ଫେବୃଆରୀରୁ ତାତୁଛି ଭୁବନେଶ୍ୱର... ଆଗକୁ ଜଳିବ ସାରା ରାଜ୍ୟ

ଦକ୍ଷିଣ ପଶ୍ଚିମ ପବନ ପ୍ରବାହ କାରଣରୁ ଉପକୂଳରେ ତାତି ବଢୁଛି । ପଶ୍ଚିମଝଡ ଅଭାବରୁ ବର୍ଷା ନଥିବା ମଧ୍ୟ ତାତି ବଢିବାର କାରଣ । ୩୫ ଡିଗ୍ରୀ ପାର କରିଛି ରାଜ୍ୟ ତାପମାତ୍ରା, ଅଧିକାଂଶ ସହରର ତାପମାତ୍ରା ୩୩ ଡିଗ୍ରୀ ଉପରେ । ଜାଣନ୍ତୁ କିପରି ରହିବ ପାଣିପାଗ ।

ଫେବୃଆରୀରୁ ତାତୁଛି ଭୁବନେଶ୍ୱର... ଆଗକୁ ଜଳିବ ସାରା ରାଜ୍ୟ

ଫେବୃଆରୀରୁ ତାତୁଛି ଭୁବନେଶ୍ୱର... ଆଗକୁ ଜଳିବ ସାରା ରାଜ୍ୟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଏବେଠୁ ଜଳୁଛି ସାରା ରାଜ୍ୟ। ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା (Temperature) । ଫେବୃଆରୀ ମାସରୁ ତାପମାତ୍ରା ଛୁଇଁଛି ୩୫ ଡିଗ୍ରୀ । ଅଧିକାଂଶ ସହର ତାପମାତ୍ରା ୩୩ଡିଗ୍ରୀ ଉପରେ ରହୁଛି । ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ଆକଳନ କରିଲେଣି ପାଣିପାଗ ବିଶେଷଜ୍ଞ (Weather Department)) । ଦକ୍ଷିଣ ପଶ୍ଚିମ ପବନ ଯୋଗୁଁ ବର୍ତ୍ତମାନ ଉପକୂଳରେ ଅଧିକ ତାପମାତ୍ରା ରହୁଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।  ରାଜଧାନୀ ଭୁବନେଶ୍ୱରେ ତାପମାତ୍ରା ଛୁଇଁଛି ୩୫ ଡିଗ୍ରୀ । ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ଭୁବନେଶ୍ୱରରେ ୩୫.୪ଡିଗ୍ରୀ ରେକର୍ଡ ହୋଇଛି।

ଏହି ଖବର ପଢ଼ନ୍ତୁ- http://ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ସହ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

ଗତକାଲି ୬ସହରର ତାପମାତ୍ରା ରହିଥିଲା ୩୩ଡିଗ୍ରୀ ଉପରେ। ତେବେ ଫେବୃଆରୀ ପ୍ରଥମ ସପ୍ତାହରୁ ଏଭଳି ସ୍ଥିତି ଆଗକୁ ଆହୁରୀ ସାଂଘାତିକ ହେବ ବୋଲି ଆକଳନ କରାଯାଇଛି । ତେବେ ଜାନୁଆରୀ ମାସରୁ ଆଜି ସୁଦ୍ଧା ରାଜ୍ୟରେ ୧୪.୨ ମିମି ବର୍ଷା ହୋଇଥାଏ ହେବେ ଚଳିତ ବର୍ଷ ମାତ୍ର ୧ମିମି ବର୍ଷା ହୋଇଛି । ଫଳରେ ଶୁଖିଲା ମାଟି ଓ ମେଘ ମୁକ୍ତ ଆକାଶ ଯୋଗୁଁ ସୂର୍ଯ୍ୟଙ୍କ ସିଧାସଳଖ କିରଣ ପୃଥିବୀ ପୃଷ୍ଠରେ ପଡିବା ଫଳରେ ଉତ୍ତାପ ଅଧିକ ରହୁଛି । ଏହା ସହ ଦକ୍ଷିଣ ପଶ୍ଚିମ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

ଏହି ଖବର ପଢ଼ନ୍ତୁ- http://Heart Attack: ଏହି ୧୨ଟି ଲକ୍ଷଣ ଜାଣିବା ଦ୍ବାରା କଣ୍ଟ୍ରୋଲ କରିପାରିବେ ହାର୍ଟ ଆଟାକ୍

ବର୍ଷା ଋତୁ ପରେ ଅକ୍ଟୋବର ନଭେମ୍ବର ମାସରେ ପଶ୍ଚିମଝଡ ପ୍ରଭାବରେ ବର୍ଷା ହୁଏ। କିନ୍ତୁ ଚଳିତ ବର୍ଷ ଆଦୌ ବର୍ଷା ନାହିଁ । ଫଳରେ ଆର୍ଦ୍ରତା ଜଳବାୟୁରେ ନାହିଁ ଯାହା ପ୍ରଭାବରେ ଉଷ୍ମତା ଅଧିକ ଅନୁଭୂତ ହେଉଛି । ଏହା ସହ ସହରୀକରଣ ପ୍ରଭାବରେ ତାପମାତ୍ରା କଟକ ଭୁବନେଶ୍ୱରରେ ଅଧିକ ରହୁଛି। ଏହା ସହ ଏଲନିନୋର ପ୍ରଭାବ ମଧ୍ୟ ଅଧିକ ରହୁଛି ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଗ୍ରୀଷ୍ମ ଋତୁରେ ଚଳିତ ବର୍ଷ ତାପମାତ୍ରା ଅଧିକାଂଶ ଦିନ ୪୦ ଡିଗ୍ରୀ ଉପରେ ରହିବ। ବିଗତ ବର୍ଷରେ ଭୁବନେଶ୍ୱର ବିଶ୍ଵର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା ! ଚଳିତବର୍ଷ ମଧ୍ୟ ସମାନ ସ୍ଥିତି ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କହିଛନ୍ତି ।

ଆସନ୍ତା ୫ ଦିନ ପାଗ ଶୁଖିଲା ରହିବା ସହ କୁହୁଡି ଦୃଶ୍ୟମାନ ହେବ। ଆସନ୍ତାକାଲି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାରେ ଘନ କୁହୁଡି ନେଇ ୟଲୋ ଆଲର୍ଟ ଜାରି ହୋଇଛି। ଦୁଇ ଦିନ ପର୍ଯ୍ୟନ୍ତ ରହିବ ଘନ କୁହୁଡି ବଳୟ ।
Published by:Soubhagya Mishra
First published: