ହକି ବିଶ୍ୱକପ୍ ଲାଗି ମେଗା ପ୍ରସ୍ତୁତି; ପୋଲିସ ସହ ସମନ୍ୱୟ ରକ୍ଷା କରିବା ନେଇ ଆଲୋଚନା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଅତିଥିଙ୍କୁ ଉପଯୁକ୍ତ ଆତିଥେୟତା ଯୋଗାଇଦେବା ପାଇଁ ଭୁବନେଶ୍ୱର ଡିସିପିଙ୍କ ସହିତ ହୋଟେଲ, ରେସ୍ତୋରା, ମଲ ମାଲିକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୧୩ରୁ ୨୯ଯାଏଁ ଚାଲିବ ହକି ୱଲ୍ଡକପ । ଏହି ସମୟରେ ପାର୍କିଂ ପାଇଁ ଅଧିକ କର୍ମଚାରୀ ନିଯୁକ୍ତି ସହ ସୁରକ୍ଷା ଦୃଷ୍ଟିକୋଣରୁ ସବୁ ବ୍ୟବସ୍ଥା ଗ୍ରହଣ ପାଇଁ କୁହାଯାଇଛି । ଖେଳାଳି ଯେଉଁ ହୋଟେଲରେ ରହିବେ ସେଠାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ଆବଶ୍ୟକ ପଡିଲେ ଏନଫୋର୍ସମେଣ୍ଟ ଜୋରଦାର ହେବ। ହୋଟେଲ ତରଫରୁ କିଛି ସଜେସନ ଦିଆଯାଇଛି। ଦୈନିକ ସରାଇ ଆପରେ ଡାଟା ଦେବାପାଇଁ କୁହାଯାଇଛି। ଜାନୁଆରୀ ସୁଦ୍ଧା ସରାଇ ପୋର୍ଟାଲ ବ୍ୟବହାର କରିବା ପାଇଁ ହୋଟେଲ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି।
ସେହିପରି ସାର୍ବଜନୀନ ପରିବହନ ପ୍ରଦାନକାରୀଙ୍କ ସହ ପୋଲିସ ପକ୍ଷରୁ ଆଲୋଚନା କରାଯାଇଛି। ସାରା ବିଶ୍ୱରୁ ଓଡ଼ିଶାକୁ ଆସୁଥିବା ଅତିଥି କିଭଳି ସକରାତ୍ମକ ଅନୁଭୂତି ନେଇ ଫେରିବେ ତା’ ଉପରେ ଫୋକସ୍ କରିଛି ପୋଲିସ। ହକିର ପ୍ରଚାରପ୍ରସାର ଲାଗି ବିଭିନ୍ନ ଗାଡ଼ି ଓ ଚାଳକଙ୍କ ୟୁନିଫର୍ମରେ ଲାଗିବ ହକି ଲୋଗୋ । ମାସ୍କଟ ଲଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ୨୦୧୮ରେ ହୋଇଥିବା ହକି ବିଶ୍ୱକପ୍ ଭଳି ସାରାବିଶ୍ୱରୁ ଛୁଟି ଆସିଥିବା ହକିପ୍ରେମୀ ତଥା ଅତିଥି ଓ ପ୍ରଶଂସକଙ୍କୁ ଅତିଥି ସତ୍କାର କରାଯିବ। ସେମାନଙ୍କୁ ଖରାପ ନୁହେଁ ଭଲ ଆତିଥ୍ୟ ଅନୁଭବ ପାଇବା ଉପରେ ପ୍ରୟାସ କରାଯାଉଛି। ଏଣୁ ଅପ୍ରିତିକର ପରିସ୍ଥିତି ଏଡ଼ାଇବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ୍ ପୋଲିସ। ଅଟୋ, ଟ୍ୟାକ୍ସି, ବସ ଓ ଆମ୍ୱୁଲାନ୍ସ ଭଳି ସର୍ବସାଧାରଣ ସ୍ଥାନରୁ କିଭଳି ଭଲ ଅନୁଭୂତି ନେଇଯିବେ ସେଦିଗରେ ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ପ୍ରୟାସ। ଆମ ଚାରିପାଖେ ଅର୍ଥାତ୍ ଯେଉଁ ସଂସ୍ଥା ଯେଉଁ ସେବା ଦେଉଛନ୍ତି ସେସବୁ ପରିଷ୍କାର ପରିଚ୍ଛନତା ରଖିବେ। ଅତିଥି ଆସିଲେ ସ୍ନେହର ସହ ସ୍ୱାଗତ କରିବେ, ଆମ ସଂସ୍କୃତି ଓ ପରମ୍ପରା ଏବଂ ଆମ ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ, ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କୁ ଏକ ବନ୍ଧୁତ୍ୱର ପରିବେଶରେ ସହର ବୁଲାଇବା ସହ ସେମାନଙ୍କୁ କିପରି ଆତିଥ୍ୟର ସେବା ଯୋଗାଇବେ ଅଧିକ ପ୍ରାଧ୍ୟାନ ଦେବାକୁ କୁହାଯାଇଛି। କୌଣସି ଗାଡ଼ିରେ ଗଲେ ଭଡ଼ା ଯେତିକି ସେତିକି ନେବେ ଅଧିକ ନେବେ ନାହିଁ କି ଖରାପ ଅନୁଭୂତି ଯେପରି ଅନୁଭବ ନ କରିବା ଲାଗି କୁହାଯାଇଛି। ଯଦି ବିଭିନ୍ନ ଗାଡ଼ିର ଚାଳକଙ୍କ ୟୁନିଫର୍ମ ଅଛି ସେସବୁ ପରିଧାନ କରିବେ, ସେଥିରେ ହକି ଲୋଗୋ ଓ ମାସ୍କଟ (ଓଲି)ର ଲୋଗୋ ଲଗାଇପାରିବେ। ଅଟୋ, ଓଲା ବାଇକ, ବସ୍, ଟ୍ରକ, ଟ୍ୟାକ୍ସିରେ ହକିର ପ୍ରଚାର ପ୍ରସାର ଲାଗି ଲୋଗୋ ଲଗାଇବେ।
ଖେଳ ସମୟରେ ଅଯଥା ଗହଳି ନ କରି କିପରି ପୋଲିସ ସହ ସମନ୍ୱୟ ରକ୍ଷା କରି ସଠିକ ପାର୍କିଂ, ଟ୍ରାଫିକକୁ ଡାଇଭର୍ସନରେ ସହଯୋଗ କରିହେବ ତା ଉପରେ ଆଲୋଚନା ହୋଇଥିଲା। ଆଜି ଟ୍ରାଫିକ ପୋଲିସ ମୁଖ୍ୟାଳୟରେ ସାର୍ବଜନିନ ପରିବହନ ପ୍ରଦାନକାରୀଙ୍କ ସହ ଆଲୋଚନା କରିଥିଲେ କମିସନରେରଟ୍ ପୋଲିସର ବରିଷ୍ଠ ଅଧିକାରୀ। ଏଥିରେ ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ଓ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।