ପୁରୀ: ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭରେ ମଦମାଂସର ଆସର ସାମନାକୁ ଆସିଲା

ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଶ୍ରୀକ୍ଷେତ୍ରରେ ଥିବା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ଚାଲିଥିବା ମଦମାଂସର ଆସର ପୁରୀବାସୀଙ୍କ ସମେତ ସବୁ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି । ଏଥି ପାଇଁ ସହରବାସୀ ପ୍ରଶାସନ ଉପରେ ଦୋଷାରୋପ କରିଛନ୍ତି ।

ପୁରୀ: ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭରେ ମଦମାଂସର ଆସର ସାମନାକୁ ଆସିଲା
ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ; (ଡାହାଣ) ମଦମାଂସ ଆସରର ଏକ ଫଟୋ
  • News18 Odia
  • Last Updated: January 13, 2021, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିର ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରହିଛି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ । ଏଠାକାର ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ପାଇଁ ହୃଦୟ ଯୋଜନାରେ ଚାଲିଛି ଏକ ମୁଜିୟମ ଓ ରଥ ପାର୍କ । ହେଲେ ପ୍ରଶାସନର ଆଢୁଆଳରେ ବେଧଡ଼କ ଭାବେ ପରମ୍ପରାକୁ ଉଲ୍ଲଙ୍ଘନ କରି ଏଠାରେ ଚାଲିଛି ମଦମାଂସର ଆସର । ଏଭଳି ଆସର ବ୍ୟଥିତ କରିଛି ଜଗନ୍ନାଥ ପ୍ରେମୀଙ୍କୁ ।

ଏହା ବି ପଢ଼ନ୍ତୁ | ମକର ସଂକ୍ରାନ୍ତି: ରାହୁ ଶନି ଦୋଷରୁ ରକ୍ଷା ପାଇବାକୁ ଦାନ କରିବା ଉଚିତ ଜାଣନ୍ତୁ

ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ରରେ ଥିବା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ଚାଲିଥିବା ମଦମାଂସର ଆସର ପୁରୀବାସୀଙ୍କୁ ବି ମର୍ମାହତ କରିଛି । ଏହି ସ୍ଥାନ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣରେ ଥିବା ସତ୍ତ୍ୱେ ଓ ସେଠାରେ ପୋଲିସ ବିଭାଗର ଏକ ଫାଣ୍ଡି ଥିବା ସତ୍ତ୍ଵେ ତା’ ଭିତରେ ଆମିଷ ରୋଷେଇ ସହ ମଦ୍ୟପାନ ଓ ଭୋଜିଭାତ ଚାଲୁଥିବାରୁ ସହରବାସୀ ପ୍ରଶାସନ ଉପରେ ଦୋଷାରୋପ କରିଛନ୍ତି ।

ଏହା ବି ପଢ଼ନ୍ତୁ | IND VS AUS: ଟିମ୍ ଇଣ୍ଡିଆର ଖେଳ ଦେଖି ସୌରଭ ଗାଙ୍ଗୁଲି ଖୁବ୍ ଖୁସି; କହିଲେ ଏବେ ସିରିଜ୍ ଜିତ

‘‘ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ମହାପ୍ରଭୁଙ୍କ ଏହି ପ୍ରମୋଦ ଉଦ୍ୟାନରେ ଦୟଣା ଚୋରୀ, ବେଣ୍ଟ ନୀତି ଓ ରାବଣ ବଧ ସହ ତେରଟି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ପୁଣି ସେହି ସ୍ଥଳର ଆଧ୍ୟାତ୍ମିକତାକୁ ବଜାୟ ରଖିବା ପାଇଁ ସେଠାରେ ମ୍ୟୁଜିୟମ ଓ ରଥ ପାର୍କ କରାଯିବା ନେଇ ବ୍ୟବସ୍ଥା ହେଉଛି । ତେଣୁ ଏମିତି ମଦମାଂସର ଆସର କେବଳ ପ୍ରଶାସନର ଅବହେଳା ଯୋଗୁଁ ହିଁ ସମ୍ଭବ ହୋଇଥାଇ ପାରେ,’’ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ଶ୍ରୀମନ୍ଦିର ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀ ଜଡ଼ିତ ।


ଶ୍ରୀଜଗନ୍ନାଥ ବଲ୍ଲଭରେ ଚାଲିଥିବା ମଦ୍ୟପାନ ଓ ମାଂସ ଭୋଜିର ଆସରର କେତେକ ଫଟୋ ଭାଇରାଲ ହେବା ପରେ ଯାଇ ଏହି ମାମଲା ଉପରକୁ ସହରବାସୀଙ୍କ ଧ୍ୟାନ ଯାଇଥିଲା । ଫଟୋରେ ସ୍ପଷ୍ଟ ଦେଖାଯାଉଛି କେମିତି ଚାଲିଛି ମାଂସ ଭୋଜି ଓ ପଡ଼ିଛି ପଙ୍ଗତ । ତା’ ସହିତ ଭିତରେ ପଡ଼ିଛି ମଦ ଗ୍ଲାସ ଓ ମଦ ବୋତଲ ।

ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୀନ୍ ନଇଁ ପାରୁ ଥିଲେ

‘‘ଶ୍ରୀମନ୍ଦିର ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରହିଛି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ । ହେଲେ ତାହାକୁ ବେଖାତିର କରି ଆଧ୍ୟାତ୍ମିକତାକୁ ନଷ୍ଟ କରି ସେଠାରେ ମଦମାଂସର ଆସର ହେବା ନିହାତି ଏକ ବେଧର୍ମୀ କାର୍ଯ୍ୟ । ଏହା ଜଗନ୍ନାଥ ପ୍ରେମୀଙ୍କୁ ବେଶ୍‌ ଆଘାତ ଦେଇଛି,’’ କହିଛନ୍ତି ‘ଭଏସ ଅଫ କମନ ମ୍ୟାନ’ ସଂସ୍ଥାର ଆବାହକ ହେକ୍ଟର ମିଶ୍ର ।

ଏହା ବି ପଢ଼ନ୍ତୁ | ଇଏ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା

ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ବାର ମାସରେ ତେର ଯାତ୍ରା ରହିଥିବା ବେଳେ ଜଗନ୍ନାଥ ବଲ୍ଲଭରେ ତେରରୁ ଅଧିକ ନୀତି ସମ୍ପାଦିତ ହୋଇଥାଏ । ତା’ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ସୁଦର୍ଶନ ପ୍ରଭୁ ଏଠାକୁ ବିଜେ କରନ୍ତି । ‘‘ଏହି ଜାଗାରେ ଆମିଷ ରୋଷେଇ ଓ ଭକ୍ଷଣ କରିବା ସହ ମଦ୍ୟପାନ କରିବା ନିହାନ୍ତି ନିନ୍ଦନୀୟ,’’ କହିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ଦେଖନ୍ତୁ ଫଟୋ | ମଲ୍ଲିକା ଶେରାତ୍ ବିକିନି ଅବତାରରେ କେରଳରେ ନୂଆ ବର୍ଷକୁ ସ୍ାଗତ କଲେ PHOTOS

‘‘ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଛି ଶ୍ରୀଜଗନ୍ନାଥ ବଲ୍ଲଭ । ମାତ୍ର ତା’ ଭିତରେ ସିସିଟିଭି ରହିଥିବା ବେଳେ କିଭଳି ମଦମାଂସର ଆସର ହେଉଛି ତାହା ଜାଣିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରକାର କାର୍ଯ୍ୟ ପାଇଁ ଜଗନ୍ନାଥ ବଲ୍ଲଭ ହେଉଛି ଜିରୋ ଟଲରେନ୍ସ ଅଞ୍ଚଳ । ତେଣୁ ତା’ ଉପରେ ସବୁ ବେଳେ ନଜର ରଖାଯାଉଛି । ଅସାମାଜିକ କାର୍ଯ୍ୟ ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ପୁରୀ ଏସ୍‌.ପି. ଡଃ କନୱର ବିଶାଲ ସିଂ ।



ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ମଦମାଂସର ଆସର ତୁରନ୍ତ ବନ୍ଦ କରି ରଥ ରହିବା ପାଇଁ ହୋଇଥିବା ପିଣ୍ଡି ସହ ପ୍ରମୋଦ ଉଦ୍ୟାନର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେଉ ବୋଲି ଦାବି ହୋଇଛି ।
Published by: Anand Shankar Thankur Das
First published: January 13, 2021, 11:55 PM IST