BYJU'S Young Genius କାର୍ଯ୍ୟକ୍ରମରେ ଭେଟନ୍ତୁ ଯୁବ ପ୍ରତିଭା ଲିଡିଆନ୍ ଓ ମେଘାଳୀଙ୍କୁ ଏହି ଶନିବାର

ଲିଡିଆନ୍ ପ୍ରତି ମିନିଟରେ ୧୯୦ ବିଟ୍ ବେଗରେ ପିଆନୋ ବଜାଇ ପାରନ୍ତି ଓ ଆଖି ବୁଜି ବି ବଜାଇ ପାରନ୍ତି । ସେ ୨୦୧୯ରେ ପିଆନୋ ବଜାଇବାରେ ବିଶ୍ୱର ଶ୍ରେଷ୍ଠ ବାଳକ ଘୋଷିତ ହୋଇଥିଲେ । ମେଘାଳୀଙ୍କର ଚାରିଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ ଅଛି ।

BYJU'S Young Genius କାର୍ଯ୍ୟକ୍ରମରେ ଭେଟନ୍ତୁ ଯୁବ ପ୍ରତିଭା ଲିଡିଆନ୍ ଓ ମେଘାଳୀଙ୍କୁ ଏହି ଶନିବାର
ଲିଡିଆନ୍ ନାଦସୱରମ ଓ (ଡାହାଣ) ମେଘାଳୀ ମାଳବିକା
  • News18 Odia
  • Last Updated: January 15, 2021, 7:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: BYJUର ୟଙ୍ଗ ଜିନିୟସର (BYJU’s Young Genius) ପ୍ରଥମ ଏପିସୋଡ଼ରେ ଲିଡିଆନ୍ ନାଦସୱରମ (୧୫ ବର୍ଷ) (Lydian Nadhasawaram) ଓ ମେଘାଳୀ ମାଳବିକା (୧୪ ବର୍ଷ) (Meghali Malabika) ଯଥା କ୍ରମେ ପ୍ରଦର୍ଶନ କଳା କ୍ଷେତ୍ରରେ ଉତ୍କର୍ଷତା ଓ ଚମତ୍କାର ସ୍ମୃତି / ଆଇ.କ୍ୟୁ. (IQ) ନଜର ଆସିବେ । ଜଣାଶୁଣା କଣ୍ଠଶିଳ୍ପୀ ଶଙ୍କର ମହାଦେବନ (Shankar Mahadevav) ଏହି ପ୍ରତିଭାବାନ୍‌ ବାଳକବାଳିକାଙ୍କୁ ପରାମର୍ଶ ଦେଉଥିବା ନଜର ଆସିବେ ।

ଲିଡିଆନ୍ ପ୍ରତି ମିନିଟରେ ୧୯୦ ବିଟ୍ ବେଗରେ ପିଆନୋ ବଜାଇ ପାରନ୍ତି ଏବଂ ଆଖି ବୁଜି ମଧ୍ୟ ବଜାଇ ପାରନ୍ତି । ତାଙ୍କୁ ୨୦୧୯ରେ ପିଆନୋ ବଜାଇବାରେ ବିଶ୍ୱର ଶ୍ରେଷ୍ଠ ବାଳକ ଘୋଷିତ କରାଯାଇଥିଲା । ତାଙ୍କର ସେହି ବିଜୟ ପରେ ସେ ଦି ଏଲେନ୍ ଡିଜେରେସ୍ ଶୋ’ରେ (The Ellen DeGeneres Show) ବି ଦେଖାଯାଇଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାର IAS ସ୍ତରରେ ବଡ଼ ଅଦଳ ବଦଳ ହେଲା; ବଦଳିଲେ ପୁରୀ ଜିଲ୍ଲାପାଳ ବଲନ୍ତ ସିଂହ

“ଏହା ଏକ ସ୍ୱପ୍ନ ସାକାର ହେବାର ଘଟଣା ଥିଲା । ମୋ’ ବାପା ମୋତେ କହୁଥିଲେ ଯେ ଏହା ଦୁନିଆର ସବୁ ଠାରୁ ସମ୍ମାନଜନକ ଟକ୍ ଶୋ, ଆଉ ଦିନେ ଆମେ ସେଠାରେ ଦେଖାଦେବୁ,” କହିଛନ୍ତି ଲିଡିଆନ୍‌ । ନିକଟରେ ସେ ଅଟକନ୍ ଚଟକନ୍ (Atkan Chatkan) ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ବର୍ତ୍ତମାନ ମୋହନଲାଲଙ୍କ ନିର୍ଦ୍ଦେଶିତ ଏକ 3D ଚଳଚ୍ଚିତ୍ର ‘ବାରୋଜ’ (Barroz) ପାଇଁ ସଙ୍ଗୀତ ରଚନା କରୁଛନ୍ତି।

ନିଜ ପିତାମାତା ଓ ଭଉଣୀ ସହ ଲିଡିଆନ୍ ନାଦସୱରମ


“ଯେହେତୁ ମୁଁ ମୋ’ ନିଜ ସଙ୍ଗୀତ ରଚନାରେ ଏବେ କାମ କରୁଛି, ମୁଁ ଜାଣିବାକୁ ଚାହୁଁଥିଲି ଯେ ଚଳଚ୍ଚିତ୍ରରେ କ’ଣ ସବୁ ଘଟୁଛି । ଅଭିନେତାମାନେ ଫିଲ୍ମରେ କେମିତି ନିଜ ଭାବନା ପ୍ରଦର୍ଶିତ କରୁଛନ୍ତି ଓ ସେହି ଭାବନାକୁ ସଙ୍ଗୀତରେ କେମିତି ଦେଖାଇ ହେବ ତାହା ଚିନ୍ତା କରୁଥିଲା । ଏହା ପ୍ରକୃତରେ ମୋ’ ପାଇଁ କାମ କଲା ଓ ମୋତେ ଅଧିକ ଜ୍ଞାନ ଆଣିଦେଲା,’’ କହିଛନ୍ତି ଲିଡିଆନ୍ ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ଦିନେ ନବୀନ ପଟ୍ଟନାୟକଙ୍କ ଭାରି ପ୍ରିୟ ଥିଲେ

ଲିଡିଆନଙ୍କ ବାପା କହିଛନ୍ତି, “ଆମେ ଅନେକ ପ୍ରକଳ୍ପକୁ ମନା କରିଦେଇଛୁ । ଆମେ ଚାହୁଁ ସେ ଶାନ୍ତିରେ ବଢ଼ୁ । ‘ବାରୋଜ’ ଫିଲ୍ମ ଶେଷ ହେବା ପରେ ସେ ପରବର୍ତ୍ତୀ ପ୍ରକଳ୍ପ ବିଷୟରେ ଚିନ୍ତା କରିପାରିବ । ମୁଁ ଚାହୁଁ ନାହିଁ ଯେ ସେ ପ୍ରକଳ୍ପ ପଛରେ ଦୌଡ଼ୁ ।’’

ନିଜ ପିତାମାତା ଓ ଭଉଣୀ ସହ ଲିଡିଆନ୍ ନାଦସୱରମ


“ମୋ’ ଝିଅ ବି ଜଣେ ସଙ୍ଗୀତଜ୍ଞ । ଯେତେବେଳେ ସେମାନେ ଭୁଲ୍ କରନ୍ତି, ମୁଁ କେବଳ ପଜିଟିଭ୍ ଉପରେ ଧ୍ୟାନ ଦିଏ । ସେହି ଉପାୟରେ ପିଲାମାନେ ଚାପଗ୍ରସ୍ତ ହୁଅନ୍ତି ନାହିଁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

BYJUର ୟଙ୍ଗ ଜିନିୟସ୍‌ ଶୋ’ରେ ପ୍ରଦର୍ଶିତ ହେବାକୁ ଥିବା ଦ୍ୱିତୀୟ ପ୍ରତିଭା ହେଉଛନ୍ତି ଓଡ଼ିଶାର ମେଘାଳୀ ମାଳବିକା, ଯାହାଙ୍କର ଚାରିଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ ଅଛି । ତାଙ୍କୁ 'ଗୁଗୁଲ୍ ଗର୍ଲ ଅଫ୍ ଇଣ୍ଡିଆ' ବି କୁହାଯାଉଛି । ମେଘାଳୀ କହିଛନ୍ତି, “‘ଗୁଗୁଲ ଗାର୍ଲ’ ହେବାରେ ମୋତେ ସାହାଯ୍ୟ କରିଥିବାରୁ ମୁଁ ମୋ ବାପାଙ୍କ ପାଖରେ ମୁଁ କୃତଜ୍ଞ । ଭୂଗୋଳ ବ୍ୟତୀତ ମୁଁ ବେହେଲା ବଜାଇବାର ଏକକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାକୁ ଚାହୁଁଛି । ମୁଁ ସଙ୍ଗୀତରେ କିଛି ପୁରସ୍କାର ଜିତିବାକୁ ଚାହୁଁଛି।’’

ନିଜ ପିତାମାତା ଓ ଭାଇଙ୍କ ସହ ମେଘାଳୀ ମାଳବିକା


ମେଘାଳି ଲକଡାଉନ୍ ସମୟକୁ କେମିତି ବ୍ୟବହାର କରିଥିଲେ ତାହା ବି କହିଛନ୍ତି । “ମୁଁ କେତେକ ଉପନ୍ୟାସ କିଣିଥିଲି ଓ ଆଉ କେତେକ ଅନଲାଇନ୍ ପଢ଼ିଥିଲି । ମୁଁ ସାଧାରଣତଃ ତାହା ହିଁ କରେ । ଉପନ୍ୟାସ ପ୍ରତି ମୋ’ ଏକ ପ୍ରକାର ନିଶା ରହିଛି । ତା’ପରେ ମୋ’ର ଅନଲାଇନ୍ କ୍ଲାସ୍ ଆରମ୍ଭ ହେଲା, ତେଣୁ ମୁଁ ଅଧିକାଂଶ ସମୟ ଅଧ୍ୟୟନରେ ବିତାଇଲି । ଅବଶିଷ୍ଟ ସମୟରେ ମୁଁ ବେହେଲା ବଜାଇଲି ଓ ଚିତ୍ର ବି ଆଙ୍କିଲି ।’’

ନିଜ ପିତାମାତା ଓ ଭାଇଙ୍କ ସହ ମେଘାଳୀ ମାଳବିକା


“ମୁଁ ଜଣେ ମହାକାଶ ବୈଜ୍ଞାନିକ ହେବାକୁ ଚାହୁଁଛି । ମୁଁ ନିଜ ଆଖିରେ ମହାକାଶ ଦେଖିବାକୁ ଚାହୁଁଛି,” କହିଛନ୍ତି ମେଘାଳୀ । ତାଙ୍କ ପିତା ଗର୍ବର ସହିତ କହିଛନ୍ତି, “ଫିଫା ବିଶ୍ୱ କପ୍‌ ୨୦୧୦ରେ ଶକିରା ଷ୍ଟାଡିୟମରେ ନାଚୁଥିଲେ । ମେଘାଳୀ ସେତେବେଳେ ମାତ୍ର ଚାରି ବର୍ଷର ଥିଲା । ସେ ନାଚିବା ପସନ୍ଦ କରୁଥିଲା । ତେଣୁ ସେ ମୋତେ କହିଥିଲା ସେ ଶକିରାଙ୍କୁ ଭେଟିବାକୁ ଚାହେଁ । ମୁଁ କହିଲି ସେ ଭାରତର ନୁହଁନ୍ତି, ସେ କଲମ୍ବିଆର ଦେଶର । ଏହା ଶୁଣି ସେ ମୋତେ ‘କଲମ୍ବିଆ କେଉଁଠି’ ଭଳି ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲା ଓ ମୁଁ ତାକୁ ମାନଚିତ୍ରରେ ଦେଖାଇଥିଲି । ପରେ କିଛି ମାସ ମଧ୍ୟରେ ବିଶ୍ୱ ମାନଚିତ୍ରରେ ଦେଖିଥିବା ଅନେକ ସ୍ଥାନ ତାହା ସେ ମନେ ପକାଉଥିବାର ଆମେ ଦେଖିଥିଲୁ ।’’

ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

BYJUର ୟଙ୍ଗ ଜିନିୟସର କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ୍ ଜାନୁଆରୀ ୧୬ରେ ପ୍ରସାରିତ ହେବ । ପ୍ରତ୍ୟେକ ଏପିସୋଡ୍ ପ୍ରତ୍ୟେକ ଶନିବାର ନେଟୱାର୍କ୧୮ର ୧୮ଟି ଚ୍ୟାନେଲରେ ପ୍ରସାରିତ ହେବ । କାର୍ଯ୍ୟକ୍ରମର ପୁନରାବୃତ୍ତି ଟେଲିକାଷ୍ଟ ରବିବାର ଦିନ ହେବ ।
Published by: Anand Shankar Thankur Das
First published: January 15, 2021, 7:49 PM IST