ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»MBA ଓ ଏଲ୍‌.ଏଲ୍.ବି. ପାଠ ପଢ଼ି OLXରେ ଠକେଇ କରୁଥିଲେ; ଧରିଲା ଭୁବନେଶ୍ୱର ପୋଲିସ

MBA ଓ ଏଲ୍‌.ଏଲ୍.ବି. ପାଠ ପଢ଼ି OLXରେ ଠକେଇ କରୁଥିଲେ; ଧରିଲା ଭୁବନେଶ୍ୱର ପୋଲିସ

ତୃପ୍ତି ରଞ୍ଜନ ଦାସର ଆପରାଧିକ ରେକର୍ଡ଼ ବହୁତ ଲମ୍ବା । ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ଥାନାରେ ତା’ ନାଁରେ ରହିଛି ୪୧ ଟି ମାମଲା । ତିନି ଥର ଗିରଫ ହୋଇ ଜେଲ୍ ବି ଯାଇଛି ସେ । ଏବେ ପୁଣି ତା’ ନାଁରେ ଛଅଟି ମାମଲା ରୁଜୁ ହୋଇଛି ।

MBA ଓ ଏଲ୍‌.ଏଲ୍.ବି. ପାଠ ପଢ଼ି OLXରେ ଠକେଇ କରୁଥିଲେ; ଧରିଲା ଭୁବନେଶ୍ୱର ପୋଲିସ
ଗିରଫ ହେବା ପରେ ଠକ ତୃପ୍ତି ରଞ୍ଜନ ଦାସ
  • News18 Odia
  • Last Updated: April 13, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଧରାପଡ଼ିଛି ପାଠୁଆ ଠକ । ଏମ.ବି.ଏ. ଛାତ୍ରରୁ ଓ.ଏଲ.ଏକ୍ସ. ଠକ ପାଲଟିଛି ସେ । ଓ.ଏଲ.ଏକ୍ସ.ରେ (OLX) ବିଜ୍ଞାପନ ଦେଇ ଲୋକଙ୍କୁ କଳାକନା ବୁଲାଉଥିଲା । ଗାଡ଼ି ଦେବା ନାଁରେ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରୁଥିଲା । ଏହି ଏମ୍‌.ବି.ଏ. ଓ ଏଲ୍‌.ଏଲ୍‌.ବି. ପଢ଼ା ଠକକୁ ଗିରଫ କରିଛି କମିସନରେଟ ପୋଲିସ ।

ତୃପ୍ତି ରଞ୍ଜନ ଦାସ ନାମକ ଏହି ଠକ ନାଁରେ ପୂର୍ବରୁ ରାଜଧାନୀର ବିବିନ୍ନ ଥାନାରେ ୪୧ଟି ମାମଲା ଥିବା ବେଳେ ପୁଣି ଯୋଡି଼ ଯାଇଛି ଆଉ ଛଅଟି ମାମଲା । ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମ.ବି.ଏ. ଓ ଏଲ୍‌.ଏଲ୍‌.ବି. ଉତ୍ତୀର୍ଣ୍ଣ ହୋଇଥିବା ତୃପ୍ତି ରଞ୍ଜନ ଦାସର ଘର ରାଜଧାନୀ ଉପକଣ୍ଠ ଧଉଳି ଗୋପୀନାଥପୁର ଗାଁରେ । ଗାଡ଼ି କିଣା ବିକା ନାଁରେ ସେ ଅନେକ ଲୋକଙ୍କୁ ଠକିଥିବା ପୋଲିସ ଜାଣି ପାରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କୁଛ କୁଛ ହୋତା ହୈ ଅଞ୍ଜଳି ଏବେ ବଡ଼ ହୋଇ ଗ୍ଲାମରସ୍ ହୋଇଛନ୍ତି; ବୋଲ୍ଡ ଫଟୋ ଶେୟାର୍ କଲେ

‘‘ଗାଡି଼ ବିକିବାକୁ ଆଗ୍ରହୀ ଥିବା ଲୋକଙ୍କୁ ଯୋଗାଯୋଗ କରେ ତୃପ୍ତି । ସେମାନଙ୍କ ପାଖରୁ ଗାଡି଼ ଆଣିବା ସହ କିଛି ଟଙ୍କା ବି ଆଣିଥାଏ । ଗାଡି଼ ଆଣିବା ପରେ ତା’ ବିକ୍ରି ପାଇଁ ଓ.ଏଲ.ଏକ୍ସ.ରେ ବିଜ୍ଞାପନ ଦିଏ । ଯେଉଁମାନେ ପୁରୁଣା ଗାଡି଼ କିଣିବା ପାଇଁ ଆଗ୍ରହୀ ଥା’ନ୍ତି ସେମାନଙ୍କ ସହ ସେଥିରୁ ସେ ଯୋଗାଯୋଗ କରେ । ସେମାନଙ୍କୁ ଗାଡି଼ ଚଳେଇ ଦେଖାଇବା ପରେ ଗାଡି଼ ପସନ୍ଦ ଅଛି କି ନାହିଁ ପଚାରେ । ତା’ପରେ ସେମାନଙ୍କ ଠାରୁ ଆଗୁଆ ଗାଡି଼ ବାବଦକୁ ଟଙ୍କା ନିଏ । ତା’ ପରେ ଓନରସିପ୍‌ ଏକ୍ସଚେଞ୍ଜ୍‌ କରିବା ବାହାନା ଦେଖାଇ କିଛି ଦିନ ଗଡ଼ାଇଦିଏ । ବାସ୍‌, ଆଉ କିଛି ଦିନ ଯିବା ପରେ ସେ ଆଉ ଧରା ଛୁଆ ଦିଏନାହିଁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କହିଲେ ଜାଣନ୍ତୁ - VIDEO

ତୃପ୍ତିକୁ ଗାଡ଼ି ବାବଦରେ ଟଙ୍କା ଦେଇଥିବା ଲୋକଙ୍କ ମଧ୍ୟରୁ କେହି ଯଦି ଫୋନ କରନ୍ତି ତ ସେ ସେମାନଙ୍କୁ ଧମକ ଦିଏ । ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱର ବଡଗଡ଼ ଥାନାରେ ତୃପ୍ତି ନାମରେ ଏକ ଅଭିଯୋଗ ଆସିବା ପରେ ତାକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ପୋଲିସ । ବିଶେଷ କରି ବଡଗଡ଼ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଓ ଏସିପି ରଜତ ରାୟଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ତୃପ୍ତିକୁ କଲିକତା ରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | ହୋଲି ଖେଳୁ ଖେଳୁ ମଥାରେ ଲଗେଇଦେଲା ସିନ୍ଦୂର; ବାସ୍, ହୋଲି ପର ଦିନ ହୋଇଗଲା ବାହାଘର

‘‘ତୃପ୍ତିର ଆପରାଧିକ ରେକର୍ଡ଼ ବହୁତ ଲମ୍ବା । ୨୦୧୮ ମସିହା ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଥାନାରେ ରହିଛି ତା’ ନାଁରେ ୪୧ ଟି ମାମଲା । ତିନି ଥର ଗିରଫ ହୋଇ ତୃପ୍ତି ଜେଲ୍‌ ବି ଯାଇଛି । ଏବେ ପୁଣି ଛଅଟି ମାମଲା ରୁଜୁ ହୋଇଛି ତା’ ନାଁରେ । ତାକୁ ଗିରଫ କରିବା ପରେ ତା ନିକଟରୁ ୧୦ଟି ଗାଡି଼, ଏ.ଟି.ଏମ୍.‌ କାର୍ଡ଼ ଓ ଲାପଟପ୍‌ ଜବତ ହୋଇଛି,’’ କହିଛନ୍ତି ଡିସିପି ।

ଏହା ବି ପଢ଼ନ୍ତୁ | ସାପ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇକିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ

ତୃପ୍ତି ଏତେ ଚାଲାକ ଯେ ସେ ଭୁବନେଶ୍ୱର କିମ୍ବା କଟକ ଲୋକଙ୍କ ସହ ଗାଡି଼ ଡିଲ୍‌ କରେ ନାହିଁ । ବାଲେଶ୍ଵର, ମୟୁରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାର ଲୋକଙ୍କ ସହ ସାଧାରଣତଃ ସେ ଯୋଗାଯୋଗ କରେ । ଏହାର କାରଣ ସେମାନେ ଭୁବନେଶ୍ୱର ଏତେ ଶୀଘ୍ର ଆସି ପାରିବେ ନାହିଁ । ତେଣୁ ସେମାନଙ୍କୁ ଠକିବା ପାଇଁ ସେ ସର୍ବଦା ଯୋଜନା ପ୍ରସ୍ତୁତ କରୁଥାଏ ବୋଲି କହିଛି ପୋଲିସ ।



‘‘ମୁଁ ପୁରୁଣା ଗାଡି଼ କିଣିବା ପାଇଁ ଓ.ଏଲ.ଏକ୍ସ.ରେ ଏକ ବିଜ୍ଞାପନ ଦେଖିଲି । ସେଥିରେ ଫୋନ୍‌ ନମ୍ବର ଥିଲା । ସେହି ନମ୍ବର୍‌ ସହ ଯୋଗାଯୋଗ କରିବା ପରେ ମୋତେ ତୃପ୍ତି ଭୁବନେଶ୍ୱର ଡାକିଥିଲେ ଓ କିଛି ଗାଡି଼ ଦେଖାଇଥିଲେ । ଏପରିକି ଗାଡି଼ ଚଲେଇ ଟେଷ୍ଟ ଡ୍ରାଇଭ ବି ନେଇଥିଲେ । ପରେ ମୋ’ ପାଖରୁ ୧ ଲକ୍ଷ ୧୨ ହଜାର ଟଙ୍କା ଆଗୁଆ ନେଇଥିଲେ ସେ । ଟଙ୍କା ନେବା ପରେ ଓନରସିପ୍‌ ଚେଞ୍ଜ କରିବା ବାହାନାରେ କିଛି ଦିନ ସମୟ ନେଇଥିଲେ । ତାପରେ ଆଉ ଫୋନ ରିସିଭ କରି ନ ଥିଲେ ସେ। ଯେତେବେଳେ ଫୋନ ରିସିଭ କରନ୍ତି ଟଙ୍କା କିମ୍ବା ଗାଡି଼ ମାଗିଲେ ସେ ମୋତେ ଧମକ ଦେଉଥିଲେ,’’ କହିଛନ୍ତି ଠକେଇର ଶିକାର ହୋଇଥିବା ଯାଜପୁର ଅଞ୍ଚଳର ନିରଞ୍ଜନ ଦାସ ।
Published by: Anand ST Das
First published: April 13, 2021, 11:59 PM IST