News18 Odia Digital
ଓଡ଼ିଶା: ଝଡ଼ବର୍ଷା ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । କାଳବୈଶାଖୀ ବର୍ଷା ନେଇ ସତର୍କତା ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି । ଏସବୁ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।
ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଅନ୍ୟ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା , କଳାହାଣ୍ଡି , ମାଲକାନଗିରି , କୋରାପୁଟ , ରାୟଗଡ଼ା , ନବରଙ୍ଗପୁର , ଗଜପତି , ଗଂଜାମ , କନ୍ଦାମାଲ , ନୟାଗଡ଼ , କଟକ , କେନ୍ଦୁଝର , ମୟୁରଭଞ୍ଜ , ଯାଜପୁର , ଭଦ୍ରକ ଓ ବାଲେଶ୍ୱର । ୨୪ ଘଣ୍ଟା ପରେ କମିବ କାଳବୈଶାଖୀର ପ୍ରଭାବ । ବଢ଼ିବ ତାତି । ସେପଟେ ଜୁନ୍ ପ୍ରଥମ ସପ୍ତାହରେ ଆରବସାଗର ଓ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି ।
ଦକ୍ଷିଣ ଚାଇନା ସାଗରରେ ଏକ ଟାଇଫୁନ ସୃଷ୍ଟି ହେବ ଯାହାର ନାଁ ଗୁଚଲ୍। ଏହା ଭିଏତନାମ ବା ଚାଇନାରେ ଉପକୂଳ ଅତିକ୍ରମ କରିବା ପରେ ଜୁନ ୨ ସପ୍ତାହ ବେଳକୁ ଗୁଚଲର ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସିବ। ପରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହୁଛି ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।
ଯାହା ଭଲ ବର୍ଷା ମଧ୍ୟ କରାଇବ। ତେବେ ଏହା କେତେ ଘନୀଭୂତ ହେଉଚି ତାଉପରେ ନିର୍ଭର କରିବ ବର୍ଷାର ପରିମାଣ ।
ଆରବସାଗରରେ ଯେଉଁ ସିଷ୍ଟମ ଆସିବ ତାହା ମଧ୍ୟ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହୁଛି । ଯଦି ଏହା ଅଧିକ ଶକ୍ତିଶାଳୀ ହୁଏ ତେବେ ମୌସୁମୀ ବାୟୁକୁ ନିଜ ଆଡକୁ ଆକର୍ଷିତ କରିବ। ଫଳରେ ରାଜ୍ୟକୁ ମୌସୁମୀ ଅଗ୍ରସରରେ ଅସ୍ଥିରତା ଦେଖାଯାଇ ପାରେ।
ପଢନ୍ତୁ ଏହି ଖବର :
କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ସଚିବ...ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।