ଓଡ଼ିଶାରେ ପାକିସ୍ତାନର ‘ସ୍ଲିପର ସେଲ୍’! ସ୍ପାଏ ଏଜେଣ୍ଟଙ୍କ ନଜରରେ ଚାନ୍ଦିପୁର DRDO

Sleeper Cell ITR: ବାଲେଶ୍ବର ITR ତଥ୍ୟ ଲିକ ମାମଲାରେ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚନା ସାମ୍ନାକୁ ଆସୁଛି। ବିଶେଷଜ୍ଞଙ୍କ ସନ୍ଦେହ ବାଲେଶ୍ବର ଆଖପାଖରେ କାମ କରୁଥାଇପାରନ୍ତି ପାକିସ୍ତାନର ସ୍ଲିପର ସେଲ୍।

ଓଡ଼ିଶାରେ ପାକିସ୍ତାନର ‘ସ୍ଲିପର ସେଲ୍’!

ଓଡ଼ିଶାରେ ପାକିସ୍ତାନର ‘ସ୍ଲିପର ସେଲ୍’!

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Sleeper Cell ITR: ବାଲେଶ୍ବର ITR ତଥ୍ୟ ଲିକ୍ ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ। ବିଶେଷଜ୍ଞଙ୍କ ସନ୍ଦେହ ବାଲେଶ୍ବର ଆଖପାଖରେ କାମ କରୁଥାଇପାରନ୍ତି ପାକିସ୍ତାନର ସ୍ଲିପର ସେଲ୍। ITR କର୍ମଚାରୀଙ୍କ ଉପରେ ରଖୁଥାଇପାରନ୍ତି ନଜର। ସେପଟେ ଗିରଫ ବରିଷ୍ଠ ଅଧିକାରୀ ବାବୁରାମ ଦେଙ୍କୁ ରିମାଣ୍ଡରେ ଆଣି ଘାଣ୍ଟୁଛି ପୋଲିସ।

ବାଲେଶ୍ବର ITR ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ବରିଷ୍ଠ ଟେକ୍ନିକାଲ ଅଫିସର ବାବୁରାମ ଦେଙ୍କୁ ରିମାଣ୍ଡରେ ଆଣି ଘାଣ୍ଟୁଛି ପୋଲିସ। କେବଳ ହନିଟ୍ରାପରେ ବାବୁରାମ ଫସିଛନ୍ତି ନା ଗୁପ୍ତତଥ୍ୟ ପ୍ରଘଟ କରି କୌଣସି ବିଦେଶୀ ସଂସ୍ଥାଠାରୁ ପ୍ରଚୁର ଅର୍ଥ ଆଣିଛନ୍ତି, ସେ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ସଂସ୍ଥା।

ଏଭଳି ସ୍ଥିତିରେ ଏହି ଘଟଣା ପଛରେ ପାକିସ୍ତାନ ଗୁପ୍ତଚର ସଂସ୍ଥାର ସ୍ଲିପର ସେଲ୍ କାମ କରୁଥିବା ନେଇ ଆଶଙ୍କା କରୁଛନ୍ତି ବିଶେଷଜ୍ଞ। ଓଡ଼ିଶାରେ ପାକିସ୍ତାନର ସ୍ଲିପର୍ ସେଲ୍ କାମ କରୁଥାଇପାରେ ଆଉ ଯେଉଁ ସେଲ୍ ଚାନ୍ଦିପୁର ITR କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି।

ବାଲେଶ୍ବର ITR ତଥ୍ୟ ଲିକ୍‌ ମାମଲାରେ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚନା ସାମ୍ନାକୁ ଆସୁଛି। କେମିତି ତଥ୍ୟ ଲିକ୍‌ ହୋଇପାରେ, କେମିତି ଡିଆରଡିଓ କର୍ମଚାରୀଙ୍କୁ ଟ୍ରାପ୍ କରାଯାଉଛି, କେମିତି ପାକିସ୍ତାନୀ ଯୁବତୀ ଏମାନଙ୍କୁ ଫସାଉଛନ୍ତି, ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଆଉ ଏକ କଥାକୁ ନେଇ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି।

ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, ଯେ, ସ୍ଲିପର ସେଲ ଭଳି କିଛି ସଙ୍ଗଠିତ କାମ ଏସବୁ ପଛରେ ଚାଲିଛି। ଅର୍ଥାତ, ବିଦେଶୀ ଗୁପ୍ତଚର ସଂସ୍ଥାର ଏଜେଣ୍ଟ କିମ୍ବା ଭଡ଼ାଟିଆ ଲୋକ ଗୁପ୍ତରେ ରହି ଏସବୁ କାମ କରୁଛନ୍ତି। ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି, ବିଶେଷ କରି ପାକିସ୍ତାନ ଗୁପ୍ତଚର ସଂସ୍ଥାରେ ଏକ ସ୍ଲିପର ସେଲ୍‌ ବାଲେଶ୍ବରରେ କିମ୍ବା ଏହାର ଆଖପାଖ ଅଞ୍ଚଳରେ କାମ କରୁଥାଇପାରନ୍ତି। ଏମାନଙ୍କର କାମ ହେଲା ଡିଆରଡିଓ ଏବଂ ଆଇଟିଆର କର୍ମଚାରୀଙ୍କୁ ଚିହ୍ନିବା କିମ୍ବା ତାଙ୍କୁ ଠାବ କରିବା କିମ୍ବା ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା। ବର୍ଷ ବର୍ଷ ଧରି ଏସବୁ କାମ ଚାଲିଥାଇପାରେ ବୋଳି ଆଶଙ୍କା କରୁଛନ୍ତି ବିଶେଷଜ୍ଞ।

ପଢ଼ନ୍ତୁ ଏହି ଖବର:  ପ୍ରିୟଙ୍କାଙ୍କ ହାତ ଧରିଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର; ପୁଣି ଆରମ୍ଭ କଲେ ଦାମ୍ପତ୍ୟ ଜୀବନ

୧୯୭୦ ମସିହାରେ ଯେତେବେଳେ ଚାନ୍ଦିପୁର DRDOରେ pXe wing କାର୍ଯ୍ୟ କରିଥିଲା ସେହି ସମୟରେ ପାକିସ୍ତାନର ସ୍ପାଏ ଏଜେଣ୍ଟ ଏଠାରୁ ଧରପଡ଼ିଥିଲେ। ଏହାପରେ ୨୦୧୪ ଡିସେମ୍ବରରେ ITRର ଠିକା କ୍ୟାମେରାମ୍ୟାନ୍ ଈଶ୍ବର ବେହେରା ଗୁପ୍ତଚରଗିରି କରି ଧରାପଡ଼ିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କିଛି ମାସ ପୂର୍ବରୁ ପରେ ଜଣେ ସ୍ଥାୟୀ କର୍ମଚାରୀଙ୍କ ସହିତ ଅନ୍ୟ ୪ ଜଣ ମଧ୍ୟ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ହୋଇଛନ୍ତି। ତେଣୁ ଏସବୁ ଘଟଣା ପଛରେ ଏକ ବଡ଼ ଧରଣର ସେଲ୍ ସଙ୍ଗଠିତ ଭାବେ କାମ କରୁଥିବା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି।

ସେମାନଙ୍କ କହିବା କଥା ହେଲା, ସ୍ଲିପର ସେଲର କିଛି ଏଜେଣ୍ଟ ସହର ଭିତରେ ଥାଇ ପାରନ୍ତି, କିମ୍ବା ଆଖପାଖରେ ବୁଲୁଥାଇ ପାରନ୍ତି। ଏପରିକି ଜାଲ୍ କାଗଜପତ୍ର ଯୋଗାଡ କରି ସେମାନେ କୌଣସି ଘରୋଇ ସଂସ୍ଥାରେ କାମ କରି ଥାଇପାରନ୍ତି। ନଚେତ୍‌ ଆଖପାଖରେ ଦୋକାନ କରିଥାଇପାରନ୍ତି କିମ୍ବା ଅନ୍ୟ କୌଣସି କାମରେ ରହୁଥିବାର ବାହାନା କରି ଡିଆରଡିଓ କର୍ମଚାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହ କରାଯାଉଛି। ଚିନ୍ତାର କଥା ହେଉଛି, ଲଗାତାର ଏଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISI ବାଲେଶ୍ବର ଆଇଟିଆର ବିଷୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଚାହୁଁଛି। ବିଭିନ୍ନ ସମୟରେ ଈଶ୍ବର ବେହେରା ଓ ବାବୁରାମ ଦେଙ୍କ ଭଳି ଲୋକ ହନିଟ୍ରାପରେ ଫସି ଟଙ୍କା ଲୋଭରେ ଏଭଳି ଦେଶଦ୍ରୋହ କାମ କରୁଛନ୍ତି।

ସେପଟେ ରିମାଣ୍ଡର ଦ୍ବିତୀୟ ଦିନରେ ପୋଲିସ ବାବୁରାମ ଦେଙ୍କୁ କରିଛି ମାରାଥନ ଜେରା। ତାଙ୍କର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ ପାଇଁ ପଦକ୍ଷେପ ମଧ୍ୟ ନେଇଛି ପୋଲିସ।
Published by:Lipina Das
First published: