ମୁହଁ ଖୋଲିଲେ ମୀରା ପରିଡ଼ା; କହିଲେ ଯିଏ ଅଭିଯୋଗ ଆଣିଛନ୍ତି ସେମାନଙ୍କୁ ପ୍ରଥମେ ଚେକ୍ କରାଯାଉ

ଅଭିଯୋଗ ସମ୍ପର୍କରେ ମୀରା ପରିଡ଼ା

ଅଭିଯୋଗ ସମ୍ପର୍କରେ ମୀରା ପରିଡ଼ା

  • Share this:
News 18 Odia Digital


ଭୁବନେଶ୍ୱର; ବିଜେଡି ନେତ୍ରୀ ତଥା କିନ୍ନର ସଙ୍ଘର ସଭାପତି ମୀରା ପରିଡା ଏବଂ ତାଙ୍କ ସହୋଯୋଗୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ମୀରା ପରିଡ଼ା । ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ନିଳାଦ୍ରୀବିଜେର ଶୁଭେଚ୍ଛା ଜଣାଇବା ସହ ନିଜ ଉପରେ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୀରା ।


ସୋସିଆଲ୍ ମିଡିଆରେ ଲାଇଭ୍ ଆସି ମୀରା କହିଛନ୍ତି ମାୟାଧର ପରିଡ଼ାରୁ ମୀରା ପରିଡ଼ାର ଯାତ୍ରା ସମ୍ପର୍କରେ । କେବଳ କହିନାହାନ୍ତି ଡାକ୍ତରଙ୍କ ସାର୍ଟିଫିକେଟ୍ ପ୍ରମାଣ ମଧ୍ୟ ଦେଖାଇଛନ୍ତି ମୀରା । ଡାକ୍ତରଙ୍କ ସାର୍ଟିଫିକେଟ ଦେଖାଇ ମୀରା କହିଛନ୍ତି, ସୁପ୍ରିମକୋର୍ଟ ଜନସ୍ୱାର୍ଥ ମାମଲା ତାରିଖ ୪,୦୩,୨୦୧୫ରୁ ଭାରତୀୟ ବିନ୍ଧି ବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ମାୟାଧର ପରିଡ଼ା ବଦଳରେ ମୀରା ପରିଡ଼ା ନାମରେ ନାମିତ ହୋଇଛି । ମୁଁ ନିଜକୁ ଜଣେ ମହିଳା ଅଥବା ତୃତୀୟ ଲିଙ୍ଗି କହିପାରିବି । ତାଙ୍କ ନାମରେ ଉଦ୍ଦେଶ୍ୟମୂଳକ ଭାବରେ ଅପପ୍ରଚାର କରାଯାଉଥିବା କଥା ସେ କହିଛନ୍ତି ।

ଜଣେ କିନ୍ନର ଜନ୍ମ ପରଠୁ କେଉଁ ସବୁ ସମସ୍ୟା ଦେଇ ଗତି କରିଥାଏ ସେକଥା ସମସ୍ତେ ଜାଣନ୍ତି ଏବଂ ମୋ ସମ୍ପର୍କରେ ମଧ୍ୟ ଜନସାଧାରଣ ବିସ୍ତୁତ ଭାବରେ ଜାଣିଛନ୍ତି । ଭଲ କାମ କରିଲେ ଲୋକେ ବିବାଦ ମଧ୍ୟକୁ ଟାଣି ଆଣନ୍ତି । କିନ୍ତୁ ଯେଉଁମାନେ ମୋ ନାମରେ ଅଭିଯୋଗ ଆଣିଛନ୍ତି ପ୍ରଥମେ ସେମାନେ କିନ୍ନର କି ନାହିଁ ଜାଞ୍ଚ କରାଯାଉ । ଅଭିଯୋଗକାରୀଙ୍କ କଥାରେ ମୁଁ ଭୟ କରୁନାହିଁ କିମ୍ୱା ଲୁଚୁନାହିଁ । ମୋ ଅତୀତ ବିଷୟରେ ଗଣମାଧ୍ୟମରେ ଲୋକେ ଜାଣିଛନ୍ତି । ମୁଁ ରାଜରାସ୍ତାରୁ ଆସିଛି । ପୂର୍ବରୁ କଦଳୀ, ପାମ୍ପଡ, ଗୁପୁଚୁପ ବିକିବା ସହ ସେକ୍ସ ୱାର୍କର ଭାବରେ କାମ ମଧ୍ୟ କରିଛି । କିନ୍ତୁ ହଠାତ ଏ ଅଭିଯୋଗ ପଛରେ ଏକ ବଡ଼ ରହସ୍ୟ ଥାଇପାରେ ବୋଲି ମୁଁ ଅନୁମାନ କରୁଛି । କିନ୍ତୁ ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନେ କେତେ ଠିକ୍ ? ସେମାନଙ୍କ ପିଲା କେଉଁ ସ୍କୁଲ୍ ରେ ପାଠ ପଢ଼ୁଛନ୍ତି, ସେମାନେ ଘରକୁ କାହିଁକି ପ୍ୟାଣ୍ଟ ସାର୍ଟ୍ ପିନ୍ଧି ଯାଉଛନ୍ତି, ସେମାନଙ୍କ ସ୍ତ୍ରୀ କାହିଁକି ଛାଡ଼ପତ୍ର ଦେଇକି ଯାଉଛନ୍ତି ସେ ସମ୍ପର୍କରେ ମଧ୍ୟ ତର୍ଜମା ହେଉ ।

ସୂଚନାଯୋଗ୍ୟ, ୬ଦିନ ତଳେ କିଛି କିନ୍ନର ମୀରାଙ୍କ ନାମରେ ସଂଗିନ ଅଭିଯୋଗ ଆଣିଥିଲେ । ମୀରା ପରିଡ଼ା କିନ୍ନର ମାନଙ୍କ ଉନ୍ନତି ନାଁରେ ଶୋଷଣ କରୁଛନ୍ତି । କିନ୍ନରଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧାକୁ ମୀରା ପରିଡ଼ା ଓ ତାଙ୍କ ସହଯୋଗୀ ହଡ଼ପ କରୁଥିବା ଅଭିଯୋଗ କରିଥିଲେ ।
Published by:Soubhagya Mishra
First published: