News18 Odia Digital
ପୁରୀ: ନିକଟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ଗର୍ଭଧାରଣ ଓ ପ୍ରାକ୍ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ପ୍ରାକ୍ ଗର୍ଭଧାରଣ ଓ ପ୍ରାକ୍ ପ୍ରସବ ପରୀକ୍ଷଣ ପଦ୍ଧତି ଉପଦେଷ୍ଟା କମିଟି ବୈଠକରେ ଉଦବେଗ । ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପଦ୍ଧତି ଗୁଡିକର ବ୍ୟବହାର କରି ଲିଙ୍ଗ ଭିତ୍ତିକ ଗର୍ଭପାତ କରୁଥିବା ଡାକ୍ତରୀ ସଂସ୍ଥା, କ୍ଲିନିକ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା ।
କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ, "ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପଦ୍ଧତି ଗୁଡ଼ିକର ବ୍ୟବହାର କରି ଲିଙ୍ଗ ଭିତ୍ତିକ ଗର୍ଭପାତ କରୁଥିବା ଡାକ୍ତରୀ ସଂସ୍ଥା, କ୍ଲିନିକ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସଂକ୍ରାନ୍ତରେ ପ୍ରାକ୍ ଗର୍ଭଧାରଣ ଓ ପ୍ରାକ୍ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକରେ ଆଲୋଚନା ହୋଇଛି। ଏ ସଂକ୍ରାନ୍ତୀୟ ଅଭିଯୋଗ ଆସିବା ପରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’’
ସେହିପରି ଶିଶୁ ସୁରକ୍ଷା ସୁରକ୍ଷା ବିଶେଷଜ୍ଞ ତଥା ଆଇନଜୀବୀ ରମାଶଙ୍କର ପାତ୍ର କହିଥିଲେ, "ପୁରୀ ଜିଲ୍ଲାରେ ଝିଅ ଜନ୍ମ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଗତ ବର୍ଷ ହଜାରେ ପୁଅ ଜନ୍ମ ଅନୁପାତରେ ଝିଅ ସଂଖ୍ୟା ରହିଛି ୯୪୯। ଏହାକୁ ନେଇ ପ୍ରଶାସନିକ ଚିନ୍ତା ବଢ଼ିଛି । କନ୍ୟାଭ୍ରୁଣ ହତ୍ୟା ରୋକିବାକୁ ଓ ଶିଶୁ କନ୍ୟାଙ୍କ ପ୍ରତି ଆଦର ବଢ଼ାଇବା ପାଇଁ ଅନେକ ସଚେତନତା କରାଯାଉଛି । ହେଲେ ବ୍ୟାପକ ସଚେତନତା ସତ୍ତ୍ୱେ ପ୍ରଶାସନ ଏ ନେଇ ସଫଳ ହୋଇପାରୁନାହିଁ । ତେଣୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରାକ୍ ଗର୍ଭଧାରଣ ଓ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକରେ ସମସ୍ତ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।’’

ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ଗର୍ଭଧାରଣ ଓ ପ୍ରାକ୍ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ହୋଇଥିଲା
ପୌରାଞ୍ଚଳରେ ନୁହେଁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଖୋଲିଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଆଦିରେ ନିୟମ ଉଲ୍ଲଂଘନ କରି ଲିଙ୍ଗ ନିରୂପଣ କରୁଥିବାରୁ କନ୍ୟାଭ୍ରୁଣ ହତ୍ୟା ବୃଦ୍ଧି ପାଉଛି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ସିଦ୍ଧାର୍ଥ ରାୟ।
କନ୍ୟାଭ୍ରୁଣ ରୋକିବା ଆଦି ନେଇ ହୋଇଥିବା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ସୁଜାତା ମିଶ୍ର, ଏଡିଏମଓ ଡ଼ଃ ପ୍ରଣବ ଶଙ୍କର ଦାଶ, ଡ଼ଃ ଦେବୀ ପ୍ରାସଦ ମିଶ୍ର, ରୋଟାରୀ କ୍ଲବର ନାରାୟଣ ଦାଶ, ସମାଜସେବୀ ସିଦ୍ଧାର୍ଥ ରାୟ, ଆଇନଜୀବୀ ରମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।