ମେଲାନିଆ ଟ୍ରମ୍ପ୍ ଦିଲ୍ଲୀର ଏକ ସ୍କୁଲରେ ‘ହାପିନେସ୍ କ୍ଲାସ୍’ ଦେଖି, ପିଲାଙ୍କ ସହ ମିଶି ଭାରି ଖୁସି ହେଲେ

ଜଣେ ଛାତ୍ରୀ ମେଲାନିଆଙ୍କୁ ଏକ ଫୁଲତୋଡ଼ା ଦେବା ସହ ପାରମ୍ପରିକ ରୀତିରେ ପୂଜା ଥାଳି ଧରି ତାଙ୍କ ମଥାରେ ଚ଼ନ୍ଦନ ଲଗାଇ ସ୍ବାଗତ କରିଥିଲା । ପରେ ମେଲାନିଆ ଟ୍ରମ୍ପ ‘ହାପିନେସ କ୍ଲାସ୍’ରେ ଭାଗ ନେବା ସହ ପିଲାଙ୍କ ସହ କଥାବାର୍ତ୍ତା କରିଥିଲେ ।

ମେଲାନିଆ ଟ୍ରମ୍ପ୍ ଦିଲ୍ଲୀର ଏକ ସ୍କୁଲରେ ‘ହାପିନେସ୍ କ୍ଲାସ୍’ ଦେଖି, ପିଲାଙ୍କ ସହ ମିଶି ଭାରି ଖୁସି ହେଲେ
ଦିଲ୍ଲୀରେ ସ୍କୁଲ୍‌ ପିଲାଙ୍କ ସହ କଥା ହେଉଛନ୍ତି ମେଲାନିଆ ।
  • News18 Odia
  • Last Updated: February 25, 2020, 4:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ଫାଷ୍ଟ ଲେଡ଼ି ମେଲାନିଆ ଟ୍ରମ୍ପ ମଙ୍ଗଳବାର ସକାଳେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ପହଞ୍ଚି ସେଠାରେ ଦିଲ୍ଲୀ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ‘ହାପିନେସ କ୍ଲାସ୍’ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ମୋତୀବାଗରେ ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ତାଙ୍କର ସ୍ବାଗତ କରାଯାଇଥିଲା । ପିଲାମାନେ ଫାଷ୍ଟ ଲେଡ଼ିଙ୍କୁ ମାଳ ମଧ୍ୟ ପିନ୍ଧାଇଥିଲେ ।

ଜଣେ ଛାତ୍ରୀ ମେଲାନିଆଙ୍କୁ ଏକ ଫୁଲତୋଡ଼ା ଦେବା ସହ ପାରମ୍ପରିକ ରୀତି ଅନୁସାରେ ପୂଜା ଥାଳି ଧରି ତାଙ୍କ ମଥାରେ ଚ଼ନ୍ଦନ ଲଗାଇ ସ୍ବାଗତ କରିଥିଲା । ପରେ ମେଲାନିଆ ଟ୍ରମ୍ପ ‘‘ହାପିନେସ କ୍ଲାସ୍’’ରେ ଭାଗ ନେବା ସହ ପିଲାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ତାଙ୍କର ଡ଼େପୁଟି ମନିଷ ସିସୋଡ଼ିଆ ଟ୍ବିଟରରେ ଆମେରିକା ଫାଷ୍ଟ ଲେଡ଼ିଙ୍କୁ ସ୍ବାଗତ କରିଥିଲେ ଓ କହିଥିଲେ ଏହା ଆମର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଏକ ଉତ୍ତମ ଦିନ ।

ପୂର୍ବରୁ କେଜରୀୱାଲ ଓ ସିସୋଡ଼ିଆ ସ୍କୁଲରେ ମେଲାନିଆଙ୍କ ସ୍ବାଗତ କରିଥାନ୍ତେ ଓ ତାଙ୍କୁ ‘‘ହାପିନେସ କ୍ଲାସ୍’’ସମ୍ବନ୍ଧରେ ତଥ୍ୟ ଦେଇଥାନ୍ତେ । ହେଲେ ଆମେରିକା ଦୂତାବାସ ଶନିବାର ଦିନ ସହର ପ୍ରଶାସନକୁ ସୂଚ଼ୀତ କରିଥିଲେ ଯେ କେଜରୀୱାଲ ଓ ସିସୋଡ଼ିଆଙ୍କ ନାମ ଆମନ୍ତ୍ରିତ ବ୍ୟକ୍ତିଙ୍କ ସୂଚ଼ୀରେ ନାହିଁ ।

ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମେଲାନିଆ ଟ୍ରମ୍ପ୍‌


ଆମ୍ ଆଦମୀ ପାର୍ଟି (ଆପ୍) ର ମନସ୍ତାପ ପରେ ଆମେରିକା ଦୂତାବାସ ସ୍ପଷ୍ଟ କରିଥିଲେ ଯେ ମେଲାନିଆ ଟ୍ରମ୍ପଙ୍କ ସ୍କୁଲ ବୁଲି ଦେଖିବା ସମୟରେ କେଜରୀୱାଲ ଓ ସିସୋଡ଼ିଆଙ୍କ ଉପସ୍ଥିତ ରହିବାରେ କୌଣସି ଆପତ୍ତି ନାହିଁ । ହେଲେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ସିସୋଡ଼ିଆ କହିଥିଲେ ଯେ ଆମେରିକୀୟ ଦୂତାବାସ ଦ୍ବାରା ଉଠାଯାଇଥିବା ଚି଼ନ୍ତାକୁ ସେ ସମ୍ମାନ କରନ୍ତି ।

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ବର୍ତ୍ତମାନ ଭାରତରେ ୩୬ ଘଣ୍ଟାର ଯାତ୍ରାରେ ଅଛଞ୍ଚି । ଟ୍ରମ୍ପ ହାଇଦ୍ରାବାଦ ହାଉସରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଓ ପ୍ରତିନିଧି ଦଳଙ୍କ ସହିତ ଦ୍ବିପକ୍ଷୀୟ ବାର୍ତ୍ତା କରିଛନ୍ତି । ଏହା ପରେ ଦୁଇ ପକ୍ଷଙ୍କ ମଧ୍ୟରେ କେତେକ ଚୁକ୍ତିରେ ହସ୍ତାକ୍ଷର ହୋବା ସହ ଦୁଇ ନେତାଙ୍କ ଦ୍ବାରା ପ୍ରେସ୍ ବିବରଣୀ ବି ଜାରି କରାଯାଇଛି ।

ସନ୍ଧ୍ୟାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନ ଯିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଏକ ପ୍ରେସ ବାର୍ତ୍ତା କରିବେ । ସେ ରାଷ୍ଟ୍ରପତି କୋବିନ୍ଦଙ୍କ ଦ୍ବାରା ତାଙ୍କ ସମ୍ମାନରେ ଆୟୋଜିତ ରାଷ୍ଟ୍ର ଭୋଜିରେ ଅଂଶ ଗ୍ରହଣ କରିବେ ।

ଟ୍ରମ୍ପ ଓ ତାଙ୍କ ପରିବାର ଆଜି ରାତି ୧୦ଟାରେ ଆମେରିକାକୁ ପ୍ରସ୍ଥାନ କରିବେ ।
First published: February 25, 2020, 4:53 PM IST