ରାଜଧାନୀରେ MCA ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

ସୋମବାର ସନ୍ଧ୍ୟାରୁ ଆଶ୍ରିତାଙ୍କ ମୋବାଇଲ ସୁଇଚଅଫ ଥିବା ବେଳେ ଘର ମାଲିକଙ୍କୁ ଫୋନ କରିଥିଲେ ବାପା। ଆସିବା ପରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ଆଶ୍ରିତା ସେନାପତି (ପ୍ରତୀକାତ୍ମକ ଛବି)

ଆଶ୍ରିତା ସେନାପତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ରାଜଧାନୀର ଏକ ଘରୋଇ କଲେଜର ଏମ.ସି.ଏ ପ୍ରଥମ ବର୍ଷର ଛାତ୍ରୀ ଆଶ୍ରିତା ସେନାପତି । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣା ପଡିନି ।

ତାଙ୍କ ଘର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳରେ ହୋଇଥିବା ବେଳେ ସେ ଆଚାର୍ଯ୍ୟବିହାରରେ ଭଡ଼ାରେ ରୁହନ୍ତି।  ସୋମବାର ସନ୍ଧ୍ୟାରୁ ତାଙ୍କ ମୋବାଇଲ ସୁଇଚଅଫ ଥିବା ବେଳେ ମଙ୍ଗଳବାର ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇ ସହିଦନଗର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।

ପୋଲିସ ର ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ଼ ନୋଟ ମିଳିଛି । ଯେଉଁଥିରେ ଲେଖା ଯାଇଛି, "ବାପା ମା ମୋତେ କ୍ଷମା କରିଦେବେ । ମୋତେ ଆପଣ ମାନେ ବହୁତ କଷ୍ଟକରି ପାଠ ପଢେଇଛନ୍ତି । ମୁଁ ତୁମ ମାନଙ୍କ ଠାରୁ ବହୁତ ଦୂରକୁ ଯାଉଛି । ହେଲେ ସବୁବେଳେ ପାଇଁ ତୁମ ମାନଙ୍କ ପାଖରେ ରହିଥିବି । ତୁମେ ମାନେ ମୋ ଉପରେ ବହୁତ ଆଶା ରଖିଥିଲ । ହେଲେ ସେ ଆଶାକୁ ମୁଁ ପୁରଣ  କରିପାରୁନି । ମୁଁ ଆଉ ପାରୁନି । ମୋତେ କ୍ଷମା କରିଦେବେ"। ପୋଲିସ ଜବତ ସୁଇସାଇଡ଼ ନୋଟକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଛାତ୍ରୀ ରହୁଥିବା ଘର ମାଲିକ ବ୍ରଜେନ୍ଦୁ ମିଶ୍ର କହିଛନ୍ତି," ଆଶ୍ରିତା ବାପା ତାଙ୍କ ଝିଅକୁ ଫୋନ କରିଥିଲେ। ସେ ଫୋନ କଲ ରସିଭ ନ କରିବାରୁ ମଙ୍ଗଳବାର  ଦିନ ୧୦ ଟା ସମୟରେ ଝିଅର ବାପା ମୋତେ ଫୋନ କରି ଝିଅ ଫୋନ ଉଠାଉନଥିବା କହିଥିଲେ । ମୁଁ ତାଙ୍କ ରୁମକୁ ଯିବାପରେ ଦେଖିଲେ ଭିତରୁ ଲକ ଅଛି। ଏନେଇ ତାଙ୍କ ବାପାଙ୍କୁ କହିବା ପରେ ତାଙ୍କ ପରିବାର ଲୋକେ ଆସି ପହଞ୍ଚିଥିଲେ । ପରେ ଘରର କବାଟ ଭାଙ୍ଗି ଭିତରକୁ ପଶି ବା ଝିଅର ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।  ଆଶ୍ରିତା ୪/୫ ମାସ ହେବ ଘର ଭଡା ନେଇ ରହୁଥିଲେ" ।

ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସହିଦନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ। ଆତ୍ମହତ୍ୟା କରିଥିବା ଘରେ ସହୀଦନଗର ଥାନା ଓ ସାଇଣ୍ଟିଫିକ ଟିମ ଛାନଭିନ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ନ ୪ଟା ସମୟରେ ଜଣେ ଯୁବକ ଆସି ଆଶ୍ରିତା ସହିତ ପାଟି ତୁଣ୍ଡ ହୋଇଥିବା ସ୍ଥାନୀୟ ଲୋକେ ଦେଖି ଥିଲେ । ଏ କଥାକୁ ନେଇ ଆଶ୍ରିତା ଘରେ ଜଣାଇଥିଲେ । ତା ପରେ ସନ୍ଧ୍ୟା ଠାରୁ ବିଳମ୍ବିତ ରାତି ପଯ୍ୟନ୍ତ  ପରିବାର ଲୋକ କଲ କରିଥିଲେ ମଧ୍ୟ ଆଶ୍ରିତା କଲ ରିସିଭ କରି ନଥିଲେ । ତେଣୁ ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଧେହ କରୁଛି। ପ୍ରେମ ବ୍ୟାପାର କୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ।
Published by:Soumya Das
First published: