ବାଲେଶ୍ବରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି
News18 Odia Digital
ବାଲେଶ୍ବର: ବାଲେଶ୍ୱରରୁ ଭୁବନେଶ୍ୱର ଗଡ଼ିଲା ମେମୁ ଟ୍ରେନ । ସେହିପରି ନୀଳଗିରି ନିକଟ ଗୋପୀନାଥପୁର ଅଞ୍ଚଳକୁ ଚାଲିଲା ପ୍ୟାସେଞ୍ଜର ଟ୍ରେନ୍ । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରେଳଷ୍ଟେସନ । କେନ୍ଦ୍ର ରେଳମନ୍ତ୍ରୀ ଶିଳାନ୍ୟାସ କରିବା ପୂର୍ବରୁ ରବିବାର ରେଳ ବିଭାଗର ଡିଆରଏମ କ୍ଷେତ୍ର ପରିଦର୍ଶନ କରଥିଲେ। ନୀଳଗିରି ଗୋପୀନାଥପୁର ଅଞ୍ଚଳକୁ ମାଲ ପରିବହନ ପାଇଁ ରେଳଲାଇନ ଆସିଥିବା ବେଳେ ଏକ ପ୍ୟାସେଞ୍ଜର ଟ୍ରେନ୍ ବାଲିବା ନେଇ ଦାବି ହୋଇଆସୁଥିଲା ।
ସାଂସଦ ପ୍ରତାପ ଷଡ଼ଙ୍ଗୀ ପୂର୍ବରୁ ବିଧାୟକ ଥିବାବେଳେ ବିଧାନସଭାରେ ଦାବି ଉପସ୍ଥାନ କରିଥିଲେ। ହେଲେ ଫଳ ଶୂନ ଥିଲା । ପରେ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହେବାପରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଗୋପୀନାଥପୁରକୁ ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବିପତ୍ର ଦେଇଥିଲେ।
ଏ ବାବଦରେ ସର୍ଭେ ମଧ୍ୟ ହୋଇଥିଲା। ରାଜସ୍ବ ସେଭଳି ଆଶାଜନକ ଆସିବ ନାହିଁ ବୋଲି ଜଣାପଡ଼ିବା ପରେ ପାସେଞ୍ଜର ଟ୍ରେନ୍ ଚାଲିବା ଆଶା ମଉଳି ଯାଇଥିଲା । ପୁଣି ସାଂସଦ ଷଡ଼ଙ୍ଗା ନୂଆ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ । ସେ ବିଭଗୀୟ ଅଧିକାରୀଙ୍କୁ ଡକାଇ ସର୍ଭେ ରିପୋର୍ଟ ଦେଖିଥଲେ। ଏହା ସହିତ ଅଞ୍ଚଳବାସୀଙ୍କ ସ୍ୱାର୍ଥ ଦୃଷ୍ଟିରେ ରଖି ପାସେଞ୍ଜର ଟ୍ରେନ୍ ଚଳାଇବାକୁ ସ୍ଥିର କରିଥିଲେ ।
କିଛିଦିନ ପୂର୍ବରୁ ସେ ଟ୍ବିଟ ଦ୍ଵାରାଏହି ସୂଚନା ଦେଇଥିଲେ । ସେହିପରି ଶୁକ୍ରବାର ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ମେ ମୁ ଟ୍ରେନର ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍ ବାଲେଶ୍ବରରୁ ଭୁବନେଶ୍ବରରୁ ଗଡ଼ିଛି । ଏଥିରେ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ସ୍ଥାନୀୟ ବିଧାକ ସୌରଭ ଦାସ ମଧ୍ୟ ଉପସ୍ଥିତ ଥିଲେ ।
"ମୋଦି ସରକାରଙ୍କ ସମୟରେ ବାଲେଶ୍ବର ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଏହା ମଧ୍ୟରେ ଅନେକ କାମ ଆରମ୍ଭ ହୋଇ ସାରିଛି। ଆଗକୁ ଆହୁରି ବହୁ କାମ ହେବାର ଅଛି,’’ କହିଥିଲେ ଷଡ଼ଙ୍ଗୀ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।