ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆରମ୍ଭ ହେଲା ମକ ଡ୍ରିଲ; ଧଉଳିରୁ ହେଲା ଆରମ୍ଭ

କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆରମ୍ଭ ହେଲା ମକ ଡ୍ରିଲ; ଧଉଳିରୁ ହେଲା ଆରମ୍ଭ

ଆଜି ଶାନ୍ତସ୍ତୁପ ଧଉଳିରେ ଆଜାଦୀ କି ଅମୃତ ମୋହତ୍ସଵ ଅବସରରେ ସ୍ବତନ୍ତ୍ର ମକ୍ ଡ୍ରିଲ ହୋଇଛି । ଏନଡିଆରଫ୍ ସହ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ଏଥିରେ ପ୍ରତିକାତ୍ମକ ଭାବେ ବିଭିନ୍ନ କଳା ଓ କୌଶଳ ପ୍ରଦର୍ଶନ କରିଥିଲେ ।

କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆରମ୍ଭ ହେଲା ମକ ଡ୍ରିଲ; ଧଉଳିରୁ ହେଲା ଆରମ୍ଭ
ଶାନ୍ତି ସ୍ତୁପରେ ମକ ଡ୍ରିଲ ଆରମ୍ଭ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 12, 2021, 6:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଶାନ୍ତସ୍ତୁପ ଧଉଳିରେ ଆଜାଦୀ କି ଅମୃତ ମୋହତ୍ସଵ ଅବସରରେ ସ୍ବତନ୍ତ୍ର ମକ୍ ଡ୍ରିଲ ହୋଇଛି । ଏନଡିଆରଏଫ୍ ପକ୍ଷରୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସହ ମିଳିତ ଆୟୋଜିତ ମକ୍ ଡ୍ରିଲରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଧନ ଜୀବନ ସହ ଐତିହ୍ୟ କୀର୍ତ୍ତିରାଜିର କିପରି ସୁରକ୍ଷା କରାଯାଇପାରିବ ସେନେଇ କଳା ଓ କୌଶଳ ପ୍ରଦର୍ଶନ କରିଛନ୍ତି ଯବାନ । ଦେଶର ୭୫ଟି ଐତିହସ୍ଥଳରେ ଏହି ମକ୍ ଡ୍ରିଲ୍ ହେଉଥିବା ବେଳେ ଓଡ଼ିଶାର ୪ ଟି ଐତିହ୍ୟ ସ୍ଥଳ ସ୍ଥାନ ପାଇଛି । ରାଜ୍ୟରେ ଆଜି ପ୍ରଥମ କରି ଧଉଳିଗିରିରୁ ଏହାର ଆରମ୍ଭ ହୋଇଛି ।

ଶାନ୍ତିସ୍ତୁପରେ ସାମୁଦ୍ରିକ ଝଡର ମାଡ଼, ଭାଙ୍ଗିଲା ଘର, ଭୁସୁଡିଲା କାନ୍ଥ, ଉପୁଡିଲା ଗଛ, ଫସିଗଲେ ଲୋକ.... ଖବର ପାଇ ପହଞ୍ଚିଲେ ଉଦ୍ଧାରକାରୀ ଦଳ ଆଉ ଆରମ୍ଭ ହେଲା ରେସକ୍ୟୁ ଅପେରସନ । ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହେଲେ ଆହତ ବ୍ୟକ୍ତି, ପ୍ରାଥମିକ ଚିକିସ୍ତ୍ରା କରି ପଠାଗଲା ହସ୍ପଟାଲ । ଏହାସହ ରାସ୍ତା ଅବରୋଧ କରିଥିବା ଗଛ କାଟି ସଫା କଲେ ଯବାନ । ଧଉଳି ଶାନ୍ତସ୍ତୁପରେ ଆଜି ଦେଖିବାକୁ ମିଳିଥିବା ଏପରି କିଛି ଦୃଶ୍ୟ । ପ୍ରାକୃତିକ ବିପର୍ଯ୍ୟୟରୁ ଐତିହକୀର୍ତ୍ତିରାଜିକୁ ସୁରକ୍ଷା ଓ ଉଦ୍ଧାରକାର୍ଯ୍ୟକୁ ଠିକଣା ଢଙ୍ଗରେ ପରିଚାଳନା ସହ ତ୍ବରାନ୍ବିତ କରିବା ଲାଗି ହୋଇଥିଲା ମକ୍ ଡ୍ରିଲ୍ । ଏନଡିଆରଫ୍ ସହ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ଏଥିରେ ପ୍ରତିକାତ୍ମକ ଭାବେ ବିଭିନ୍ନ କଳା ଓ କୌଶଳ ପ୍ରଦର୍ଶନ କରିଥିଲେ ।

"ଆମେ ଏଠି ଏନ. ଡ଼ି.ଆର.ଏଫ ଯବାନ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମିଶି କିଛି ମକ ଡ୍ରିଲ କଲୁ। ନିଆଁ ଲିଭାଇବା ଠାରୁ ଆରମ୍ଭ କରି ଅକସ୍ମାତ ବାତ୍ୟା ବନ୍ୟା ଓ ଲୋକଙ୍କ ଜୀବନ ରକ୍ଷା ଭଳି ଘଟଣା ବଳି କୁ ଦେଖେଇଛୁ। ଯାହା ଆମକୁ ବାସ୍ତବ ରେ ଅନେକ ସାହାଯ୍ୟ କରିବ," କହିଛନ୍ତି ମୁଣ୍ଡୁଳୀ ଏନଡ଼ିଆରଫ ଗ୍ରୁପ କମାଣ୍ଡର ଜେ.କିସ୍ପୋଟା।

ଧଉଳିଗିରି (ପ୍ରତୀକାତ୍ମକ ଛବି)


"ଆମେ ଜାଣିଛେ ଓଡିଶା ଏକ ବାତ୍ୟାପ୍ରବଣ ରାଜ୍ୟ। ନିକଟରେ ଅନେକ ବାତ୍ୟା ଆସି ଓଡିଶା ଦେଇ ଗତି କରିଛି ତ କେତେବେଳେ ଓଡିଶା କ୍ରସ କରିଛି। ଆଉ ସେତେବେଳେ ଏମାନଙ୍କୁ ଆମେ ଲୋଡିଚେ। ଆଉ ସେହି କାର୍ଯ୍ୟକୁ କିଭଳି କରାଯାଉଛି ତାର ଏକ ଝଲକ ଆମେ ଦେଖିଲେ। ଏହି ମକ ଡ୍ରିଲ ଜରିଆରେ ସେମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି," କହିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ ସ୍ୱାଇଁ।

ସାରା ଦେଶରେ ଆଜାଦୀ କି ଅମୃତ ମୋହତ୍ସଵ ଅବସରରେ ଆୟୋଜିତ ମକ୍ ଡ୍ରିଲରେ ମୋଟ ୭୫ ଟି ଐତିହସ୍ଥଳ ଥିବା ବେଳେ ଓଡ଼ିଶାର ୪ ଟି ଐତିହ୍ୟ ସ୍ଥଳ ସ୍ଥାନ ପାଇଛି । ଖୋର୍ଦ୍ଧା ଜିଲ୍ଲାର ଖଣ୍ଡଗିରି ଏବଂ ଧଉଳିଗିରି ରହିଥିବା ବେଳେ କଟକର ଲଳିତଗିରି ଏବଂ ନେତାଜୀଙ୍କ ଜନ୍ମ ସ୍ଥାନ ରହିଛି । ଆଜି ପ୍ରଥମ କରି ଧଉଳିଗିରିରୁ ଏହାର ଆରମ୍ଭ କରାଯାଇଛି । ତିନୋଟି ଉଦ୍ଧାରକାରୀ ଦଳ ଏକତିତ୍ର ଭାବେ ସମନ୍ବୟ ରଖି ପ୍ରାକୃତିକ ଦୂର୍ବିପାକରେ କିପରି ଉଦ୍ଧାର କରିବାରେ ସହଯୋଗ କରିବେ ସେନେଇ ମକ୍ ଡ୍ରିଲ୍ ଦ୍ବାରା ଉଦାହରଣ ଦେଇଥିଲେ ।
Published by: Soumya Das
First published: November 12, 2021, 5:57 PM IST