ମାଲକାନଗିରିର ମାଓ-ପ୍ରବଣ ତୁଳସୀ ଘାଟିରେ ପହଞ୍ଚିଲା ମେଡିକାଲ୍ ଟିମ୍; ଲୋକେ ଭାରି ଖୁସି
୧୫-ଜଣିଆ ମେଡିକାଲ୍ ଟିମରେ ଥିଲେ ଚାରି ଜଣ ଡାକ୍ତର । ସେମାନେ ୧୪ କିଲୋମିଟରର ପାହାଡି଼ଆ ରାସ୍ତା ପାଦରେ ଚାଲି ଚାଲି ସେଠାରେ ପହଞ୍ଚିଥିଲେ । ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝି ସେମାନଙ୍କୁ ଔଷଧ ପତ୍ର ବାଣ୍ଟିଥିଲେ ।

ଡାକ୍ତରୀ ଟିମ୍ ତୁଳସୀ ଘାଟି ପହଞ୍ଚିବାକୁ ଦୁର୍ଗମ ରାସ୍ତା ଅତିକ୍ରମ କରୁଛି ।
- News18 Odia
- Last Updated: January 25, 2021, 11:32 PM IST
ମାଲକାନଗିରି: ମାଓଗଡ଼ କୁହାଯାଉଥିବା ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ତୁଳସୀ ଘାଟିରେ ଯେତେବେଳେ ଏକ ୧୫-ଜଣିଆ ମେଡିକାଲ୍ ଟିମ୍ ପହଞ୍ଚିଲା ଗ୍ରାମବାସୀମାନେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ମେଡିକାଲ୍ ଟିମ୍ ୧୪ କିଲୋମିଟରର ପାହାଡି଼ଆ ରାସ୍ତା ପାଦରେ ଅତିକ୍ରମ କରି ସେଠାରେ ପହଞ୍ଚିଥିଲା । ଏହି ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ଅବସ୍ଥିତ ଓ ଏଠାରେ ସାଧାରଣତଃ ମ୍ୟାଲେରିଆ ରୋଗୀ ବହୁତ ଦେଖାଯାଇଥାନ୍ତି ।
ଏପରି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସକାଶେ ମାଥିଲି ସବ-ଡିଭିଜନାଲ ହସପିଟାଲରେ କାର୍ଯ୍ୟରତ ଡଃ ଅମୀୟ କୁମାର ସ୍ବାଁଇଙ୍କ ନେତୃତ୍ୱରେ ତିନି ଜଣ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ଏ.ଏନ.ଏମ. ଓ ଅଙ୍ଗନୱାଡି଼ ଦିଦିଙ୍କ ସମେତ ୧୫ ଜଣିଆ ଦଳ ୧୪ କିଲୋମିଟରର ପାହାଡି଼ଆ ରାସ୍ତା ଅତିକ୍ରମ କରି ପହଞ୍ଚିଥିଲେ ତୁଳସୀ ଘାଟିରେ ।
ଏହା ବି ପଢ଼ନ୍ତୁ | ଅଶ୍ୱିନ୍ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ନ ଥିଲେ’’

ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝୁଛନ୍ତି ମେଡିକାଲ୍ ଟିମର ସଦସ୍ୟମାନେ ।
‘‘ପୂର୍ବରୁ ସରକାରୀ ବାବୁମାନେ ନକ୍ସଲ ଭୟରେ ଆମ ଅଞ୍ଚଳକୁ ଆସୁ ନ ଥିଲେ । ହେଲେ ଏବେ ସବୁ ସୁବିଧା ଆମ ପାଖରେ ପହଞ୍ଚି ପାରୁଛି । ଆମେ ଏହା ଦ୍ୱାରା ଉପକୃତ ହେଉଛୁ,’’ କହିଛନ୍ତି ଘାଟି ଅଞ୍ଚଳର ବାସିନ୍ଦା ରାମ ମାଡ଼କାମୀ । ପୂର୍ବ ପରି ଆଉ ସରକାରୀ ସହାୟତା ଯଥା ଭତ୍ତା ଓ ରାସନ ସାମଗ୍ରୀ ଆଦି ପହଞ୍ଚିବାରେ ଅସୁବିଧା ହେଉନି ବୋଲି ବି କହିଥିଲେ ଗ୍ରାମବାସୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ
‘‘ପୂର୍ବରୁ ମାସ ମାସ ଧରି ଆମ ପାଖେ ରାସନ ପହଞ୍ଚି ପାରୁ ନ ଥିଲା । ହେଲେ ସ୍ଥିତି କିଛି ପରିମାଣରେ ସୁଧୁରିଛି । ଆମ ପାଖେ ସବୁ ସୁବୁଧା ଏବେ ପହଞ୍ଚି ପାରୁଛି,’’ କହିଥିଲେ ଜଣେ ବୃଦ୍ଧା ।
ଏହି ଦୁର୍ଗମ ଅଞ୍ଚଳରେ ପାହାଡ଼ ଚଢ଼ି ପହଞ୍ଚିଥିବା ଡାକ୍ତର ଅମୀୟ ସ୍ୱାଇଁ କହିଛନ୍ତି: ‘‘ପୂର୍ବରୁ ଏହି ସ୍ଥାନକୁ ନକ୍ସଲ ଭୟରେ ସରକାରୀ ବାବୁମାନେ ଆସୁ ନ ଥିଲେ । ହେଲେ ଏବେ ସେ ସବୁ ଭୟ ନାହିଁ । ଏବେ ଏଠିକାର ଲୋକେ ମୁକ୍ତ ଜୀବନ ଜୀବିକା ସହ ଆଗକୁ ବଢୁଛନ୍ତି । ସବୁ ସରକାରୀ ସୁବିଧା ସୁଯୋଗ ଲୋକଙ୍କୁ ମିଳୁଛି । ଆମେ ବିନା ମୂଲ୍ୟରେ ଡାକ୍ତରୀ ସୁବିଧା ଲୋକଙ୍କୁ ଯୋଗାଉଛୁ ।’’