ମିଶନ ଶକ୍ତି ମହିଳାଙ୍କ ସହ ବୈଠକ; ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା

ମୁଖ୍ୟମନ୍ତ୍ରୀ କହିଥିଲେ " ଆପଣଙ୍କ ଉପରେ ମୋର ପୁରା ଭରସା ରହିଛି । ବହୁତ କମ ଦିନରେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେହିଭଳି ମିଶନ ଶକ୍ତିର ମହିଳା ମାନେ କହିଥିଲେ ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ସେମାନେ ବହୁତ ଖୁସି ।

ମିଶନ ଶକ୍ତି ମହିଳାଙ୍କ ସହ ବୈଠକ; ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା

ମିଶନ ଶକ୍ତି ମହିଳାଙ୍କ ସହ ବୈଠକ; ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ଅଲାରପୁର; ମିଶନ ଶକ୍ତି ମାଆମାନଙ୍କୁ  କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ମାଆଙ୍କ ପ୍ରତିଭା ବିକଶିତ ହୋଇପାରିଛି । ଦିନେ ହାଣ୍ଡି ଖଡିକା ଧରି ଘର ଭିତରେ ରହୁଥିବା ବେଳେ ଏବେ ହାତରେ ଲାପଟପ ଧରି ବେଶ ସ୍ୱାବଲମ୍ବି ହୋଇପାରିଛନ୍ତି । ଏକଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ନିଜ ସଫଳତା କଥା କହୁଛନ୍ତି ।

କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମଧ୍ୟ ଏସ.ଏସ.ଜି ମହିଳାଙ୍କଠାରୁ ମତାମତ ନେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠି କିଭଳି ଅଧିକ ସ୍ୱାବଲମ୍ବି ହୋଇପାରିବେ । ସେପ୍ଟେମ୍ବର ୧୯ ସୁଦ୍ଧା ୨୦ଜିଲ୍ଲାର ମିଶନ ଶକ୍ତି ମହିଳାଙ୍କ ସହିତ ନବୀନ ବୈଠକ କରିସାରିଲେଣି । ବୈଠକରେ ନବୀନ ମହିଳାଙ୍କ ସହିତ କଥା ହୋଇ ପଚାରିଥିଲେ ମିଶନ ଶକ୍ତି ମାଆ ମାନଙ୍କ ସ୍ୱାବଲମ୍ବି ପାଇଁ ଆଉ କଣ ସହାୟତା ଦରକାର ? ଉତ୍ପାଦିତ ଜିନିଷର ମାର୍କେଟିଂରେ କିଛି ଅସୁବିଧା ହେଉଛି କି? ମୁଖ୍ୟମନ୍ତ୍ରୀ କହିଥିଲେ " ଆପଣଙ୍କ ଉପରେ ମୋର ପୁରା ଭରସା ରହିଛି । ବହୁତ କମ ଦିନରେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେହିଭଳି ମିଶନ ଶକ୍ତିର ମହିଳାମାନେ କହିଥିଲେ ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ସେମାନେ ବହୁତ ଖୁସି । ପିଲାଙ୍କ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ଅଙ୍ଗନଓ୍ୱାଡି ପିଲାଙ୍କ ଡ୍ରେସ ସିଲାଇ କରିବା ,ଇଲେକ୍ରଟି ବିଲ୍ ଆଦାୟ କରିବା କାମ ଶିଖି ପାରୁଥିବା କଥା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ନୂଆପଡାରେ ଡ୍ରାଇଭିଂ ଶିକ୍ଷା ନେଉଥିବା କଥା ମଧ୍ୟ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ପାଇଁ ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇପାରୁଛନ୍ତି । ଏଭଳି ପରସ୍ପର ସହିତ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଏସ.ଏସ.ଜି ମହିଳା । ଅଗଷ୍ଟ ୧୫ ପାଇଁ ୩୦ ଲକ୍ଷ ଜାତୀୟ ପତାକା ତିଆରି କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ମିଶନ ଶକ୍ତି ଉପରେ  ପୁରା ଭରସା ରହିଥିବା କହିଛନ୍ତି । ୫ଟି ସଚିବ ଭି.କେ ପାଣ୍ଡିଆନ ବି ମିଶନ ଶକ୍ତି ମହିଳାଙ୍କୁ ପ୍ରଶଂସା କରିଥିଲେ । ସେପ୍ଟେମ୍ବର ୭ ତାରିଖରେ ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡା । ସେପ୍ଟେମ୍ବର ୧୨ରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର । ସେପ୍ଟେମ୍ବର ୧୬ରେ ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ, ମାଲକାନଗିରି । ସେପ୍ଟେମ୍ବର ୧୯ରେ କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସଗୁଡା ଓ ଅନୁଗୁଳ ଜିଲ୍ଲାର ମିଶନଶକ୍ତି ଗୋଷ୍ଠିର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟରେ ୭ଲକ୍ଷ ଗ୍ରୁପରେ ୭୦ ଲକ୍ଷ ମହିଳା ରହିଛନ୍ତି । ୨୦୦୧ ମସିହାରେ ମହିଳା ସଶକ୍ତିକରଣ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିଆରି କରିଥିବା ମିଶନ ଶକ୍ତି ଆଜି ମହାଦୃମରେ ପରିଣତ ହୋଇଛି । ମିଶନଶକ୍ତି ଦ୍ୱାରା ପ୍ରସ୍ତୁତ ଜିନିଷ ଦେଶବିଦେଶରେ ଆଦୃତ ହେବା ସହ ଏକ ବେଂଚ ମାର୍କ ସୃଷ୍ଟି କରିପାରିଛି । ୨୬ଟି ସରକାରୀ କାର୍ଯ୍ୟକ୍ରମର ଅଂଶୀଦାର ହୋଇ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ମିଶନ ଶକ୍ତିର ମହିଳାଙ୍କ ଦକ୍ଷତା ବିକାଶ ପାଇଁ ସରକାରୀ ସ୍ତରରେ ବିଭିନ୍ନ ତାଲିମ ଦିଆଯାଉଛି । ମହିଳା ସଶକ୍ତିକରଣ ଦିଗରେ ସଫଳତାର ମାଇଲଖୁଣ୍ଟ ପାଲଟିଛି ମିଶନ ଶକ୍ତି ।
Published by:Soubhagya Mishra
First published: