ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାସ୍ତା କଡ଼ରୁ ଅସହାୟଙ୍କୁ ଉଦ୍ଧାର କଲେ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ସଦସ୍ୟମାନେ

ରାସ୍ତା କଡ଼ରୁ ଅସହାୟଙ୍କୁ ଉଦ୍ଧାର କଲେ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ସଦସ୍ୟମାନେ

ମାନସିକ ଭାରସାମ୍ୟ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସେବା କରୁଛନ୍ତି ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ସଙ୍ଗଠନ । ଏଯାବତ ମିଳିନାହିଁ ସେହି ବ୍ୟକ୍ତିଙ୍କ ପରିଚୟ ।

ରାସ୍ତା କଡ଼ରୁ ଅସହାୟଙ୍କୁ ଉଦ୍ଧାର କଲେ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ସଦସ୍ୟମାନେ
ରାସ୍ତା କଡ଼ରୁ ଅସହାୟଙ୍କୁ ଉଦ୍ଧାର କଲେ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ସଦସ୍ୟମାନେ
  • News18 Odia
  • Last Updated: October 5, 2021, 12:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଏବେ ବି ମରି ନାହିଁ ମାନବିକତା ବଞ୍ଚିଛି ମଣିଷ ପଣିଆ। ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର କୁଆଖିଆ ଠାରେ। ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବିବସ୍ତ୍ର ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ଭଗବାନଙ୍କ ଭରସାରେ କୁଆଖିଆ ବଜାରରେ ପଡ଼ି ରହିଥିଲେ। ଯିଏ ଯାହା ଦେଲେ ଖାଇଲେ ନଚେତ୍ ସେମିତି ଭୋକ ଉପାସରେ ପଡ଼ି ରହିଥିଲା । ଏହାର ଖବର ପାଇ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ, ସନ୍ତୋଷ କୁମାର ସାହୁ, ଟୁକୁନା ଦାସ, ସୌମ୍ୟରଞ୍ଜନ ସାହୁ ପ୍ରମୁଖ କୁଆଖିଆ ଠାରେ ପହଁଞ୍ଚଥିଲେ ।

ଏହା ପରେ ସେହି ବ୍ୟକ୍ତିଙ୍କୁ ଅପରିସ୍କାର ଜାଗାରୁ ଉଦ୍ଧାର କରି ଦାଢ଼ି, ଚୁଟି, ନଖ କାଟି ଗାଧୋଇ ଦେଇ ବସ୍ତ୍ର ପିନ୍ଧାଇ ଥିଲେ ଓ ଆଘାତ ହୋଇଥିବା କ୍ଷତ ସ୍ଥାନକୁ ପ୍ରାଥମିକ ଚିକିତ୍ସା କରିଥିଲେ। ଉଦ୍ଧାର ହୋଇଥିବା ବ୍ୟକ୍ତି କିଏ? କଣ ତାଙ୍କର ପରିଚୟ? ଏହାର କାରଣ ଖୋଜିବା ପାଇଁ ଯୁବ ସମାଜସେବୀ ମାନେ ଅଣ୍ଟା ଭିଡ଼ି ଲାଗିପଡ଼ିଥିଲେ।

ମାନସିକ ଭାରସାମ୍ୟ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସେବା କରୁଛନ୍ତି ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ସଙ୍ଗଠନ


ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଜଣକ ବିଚଳିତ ଭାବରେ ଠାରିବା ଓ ମନ ଇଚ୍ଛା ଗପିବା କାରଣରୁ ଯୁବ ସମାଜସେବୀ କିଛି ବୁଝି ପାରିନଥିଲେ। ତାଙ୍କୁ ଖାଇବାକୁ ଦେଇ ତାଙ୍କ ମନ କିଣିବାକୁ ଚେଷ୍ଟା ମଧ୍ୟ କରିଥିଲେ। ସେ ଯେତେବେଳେ ହସୁଥିଲେ ଯୁବ ସମାଜସେବୀ ମଧ୍ୟ ତାଙ୍କୁ ଆହୁରି ହସାଇବାକୁ ଚେଷ୍ଟା କରିବା ସହ କିଛି କଥା ହେବାକୁ ଚାହୁଁଥିଲେ। କିନ୍ତୁ ସେ ବ୍ୟକ୍ତି ଜଣଙ୍କ ପରିଚୟ ପାଇବାରେ ସକ୍ଷମ ହୋଇନଥିଲେ।

ଏବେ ସଙ୍ଗଠନ ଉଦ୍ଧାର ଅପରିଚିତ ବ୍ୟକ୍ତିଙ୍କୁ ନିଜ ହେପାଜତରେ ରଖିଛି। ସ୍ୱାସ୍ଥ୍ୟ ଗତ ସମସ୍ୟା ବା ଦୁର୍ବଳ ଥିବାରୁ ଖାଇବା ପିଇବା ସହ ମେଡିସିନ ଦେଇ ଠିକ୍ କରିବା ପରେ ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ସହ ମାନସିକ ଅବସ୍ଥା ଠିକ୍ ହେବା ପରେ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ିବ ବୋଲି ସମସ୍ତେ ଆଶା କରୁଛନ୍ତି ।

ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ସଭାପତି ଶିବ ଶଙ୍କର ଦାଶ କହିଛନ୍ତି, "ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ପ୍ରତ୍ୟେକ ଜିଲ୍ଲାରେ ଏହିପରି ଅସହାୟ ମାନସିକ ଭାରସାମ୍ୟ ହରାଇ ଥିବା ଲୋକଙ୍କ ପାଇଁ ଚିକିତ୍ସା କିମ୍ବା ରହିବାର ଉତ୍ତମ ବ୍ୟବସ୍ଥା ହୁଅନ୍ତା ତେବେ ସହର ବଜାରରେ ଏହିପରି ଦୃଶ୍ୟ ଦେଖିବାକୁ ମିଳନ୍ତା ନାହିଁ । ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଟିମ୍ ଅନେକଙ୍କୁ ଉଦ୍ଧାର କରି ଥଇଥାନ କରାଇ ପାରନ୍ତେ ।"
Published by: Lipina Das
First published: October 5, 2021, 12:37 PM IST