News 18 Odia Digital
Rain in odisha: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା (rain) ହୋଇଛି । ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଅଧିକ ବେଗରେ ପବନ ବହିଥିବା ଜଣାପଡିଛି । ବାଲେଶ୍ବର, ଭଦ୍ରକ, ନୂଆପଡ଼ା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼ ଓ କନ୍ଧମାଳରେ ପ୍ରବଳ ବର୍ଷା ସହ ଝଡ଼ ପବନ ହୋଇଛି । ବଲାଙ୍ଗିର, ସମ୍ବଲପୁର ଓ ରାଉରକେଲାରେ ବର୍ଷା ସମୟରେ ବିଜୁଳି, ଘଡ଼ଘଡ଼ି ମଧ୍ୟ ହୋଇଛି । ମୟୂରଭଞ୍ଜରେ ଝଡ଼ ସମୟରେ ପବନର ସର୍ବାଧିକ (highest) ବେଗ ୮୧ କିମି (81km) ରହିଥିବା ଜଣାପଡିଛି । ସେହିପରି ସମ୍ବଲପୁର ଚିପିଲିମାରେ ୮୦ କିମି ବେଗରେ ପବନ ବହିଛି । ବଲାଙ୍ଗିରରେ ପବନର ବେଗ ୫୭ କିମି ରେକର୍ଡ (record) ହୋଇଛି ।
ବର୍ଷା ସହ ପବନ କାରଣରୁ ଅନେକ ସ୍ଥାନରେ କିଛି ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ବିଶେଷକରି କୋରାପୁଟରେ କିଛି କଚ୍ଚା ଘରର ଛପର ଉଡିଯାଇଥିବା ଖବର ମିଳିଛି । ସେହିପରି ରାଜ୍ୟର ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ଉପୁଡି ପଡିଥିବାରୁ ଯାତାୟତରେ ସାମାନ୍ୟ ବାଧା ଉପୁଜିଥିଲା । ବିଭିନ୍ନ ସ୍ଥାନରେ ରାସ୍ତା କଡରୁ ଉପୁଡିଥିବା ଗଛକୁ କଟାଯାଇ ଗମନାଗମନ ପାଇଁ ରାସ୍ତାକୁ ସ୍ୱଭାବିକ କରାଯାଉଛି । ତେବେ ବର୍ଷା ସହ କୁଆ ପଥର ମାଡ କାରଣରୁ ରାୟଗଡାରେ ୨ଜଣ ଆହତ ହୋଇଛନ୍ତି । ବର୍ଷା କାରଣରୁ ରାଜ୍ୟର ଅନେକ ସ୍ଥାନରେ ଥିବା ଜଙ୍ଗଲରେ ଲାଗିଥିବା ନିଆଁ ମଧ୍ୟ ଲିଭିଯାଇଛି ।
ବର୍ଷା ପାଇଁ ଉପକୂଳ ଓଡ଼ିଶାର କେନ୍ଦୁଝର, ଯାଜପୁର, ଅନୁଗୁଳ ସମେତ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁରୀ, ଗଞ୍ଜାମ, ଗଜପତି ମାଲକାନଗିରି, କୋରାପୁଟ, କନ୍ଧମାଳ ସମେତ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ଖବର ପଢ଼ନ୍ତୁ -
http://ନବୀନ-ମମତା ଭେଟଘାଟ୍: ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ'ଣ ହେବ ଆଲୋଚନା ?ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।