• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ବାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ; ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇବ

ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ବାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ; ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇବ

ଦୁଇ ଦଶନ୍ଧିରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ୮.୭୫ ଲକ୍ଷ ମେଟ୍ରିକ ଟନ୍‌ ଥିବା ବେଳେ ୨୦୨୧ ମସିହାରେ ଏହା ୨୩.୭୩ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି।

ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ବାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ବାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଗୋ-ପାଳନର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ବାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ୯୦ ପ୍ରତିଶତ ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇବ। ଅଣ୍ଡିରା ବାଛୁରୀଙ୍କୁ ଚାଷୀ ହତାଦର କରୁଛନ୍ତି। ଏହାର ନିରାକରଣ ପାଇଁ ଲିଙ୍ଗ ନିରୂପିତ ଶୁକ୍ରାଣୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

କୃଷି ଭବନଠାରେ ଆୟୋଜିତ ଏହି କାର୍ଯକ୍ରମରେ କୃଷି ମନ୍ତ୍ରୀ କହିଥିଲେ ଯେ ଲିଙ୍ଗ ନିରୂପିତ ଶୁକ୍ରାଣୁ ଟେକ୍ନୋଲୋଜି ଦ୍ବାରା ୯୦ ପ୍ରତିଶତ ପର୍ଯନ୍ତ ମାଈ ବାଛୁରୀ ଜନ୍ମ ହେବେ। ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବ। ଲିଙ୍ଗ ନିରୂପିତ ଶୁକ୍ରାଣୁ ଟେକ୍ନୋଲୋଜିରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ମାଈ ବାଛୁରୀ ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ ଓ ଏହା ଦ୍ବାରା ଅଣ୍ଡିରା ବାଛୁରିଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରି ପାଳନର ଭାର ହ୍ରାସ କରିଥାଏ।

ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଗୋପାଳନର ବିକାଶ ହେବା ସହ ଚାଷୀଙ୍କ ଆୟବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ଷଣ୍ଢଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ ପ୍ରଜାତିର ଉନ୍ନତି କରଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ଗୁରୁତ୍ୱ ଦେଉଛି। ଲିଙ୍ଗ ନିରୂପିତ ଶୁକ୍ରାଣୁ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟ କାରି ହେବ।

ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ବାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ


ଏହି କାର୍ଯ୍ୟକ୍ରମ ଅଧିନରେ ରାଜ୍ୟ ସରକାର ଗୋପାଳକ ମାନଙ୍କ ପାଇଁ ୭୫ ପ୍ରତିଶତ ରିହାତି ଯୋଗାଇ ଦେବେ। ଗୋଟିଏ ଡୋଜ ଲିଙ୍ଗ ନିରୂପିତ ଶୁକ୍ରାଣୁର ଦର ୭୧୫ ଟଙ୍କା ଥିବାବେଳେ ସରକାର ଏହାକୁ ୧୮୦ ଟଙ୍କାରେ ଯୋଗାଇ ଦେବେ। ଓମ୍ବାଡସି ଚାଲୁଥିବା ରାଜ୍ୟର ଖଣି ଅଞ୍ଚଳରେ ଚାଷୀଙ୍କୁ ଶତ ପ୍ରତିଶତ ରିହାତି ମିଳିବ। ୨୦୨୨-୨୩ ବର୍ଷରେ ପ୍ରାଥମିକ ଅବସ୍ଥାରେ ୫.୫ ଲକ୍ଷ ଡୋଜ ସେକ୍ସ ସର୍ଟେଡ୍ ସିମେନ କରି ୧ ଲକ୍ଷ୨୦ ହଜାର ଗାଈଙ୍କ କୃତ୍ରିମ ପ୍ରଜନନ କରାଯିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଆର. ରଘୁପ୍ରସାଦ।

ରାଜ୍ୟ ସରକାର ଏହି ଆନୁଷଙ୍ଗିକ କ୍ଷେତ୍ରକୁ ରାଜ୍ୟର ଚାଷୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି। ଗତ ଦୁଇ ଦଶକରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ୨୦୦୦ରେ ଏହା ୮.୭୫ ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ ୨୦୨୧ରେ ୨୩. ୭୩ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି।

କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୃତ୍ରିମ ପ୍ରଜନନ କରାଯାଉଛି। ଗୋରୁଗାଈଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବର୍ଷକୁ ଦୁଇ ଥର ଟିକାକରଣ କରାଯାଉଛି। ଉଚ୍ଚ ଅମଳ ସମ୍ପନ୍ନ ଋତୁକାଳୀନ ଓ ସବୁଦିନିଆ ଘାସ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଓ ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଡାଇରି ଫାର୍ମ ଓ ମିଲ୍କ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମଫେଡ୍‌) ମାଧ୍ୟମରେ ରାଜ୍ୟର ପ୍ରାୟ ୩,୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧର ବିକ୍ରୟ କରି ପାରୁଛନ୍ତି।

ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ଷଣ୍ଢଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି। ଲିଙ୍ଗ ନିରୂପିତ ହୋଇନଥିବା ସାଧାରଣ ଶୁକ୍ରାଣୁ ବ୍ୟବହାର କରି କୃତ୍ରିମ ପ୍ରଜନନ କରାଯାଉଥିବା ଗାଈଙ୍କ ଠାରୁ ୫୦ ପ୍ରତିଶତ ଅଣ୍ଡିରା ଓ ୫୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାର ସମ୍ଭାବନା ଥାଏ। ଧୀରେ ଧୀରେ ଅଣ୍ଡିରା ବାଛୁରିଙ୍କ ଚାହିଦା କମୁଥିବାରୁ ଗୋପାଳକମାନେ ସେମାନଙ୍କୁ ବୁଲା ଗୋରୁ ଭାବେ ଛାଡ଼ି ଦେଇଥାନ୍ତି ଓ ରାଜ୍ୟରେ ବୁଲା ଗୋରୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ। ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ବାରା
ଅଣ୍ଡିରା ବାଛୁରୀ ସଂଖ୍ୟା ହ୍ରାସ ପାଇବ।

ଏହି ଅବସରରେ କୃଷି ଉତ୍ପାଦନ କମିଶନର ସଜୀବ ଚୋପ୍ରା କହିଥିଲେ, "ରାଜ୍ୟରେ ଗିର୍, ସାହିୱାଲ୍, କ୍ଲସ ବ୍ରେକ୍ ଜର୍ସି, କସ୍ ବ୍ରେଡ୍‌ ହୋଲିଷ୍ଟିନ୍‌ ଫିଜିଆନ୍ ଇତ୍ୟାଦି ଉନ୍ନତ
ପ୍ରଜାତିର ସେକ୍ସ୍ ସର୍ଟଡ ସମେନ ଚାଷୀଙ୍କ ପାଇଁ ଉପଲବ୍ଧ ହେବ ଓଡ଼ିଶା ଗୋମହିଷାଦି ପ୍ରଜନନ ନୀତି ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଉଛି।’’
Published by:Lipina Das
First published: