ଲିଙ୍ଗରାଜ ମନ୍ଦିରରେ ଜାଗର: ଡାକ୍ତରୀ ପଢ଼ୁଥିବା ଯୁବକଙ୍କ ରଙ୍ଗୋଲିରେ ମନ୍ଦିର ବେଢ଼ା ଚମକିଲା

ପ୍ରତି ବର୍ଷ ରଥ ଯାତ୍ରାରେ ପୁରୀ ବଡ଼ଦାଣ୍ଡରେ ଭଳିକି ଭଳି ରଙ୍ଗୋଲି କରୁଥିବା ପୁଣେର ଡାକ୍ତରୀ ଛାତ୍ର ଓମକାର୍ କଶ୍ୟପ ପ୍ରଥମ ଥର ପାଇଁ ଜାଗର ଅବସରରେ ଲିଙ୍ଗରାଜ ମନ୍ଦିର ଆସିଛନ୍ତି । ଜାଗର ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।

ଲିଙ୍ଗରାଜ ମନ୍ଦିରରେ ଜାଗର: ଡାକ୍ତରୀ ପଢ଼ୁଥିବା ଯୁବକଙ୍କ ରଙ୍ଗୋଲିରେ ମନ୍ଦିର ବେଢ଼ା ଚମକିଲା
ଡାକ୍ତରୀ ଛାତ୍ର ଓମକାର କଶ୍ୟପ; (ଡାହାଣ) ମନ୍ଦିରରେ ସେ ବନାଇଥିବା ରଙ୍ଗୋଲି
  • News18 Odia
  • Last Updated: March 11, 2021, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜାଗର ପାଇଁ ଚଳଚଞ୍ଚଳ ଓ ଭକ୍ତିମୟ ହୋଇଉଠିଥିବା ଏକାମ୍ର କ୍ଷେତ୍ରରେ ଜଣେ ଶିବଭକ୍ତ ଯୁବକଙ୍କ ରଙ୍ଗୋଲି କଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲିଙ୍ଗରାଜ ମନ୍ଦିରର ଉତ୍ସବମୁଖର ପରିବେଶକୁ ତାଙ୍କ ରଙ୍ଗୋଲି ଆହୁରି ମୋହକ କରିଦେଇଛି । ଏହି ଯୁବକ ଜଣକ ହେଉଛନ୍ତି ପୁଣେର ଡାକ୍ତରୀ ଛାତ୍ର ଓମକାର କଶ୍ୟପ ।

ଲିଙ୍ଗରାଜ ମନ୍ଦିର ବେଢ଼ାରେ ଭଳିକି ଭଳି ରଙ୍ଗୋଲି ତିଆରି କରି ଭକ୍ତମାନଙ୍କୁ ପ୍ରଶଂସା ସାଉଁଟିଛନ୍ତି ଓମକାର । ସେ ପେଶାରେ ଡାକ୍ତର. କିନ୍ତୁ ନିଶା ତାଙ୍କର ଚିତ୍ର କଳା । କୌଣସି ପୂଜାପର୍ବ ହେଲେ ମନ୍ଦିରରେ ପହଞ୍ଚିଯା’ନ୍ତି ଓ ନିଜ ଭକ୍ତିର ରଙ୍ଗରେ ରଙ୍ଗୀନ କରି ଦିଅନ୍ତି ମନ୍ଦିର ବେଢା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bathroom Pic: ଏହି ଯୁବତୀ ଫେସ୍ବୁକ୍ରେ ଟୟଲେଟ୍ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍କଲେ?

ଓମକାର୍‌ ପ୍ରତି ବର୍ଷ ରଥଯାତ୍ରା ବେଳେ ପୁରୀ ବଡ଼ଦାଣ୍ଡରେ ଭଳିକି ଭଳି ରଙ୍ଗୋଲି କରିଥାନ୍ତି । ହେଲେ ସେ ପ୍ରଥମ ଥର ପାଇଁ ଜାଗର ଅବସରରେ ଲିଙ୍ଗରାଜ ମନ୍ଦିର ଆସିଛନ୍ତି । ସକାଳ ୯ଟା ସୁଦ୍ଧା ମନ୍ଦିରରେ ପହଞ୍ଚିଯାଇଥିଲେ ଓ ଆରମ୍ଭ କରିଥିଲେ ନିଜ କଳାକୃତି । ରଙ୍ଗୋଲିରେ ଆଙ୍କିଥିଲେ ମହାଦେବଙ୍କ ଡମ୍ବରୁ ଓ ତ୍ରିଶୂଳ । ପୁଣି ମନ୍ଦିର ବେଢ଼ାରେ ଆଙ୍କିଥିଲେ ଭଳିକି ଭଳି ରଙ୍ଗୋଲି ।

ଲିଙ୍ଗରାଜ ମନ୍ଦିର ବେଢ଼ାରେ ରଙ୍ଗୋଲି ବନାଉଛନ୍ତି ଓମକାର କଶ୍ୟପ


‘‘ଚିତ୍ରକଳା ପ୍ରତି ମୋ’ର ଦୁର୍ବଳତା ରହିଛି । ଯେତେବେଳେ ମନ୍ଦିର ଭିତରକୁ ଆସି ଭଗବାନଙ୍କ ଉଦ୍ଦେଶ୍ୟରେ ମୁଁ ଏପରି ରଙ୍ଗୋଲି କରେ ମୋ’ ମନକୁ ଶାନ୍ତି ମିଳେ । ଏବେ ପ୍ରଭୁ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଏହି ରଙ୍ଗୋଲି କରିଛି । ଭାରି ଖୁସି ଲାଗୁଛି,’’ କହିଛନ୍ତି ଓମକାର୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସନ୍ନି ଲିଓନି ଶାଢ଼ୀ ପିନ୍ଧି ଘଞ୍ଚ ଜଙ୍ଗଲରେ ନଦୀରେ ଏକ ଡଙ୍ଗାରେ ଶୋଇଲେ; ଫଟୋ ଭାଇରାଲ୍ ହେଲା

ଗୁରୁବାର ଦିନ ଭୋରରୁ ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ ଓ ଅବକାଶ କରାଯାଇଥିଲା । ତା’ ପରେ ଆରମ୍ଭ ହୋଇଥିଲା ସାହାଣମେଲା ଦର୍ଶନ। ଲମ୍ବା ଧାଡି ବାନ୍ଧି ପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁମାନେ । ଗୋଟେ ପଟେ ଭଗବାନଙ୍କ ଦର୍ଶନ କରି ଭକ୍ତମାନେ ଆନନ୍ଦିତ ହେଉଥିବା ବେଳେ ଅନ୍ୟ ପଟେ କେତେକ ଯୁବକ ମନ୍ଦିରର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ସେତିକି ଆନନ୍ଦିତ ଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | Petrol Diesel Prices: ଗଲା ଦିନ ହେଲା ବଢ଼ି ନାହିଁ ପେଟ୍ରୋଲ ଡିଜେଲ ଦାମ୍; ଏବେ କମିବ କି?

ଜାଗର ପାଇଁ ଭୋର ସାଢ଼େ ୩ଟାରୁ ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ମନ୍ଦିର ପାଖରୁ ୨୦୦ ମିଟର୍‌ ଯାଏଁ ହୋଇଛି ବ୍ୟାରିକେଡ । ହାତ ସାନିଟାଇଜ କରି ବ୍ୟାରିକେଡ଼କୁ ପ୍ରବେଶ କରିଥିଲେ ଶ୍ରଦ୍ଧାଳୁମାନେ । ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ସତ, କିନ୍ତୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରି ଆନନ୍ଦିତ ଥିଲେ ସବୁ ଭକ୍ତ । ଭକ୍ତଙ୍କ ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ଭିତରେ ଓ ବାହାରେ ୩୪ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

ପାଖାପାଖି ୫୦୦ ସ୍ୱେଚ୍ଛାସେବୀ ମଧ୍ୟ ଜାଗର ପାଇଁ ମନ୍ଦିର ପରିସରରେ ନିୟୋଜିତ ହୋଇଛନ୍ତି । କିଏ ଝାଡୁ ଲଗେଇବାରେ ବ୍ୟସ୍ତ ତ ଆଉ କିଏ ଦୀପ ଓ ବେଲ ପତ୍ରକୁ ସଫା କରିବାରେ ଲାଗିପଡିଛନ୍ତି । ଆଉ କେହି ଖରାକୁ ଦେଖି ପାଣି ସିଞ୍ଚନରେ ବ୍ୟସ୍ତ । ସାହାଣମେଲା ଦର୍ଶନ ଆରମ୍ଭ ବେଳ ଠାରୁ ଆରମ୍ଭ ହୋଇଯାଇଥିଲା ଏମାନଙ୍କ କାମ । ଠାକୁରଙ୍କୁ ଲାଗି ହୋଇଥିବା ଧୂପ, ଦୀପ ଓ ବେଲ ପତ୍ରକୁ ନିୟମିତ ଭାବେ ସଫା କରିବା ସହ ମନ୍ଦିର ପରିସରକୁ ପରିଷ୍କାର ରଖିବାରେ ଲାଗି ପଡିଛନ୍ତି ଏହି ସ୍ୱେଚ୍ଛାସେବୀମାନେ । କୋଭିଡ ନିୟମ ମାନିବା ନେଇ ଭକ୍ତଙ୍କୁ ସେମାନେ ସଚେତନ ବି କରାଇଛନ୍ତି ।

‘‘ଠାକୁରଙ୍କ ସେବା କରିବାର ସୁଯୋଗ ମିଳିଛି । ଏଇଟା ସମସ୍ତଙ୍କ ଭାଗ୍ୟରେ ନ ଥାଏ। ହେଲେ ଆମକୁ ଏ ସୁଯୋଗ ମିଳିଛି । ବହୁତ ଆନନ୍ଦିତ ଲାଗୁଛି,’’ କହିଛନ୍ତି ସ୍ୱେଚ୍ଛାସେବୀ ସରିତା ମିଶ୍ର ।



ରାତି ୧୦ଟା ରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ବି ଅନେକ ଭକ୍ତ ଆସି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ, ବି.ଏମ୍‌.ସି. ଅତିରିକ୍ତ କମିଶନର ଓ ବିଜେପି ରାଜ୍ୟ ସଭାପତି ଆଦି ପ୍ରମୁଖ ବ୍ୟକ୍ତିମାନେ ମନ୍ଦିର ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ।
Published by: Anand Shankar Thankur Das
First published: March 11, 2021, 7:23 PM IST