News18 Odia Digital
ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଛି । ବାଣିଜ୍ୟ ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ଏ ନେଇ ଟୁଇଟ କରିଛନ୍ତି।
ମେଟ୍ରୋ ପ୍ରକଳ୍ପରେ ଯୋଡ଼ି ହେବ ଏହି ୪ଟି ସହର । କଟକ, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧାରେ ଖୁବଶୀଘ୍ର ମେଟ୍ରୋ ଟ୍ରେନ ଗଡ଼ିବ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ଯୋଜନା କରାଯାଉଛି ।
ରାଜଧାନୀରେ ମେଟ୍ରୋ ଟ୍ରେନ ପାଇଁ ବଢିଲା ଆଶା; ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଭୁବନେଶ୍ୱରରୁ ଖୋର୍ଦ୍ଧା, ଭୁବନେଶ୍ୱରରୁ ପୁରୀ, ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ସର୍ଭେ ହୋଇଥିଲା। ଅଗଷ୍ଟ ୧୫ରୁ କାର୍ଯ୍ୟ ଆରମ୍ଭ ହୋଇପାରେ । ଏଥି ପାଇଁ ଆଜି ମୁଖ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢୀ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଭୁବନେଶ୍ୱରରେ ପ୍ରତିଦିନ ଲକ୍ଷଲକ୍ଷ ଗାଡି ମଟର ଯିବା ଆସିବା କରୁଛି । ଯେଉଁଥିପାଇଁ ଟ୍ରାଫିକ ମଧ୍ଯ ଭିଡ଼ ରହୁଛି। ଟ୍ରାଫିକ ଭିଡ଼ କମାଇବାକୁ ଏହି ମେଟ୍ରୋ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ପ୍ରଥମ ଥର ପାଇଁ ଦେଶରେ କୋଲକାତାରେ ଏହି ସେବା ଆରମ୍ଭ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।