ଗ୍ରୀଷ୍ମ ଆସୁଛି! ଏ ଥର ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବାର ଆଶଙ୍କା ଅଛି

ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମ ପ୍ରବାହ ଅଞ୍ଚଳଗୁଡ଼ିକରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ଅଧିକ ରହିବାର ୪୩ ପ୍ରତିଶତ ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗ୍ରୀଷ୍ମ ଆସୁଛି! ଏ ଥର ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବାର ଆଶଙ୍କା ଅଛି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଧୀରେ ଧୀରେ ଆସୁଥିବା ଗ୍ରୀଷ୍ମ ଏ ଥର ଉତ୍ତାପର କ୍ରମାଗତ ଆଧିକ୍ୟ ଯୋଗୁଁ ଓଡ଼ିଶାବାସୀଙ୍କୁ ଡରେଇପାରେ । ରାଜ୍ୟର ପ୍ରମୁଖ ଗ୍ରୀଷ୍ମ ପ୍ରବାହ ଅଞ୍ଚଳଗୁଡ଼ିକରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ଅଧିକ ରହିବାର ୪୩ ପ୍ରତିଶତ ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍.ଡି.) ଏହାର ଋତୁଭିତ୍ତିକ ପୂର୍ବାନୁମାନର କହିଛି ।

‘‘ଯେତେବେଳେ କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ବେଶୀ ହୋଇଯାଏ କିମ୍ବା ସେହି ସ୍ଥାନର ସ୍ବାଭାବିକ ତାପମାତ୍ରା ଠାରୁ ଉତ୍ତାପ ୪.୫ ଡିଗ୍ରୀରୁ ଅଧିକ ରେକର୍ଡ ହୁଏ, ସେତେବେଳେ ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ଆଲର୍ଟ ଘୋଷଣା କରାଯାଏ,’’ କହିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚ଼ନା ଦେଇଛି ଯେ ଉତ୍ତର-ପଶ୍ଚିମ ୱେଷ୍ଟରଲି ପବନର ପ୍ରଭାବରେ ଓଡ଼ିଶାରେ ଉତ୍ତାପ ବଢ଼ି ଗ୍ରୀଷ୍ମ ପ୍ରବାହର ଆଶଙ୍କା ଅଛି । ଏହା ବ୍ୟତୀତ ସମୁଦ୍ରର ତାପମାତ୍ରା ବୃଦ୍ଧି ଓ ଦ୍ରୁତ ସହରୀକରଣ ହେତୁ ଚ଼ଳିତ ବର୍ଷ ପାରଦ ଅଧିକ ଉତ୍ତପ୍ତ ରହିବ ବୋଲି ଆଶା କରାଯାଉଛି ।

ମୌସୁମୀ ଆସିବା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଦିନର ହାରାହାରି ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ଅଧିକ ରହିବାର ସମ୍ଭାବନା ଅଛି । ଓଡ଼ିଶା, ଜାମ୍ମୁ କାଶ୍ମୀର, ହରିୟାଣା, ଚ଼ଣ୍ଡିଗଡ଼,ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ପୂର୍ବ ରାଜସ୍ଥାନରେ ଏହି ସମୟରେ ଦିନର ହାରାହାରି ସର୍ବାଧିକ ତାପମାତ୍ରା ୦.୫ ଡିଗ୍ରୀ ସେଲସିୟସରୁ ୧ ଡିଗ୍ରୀରୁ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଆଶା କରାଯାଉଛି ।

ଠିକ୍‌ ସେମିତି ଓଡ଼ିଶା, ଜାମ୍ମୁ କାଶ୍ମୀର, ପଞ୍ଜାବ, ହରିୟାଣା, ଚ଼ଣ୍ଡିଗଡ଼, ଦିଲ୍ଲୀ, ପୂର୍ବ ଓ ପଶ୍ଚିମ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ପୂର୍ବ ଓ ପଶ୍ଚିମ ମଧ୍ୟ ପ୍ରଦେଶ ଓ ଛତିଶଗଡରେ ହାରାହାରି ମଧ୍ୟମ (ମିନ୍‌) ତାପମାତ୍ରା ୦.୫ ଡିଗ୍ରୀ ସେଲସିୟସରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହୋଇପାରେ ।
First published: March 1, 2020, 1:19 PM IST
corona virus btn
corona virus btn
Loading