅଟା, ଚାଉଳ ଓ ଗହମ
ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସାଧାରଣ ଲୋକ ଗହମ, ଚାଉଳ ଓ ଅଟା ଦରରେ ରିଲିଫ ପାଇଛନ୍ତି । ଗହମ ଦରରେ ପ୍ରାୟ ୧୯.୪୫ ପ୍ରତିଶତ ହ୍ରାସ ଘଟିଛି । ଏହି ସମୟରେ ଗହମର ମୂଲ୍ୟ ୨୯ ରୁ ୨୪ ଟଙ୍କାକୁ ଖସି ଆସିଛି । ଏହା ବ୍ୟତୀତ ଖୁଚୁରା ବଜାରରେ ଅଟା ଦର ୩୨ ରୁ ୨୮ ଟଙ୍କାକୁ ଖସି ଆସିଛି । ଏହା ବ୍ୟତୀତ ଚାଉଳର ଦର ମଧ୍ୟ ହ୍ରାସ ପାଇଛି ।
Published by: Jagdish Barik
First published: December 7, 2020, 3:07 PM IST
corona virus btn
corona virus btn
Loading