ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭେଟନ୍ତୁ ବାଲେଶ୍ୱରର ମସାଣି ମଣିଷ ଭାବେ ପରଚିତ ଅରୁଣ କୁମାର କର ଓରଫ ବ୍ରଜ ଭାଇଙ୍କୁ; ୧୦ ବର୍ଷ କଲେଣି ୧୦ ହଜାର ଶବଦାହ

ଭେଟନ୍ତୁ ବାଲେଶ୍ୱରର ମସାଣି ମଣିଷ ଭାବେ ପରଚିତ ଅରୁଣ କୁମାର କର ଓରଫ ବ୍ରଜ ଭାଇଙ୍କୁ; ୧୦ ବର୍ଷ କଲେଣି ୧୦ ହଜାର ଶବଦାହ

ଅରୁଣ କୁମାର କର ଓରଫ ବ୍ରଜ ଭାଇ ଗତ ୧୦ ବର୍ଷ ହେବ ବାଲେଶ୍ୱର ଅରଡ଼ ବଜାର ସ୍ଥିତ ମୁକ୍ତିଦ୍ୱାରରେ ଶବ ଶତ୍କାର କରି ଆସୁଛନ୍ତି । ସେ ସମସ୍ତ ରୀତିନୀତିକୁ ଅନୁକରଣ କରି ଶବ ସତ୍କାର କରିଥାନ୍ତି । ଶେଷ ୧୦ ବର୍ଷରେ ପ୍ରାୟ ସେ ଦଶ ହଜାରରୁ ଉର୍ଦ୍ଧ୍ବ ଶବ ସତ୍କାର କରିସାରିଛନ୍ତି ।

ଭେଟନ୍ତୁ ବାଲେଶ୍ୱରର ମସାଣି ମଣିଷ ଭାବେ ପରଚିତ ଅରୁଣ କୁମାର କର ଓରଫ ବ୍ରଜ ଭାଇଙ୍କୁ; ୧୦ ବର୍ଷ କଲେଣି ୧୦ ହଜାର ଶବଦାହ
ମସାଣି ମଣିଷ ଭାବେ ପରଚିତ ଅରୁଣ କୁମାର କର ଓରଫ ବ୍ରଜ ଭାଇ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଲେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଚାରିଆଡେ ତାଣ୍ଡବ ମଚାଉଛି । ପ୍ରତିଦିନ କରୋନା ସଂକ୍ରମିତ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ପରିସ୍ଥିତି ଏପରି ଆସି ପହଞ୍ଚି ଯେ ଲୋକମାନେ ନିଜ ସମ୍ପର୍କୀୟ ଲୋକଙ୍କ ମୃତଦେହ ନେବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି । ଏହିପରି ସମୟରେ ଯେତେବେଳେ ନିଜ ପରିବାର ଲୋକ କିମ୍ବା ସମ୍ପର୍କୀୟ ଆପଣାର ମୃତଦେହ ନେବାକୁ ପଛଘୁଞ୍ଚା ଦେଉଛନ୍ତି ସେହି ସମୟରେ ବାଲେଶ୍ୱର ମୁକ୍ତିଦ୍ୱାରର ଅରୁଣ କୁମାର କର ଓରଫ ବ୍ରଜ ଭାଇ ସେହି ସମସ୍ତ ମୃତଦେହ ସତ୍କାର କରି ସମାଜ ପାଇଁ ନିଆରା ଉଦାହରଣ ପାଲଟିଛନ୍ତି ।

ବାଲେଶ୍ଵର ଜିଲ୍ଲାରେ କୋଭିଡ ଦ୍ୱାରା ମୃତ୍ୟୁ ହେଉଥିବା ସମସ୍ତ ମୃତଦେହକୁ ଅରୁଣ କୁମାର କର ଓରଫ ବ୍ରଜ ଭାଇ ଅନ୍ତିମ ସତ୍କାର କରିଥାନ୍ତି । ଅରୁଣ କୁମାର କର ଓରଫ ବ୍ରଜ ଭାଇ ଗତ ୧୦ ବର୍ଷ ହେବ ବାଲେଶ୍ୱର ଅରଡ଼ ବଜାର ସ୍ଥିତ ମୁକ୍ତିଦ୍ୱାରରେ ଶବ ଶତ୍କାର କରି ଆସୁଛନ୍ତି । ସେ ସମସ୍ତ ରୀତିନୀତିକୁ ଅନୁକରଣ କରି ଶବ ସତ୍କାର କରିଥାନ୍ତି । ଶେଷ ୧୦ ବର୍ଷରେ ସେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଶବ ସତ୍କାର କରିସାରିଛନ୍ତି । ଏଥିପାଇଁ ସେ ଏହି ଅଞ୍ଚଳରେ ମଶାଣି ମଣିଷ ଭାବରେ ଜଣାଶୁଣା ।

ଅରୁଣ କୁମାର କର ଓରଫ ବ୍ରଜ ଭାଇଙ୍କ ଶବଦାହ କରିବାର ଦୃଶ୍ୟ


"ଯେତେବେଳେ ଆମେ ମୁକ୍ତିଦ୍ୱାର ଆରମ୍ଭ କରିଥିଲୁ ସେହି ଦିନରୁ ବ୍ରଜ ଭାଇ ଏଇଠି କାର୍ଯ୍ୟ କରୁଛନ୍ତି । ଏଥିପାଇଁ କିଛି ପାରିଶ୍ରମିକ ଆଶା ରଖିନଥାନ୍ତି ବ୍ରଜ ଭାଇ । ଦିନ ଓ ରାତି ୨୪ ଘଣ୍ଟା ଯେତେବେଳେ ଶବ ଦାହ ଆବଶ୍ୟକତା ପଡ଼େ ସେତେବେଳେ ସେ ଆଗେଇ ଆସନ୍ତି । ଆଉ ଜିଲ୍ଲା ପ୍ରଶାସନ ଗତବର୍ଷରୁ କୋଭିଡରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ପାଇଁ ମୁକ୍ତିଦ୍ୱାର ବ୍ୟବହାର କରିବାକୁ ନିଷ୍ପତ୍ତି ପରେ ଅଧ୍ୟ ବ୍ରଜ ଭାଇ ପଛଘୁଞ୍ଚା ନଦେଇ ସମାନ କାମ କରୁଛନ୍ତି," କହିଛନ୍ତି ମୁକ୍ତିଦ୍ୱାର ଫାଉଣ୍ଡର ସୁଶୀଲ ରାଠୀ ।

ଅରୁଣ କୁମାର କର ଓରଫ ବ୍ରଜ ଭାଇ ଦିନ ରାତି ୨୪ ଘଣ୍ଟାର ଠିକଣା କହିଲେ ବାଲେଶ୍ୱର ଥିବା ମୁକ୍ତିଦ୍ୱାରକୁ ବୁଝାଏ । ଗତବର୍ଷ ଜିଲ୍ଲାରେ କୋଭିଡ ମୃତ୍ୟୁ ବଢ଼ିବା ପରେ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ଅନୁସାରେ ବାଲେଶ୍ୱର ଜିଲ୍ଲାର କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମରଶରୀରକୁ ଏହି ମୁକ୍ତିଦ୍ୱାର ସତ୍କାର ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ସେବେଠାରୁ ଅରୁଣ କୁମାର କର ଓରଫ ବ୍ରଜ ଭାଇ ପ୍ରତ୍ୟକ କୋଭିଡ ଦ୍ୱାରା ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ଆସୁଛନ୍ତି । କୋଭିଡ କାରଣରୁ ପରିବାର ଲୋକେ ଶବ ନିକଟକୁ ଅସୁପାରୁନଥିବା ବେଳେ ବାପାର ପୁଅ ଓ ପୁଅର ବାପା ହୋଇ ସେ ଅନ୍ତିମ ସଂସ୍କାର କରିଚାଲିଛନ୍ତି । ସବୁଠୁ ବଡ଼କଥା ହେଉଛି ନା ତାଙ୍କ ହାତରେ ଗ୍ଲୋବସ ଅଛି ନା ପିପିଇ କିଟ । ଏପରିକି ମୁଁହରେ ଭଲ ମାସ୍କ ନାହିଁ । ମଶାଣି ମଣିଷ ଭାବରେ ବ୍ରଜ ଭାଇ ଏକ ସାଧାରଣ ପୋଷାକରେ ୬୩ ବର୍ଷ ବୟସରେ ମଧ୍ୟ ମରଶରୀର ଅନ୍ତିମ ସତ୍କାର କରିଚାଲିଛନ୍ତି । ତାଙ୍କର ଦୃଢ଼ ମନୋବଳ ପାଇଁ ବୋଧହୁଏ କରୋନା ଆଜି ଯାଏଁ ତାଙ୍କ ପାଖରେ ପହଞ୍ଚି ପାରିନି ।

"ଭଗବାନଙ୍କ ଆଶ୍ରିବାଦରୁ ଗତବର୍ଷରୁ ଶତାଧିକ କୋଭିଡ ଆକ୍ରାନ୍ତଙ୍କ ଶବ ସତ୍କାର ଏଇଠି କରି ଆସୁଛି । ହେଲେ ବାପା ମା' ଓ ଭଗବାନଙ୍କ ଆଶ୍ରିବାଦ ମୋ ଉପରେ ଥୁବାରୁ ଏଯାଏଁ ମୋର କିଛି ହେଇନି । ଯେତେବେଳେ ପରିବାର ଦୁରେଇ ରହୁଛନ୍ତି ସେତେବେଳେ ମୋର ଶବ ସତ୍କାରର ଅଧିକ ଦାୟିତ୍ୱ ବଢିଯାଉଛି, କହିଛନ୍ତି ଅରୁଣ କୁମାର କର ବା ବ୍ରଜ ଭାଇ ।

ଶବକୁ ନିଜର କରି ପ୍ରତ୍ୟକ ଦିନ ଶବ ଦାହ କରୁଛନ୍ତି ଏହି ମଶାଣି ମଣିଷ । ହେଲେ ଏସବୁ ଭିତରେ ନା ତାଙ୍କୁ କରନା କେବେ ସ୍ପର୍ଶ କରିପାରିଛି ନା ଭୁତାଣୁ ଭୟ ତାଙ୍କୁ ଭୟବିତ କରିପାରିଛି ।
Published by: Jagdish Barik
First published: May 12, 2021, 5:58 PM IST